ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି ୮ଟାରେ ଲୁଟ୍‌ ବେଳେ ବାଇକ୍‌ରୁ ଦୁଇଜଣ ଲୁଟେରା ଖସି ପଡିଥିଲେ। ସେମାନେ ପଲସର ବାଇକ୍‌ (ନଂଓଡି୦୨ ଏଆର ୯୭୭୮) ଓ ଲୁଟ୍‌ ସାମଗ୍ରୀ ଛାଡି ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ପହଞ୍ଚତ୍ ଲୁଟେରାଙ୍କ ବାଇକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ପୁରୀ ଜିଲା ଗଡିଶାଗୋଦା ଥାନା ମଇନ୍ଦିପୁର ଗାଁର ପ୍ରଶାନ୍ତ ଦାସ ସ୍ତ୍ରୀ ସ୍ବାଗତିକାଙ୍କ ସହ ବାଇକ୍‌ (ନଂ. ଓଡି୦୨ଏ ଏକ୍ସ ୭୪୮୧) ଯୋଗେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ। ପଛପାଖରୁ ଏକ କଳାରଙ୍ଗର ପଲ୍‌ସରରେ ଦୁଇଜଣ ଦୁର୍ବୃତ୍ତ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ହାତରୁ ଭ୍ୟାନିଟି ବ୍ୟାଗକୁ ଛଡାଇ ନେଇଥିଲେ। ତେବେ ବାଇକ୍‌ର ବେଗ ଦ୍ରୁତ ଥିବାରୁ ଭ୍ୟାନିଟ୍‌ ଛଡାଇବା ସମୟରେ ଲୁଟେରା ପଡିଯାଇଥିଲେ। ସେ ସମୟରେ ପ୍ରଶାନ୍ତ ଓ ସ୍ତ୍ରୀ ଚୋର ଚୋର ବୋଲି ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଯିବାରୁ ଲୁଟେରା ଦ୍ୱୟ ଗହୀର ମଧ୍ୟକୁ ଅନ୍ଧାରରେ ଦୌଡି ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri