ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି ୮ଟାରେ ଲୁଟ୍‌ ବେଳେ ବାଇକ୍‌ରୁ ଦୁଇଜଣ ଲୁଟେରା ଖସି ପଡିଥିଲେ। ସେମାନେ ପଲସର ବାଇକ୍‌ (ନଂଓଡି୦୨ ଏଆର ୯୭୭୮) ଓ ଲୁଟ୍‌ ସାମଗ୍ରୀ ଛାଡି ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ପହଞ୍ଚତ୍ ଲୁଟେରାଙ୍କ ବାଇକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ପୁରୀ ଜିଲା ଗଡିଶାଗୋଦା ଥାନା ମଇନ୍ଦିପୁର ଗାଁର ପ୍ରଶାନ୍ତ ଦାସ ସ୍ତ୍ରୀ ସ୍ବାଗତିକାଙ୍କ ସହ ବାଇକ୍‌ (ନଂ. ଓଡି୦୨ଏ ଏକ୍ସ ୭୪୮୧) ଯୋଗେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ। ପଛପାଖରୁ ଏକ କଳାରଙ୍ଗର ପଲ୍‌ସରରେ ଦୁଇଜଣ ଦୁର୍ବୃତ୍ତ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ହାତରୁ ଭ୍ୟାନିଟି ବ୍ୟାଗକୁ ଛଡାଇ ନେଇଥିଲେ। ତେବେ ବାଇକ୍‌ର ବେଗ ଦ୍ରୁତ ଥିବାରୁ ଭ୍ୟାନିଟ୍‌ ଛଡାଇବା ସମୟରେ ଲୁଟେରା ପଡିଯାଇଥିଲେ। ସେ ସମୟରେ ପ୍ରଶାନ୍ତ ଓ ସ୍ତ୍ରୀ ଚୋର ଚୋର ବୋଲି ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଯିବାରୁ ଲୁଟେରା ଦ୍ୱୟ ଗହୀର ମଧ୍ୟକୁ ଅନ୍ଧାରରେ ଦୌଡି ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମେ’ ୧୫ ସୁଦ୍ଧା ଯୁକ୍ତ୨ ଫଳ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ ୨ଦିନ ହେବ...

ଆସିବ ସ୍ବତନ୍ତ୍ର ଯୁବ ବଜେଟ

ଭୁବନେଶ୍ୱର,୨୫।୪(ଅନିଲ ଦାସ)/ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା/ଶେରଗଡ଼(ସୂର୍ଯ୍ୟନାରାୟଣ ଦାଶ)ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ହେବ। ଯୁବ ବର୍ଗଙ୍କ ପାଇଁ ରାଜ୍ୟରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ। ୨୦୨୪ରୁ ୨୦୩୪ ଦଶକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri