ଲାଟେଷ୍ଟ ଟ୍ରେଣ୍ଡ୍‌ରେ ଜୁଟ୍‌ ବ୍ୟାଗ୍‌ ଫ୍ୟାଶନ

ପରିବର୍ତ୍ତନଶୀଳ ଫ୍ୟାଶନ ଦୁନିଆରେ ଏବେ ଜୁଟ୍‌ ବ୍ୟାଗ୍‌ର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। କାରଣ ଏହା ପରିବେଶ ଅନୁକୂଳ ହେବା ସଙ୍ଗେସଙ୍ଗେ ଆକର୍ଷଣୀୟ ଲାଗିଥାଏ। ଲେଦର ତଥା ରେକ୍ସିନ୍‌ର ବ୍ୟାଗ୍‌ ତ ଅନେକ ଦେଖିଥିବେ। ହେଲେ ମାର୍କେଟରେ ଏବେ ଜୁଟ୍‌ ବ୍ୟାଗ୍‌ର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। କାରଣ ଏହା ପରିବେଶ ଅନୁକୂଳ ହେବା ସହିତ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହା ଅନେକ ଲାଟେଷ୍ଟ ଡିଜାଇନ୍‌ରେ ବି ମାର୍କେଟ୍‌ରେ ଉପଲବ୍ଧ ହୋଇଥାଏ, ଯାହା ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେବାରେ ବିଶେଷ ସାହାଯ୍ୟ କରିଥାଏ। ତେବେ ଏହି ବ୍ୟାଗ୍‌ର କ’ଣ ସବୁ ସୁବିଧା ରହିଛି ଏବଂ ଏହା କେଉଁକେଉଁ ଡିଜାଇନ୍‌ରେ ଉପଲବ୍ଧ ହେଉଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଇକୋ ଫ୍ରେଣ୍ଡ୍‌ଲି
ଜୁଟ୍‌ ବ୍ୟାଗ୍‌ ପରିବେଶ ଉପରେ କୌଣସି କୁପ୍ରଭାବ ପକାଇ ନ ଥାଏ। ସେଥିପାଇଁ ଅନେକେ ଏହି ବ୍ୟାଗ୍‌କୁ ଇକୋ ଫ୍ରେଣ୍ଡ୍‌ଲି ବ୍ୟାଗ୍‌ ବୋଲି କହିଥାନ୍ତି। ତା’ଛଡ଼ା ସାଧାରଣରେ ଦେଖାଯାଏ ମନ୍ଦିର ତଥା କୌଣସି ଧାର୍ମିକସ୍ଥଳକୁ ବୁଲିଗଲାବେଳେ ଲେଦର ତଥା ରେକ୍ସିନ୍‌ରେ ପ୍ରସ୍ତୁତ ବ୍ୟାଗ୍‌କୁ ସାଙ୍ଗରେ ନେଇ ଯିବା ପାଇଁ ଅନୁମତି ଦିଆଯାଇ ନ ଥାଏ। ହେଲେ ଜୁଟ୍‌ରେ ତିଆରି ବ୍ୟାଗ୍‌କୁ ଆପଣ ଯେକୌଣସି ସ୍ଥାନକୁ ବି ଆରାମରେ ନେଇ ଯାଇପାରିବେ। ଏହି ବ୍ୟାଗ୍‌ ମଜଭୁତ ହେବା ସଙ୍ଗେସଙ୍ଗେ ଆରାମଦାୟକ ବି ହୋଇଥାଏ।

ଶପିଂରେ ସାହାଯ୍ୟ
ବର୍ତ୍ତମାନ ସମୟରେ ପଲିଥିନ୍‌ର ବ୍ୟବହାର ପରିବେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏ କ୍ଷେତ୍ରରେ ଆପଣ ଚାହିଁଲେ ଶପିଂ ପାଇଁ ଗଲାବେଳେ ଜୁଟ୍‌ ବ୍ୟାଗ୍‌କୁ ବ୍ୟବହାର କରିପାରିବେ। ପରିବା ହେଉ କିମ୍ବା ଗ୍ରୋସେରି ଆଇଟମ୍ସ ଇତ୍ୟାଦିକୁ ଧରି ଆଣିବା ପାଇଁ ମାର୍କେଟ୍‌ରେ ଏବେ ସ୍ବତନ୍ତ୍ର ଧରଣର ଜୁଟ୍‌ ବ୍ୟାଗ୍‌ ମିଳିଲାଣି। ଆପଣ ଚାହିଁଲେ ଏହି ବ୍ୟାଗ୍‌କୁ ବି ବ୍ୟବହାର କରିପାରିବେ।

ଜୁଟ୍‌ ବ୍ୟାଗ୍‌ର ଲାଟେଷ୍ଟ ଟ୍ରେଣ୍ଡ୍‌
କେବଳ ଶପିଂ ପାଇଁ ନୁହେଁ ଅଫିସ୍‌, ପାର୍ଟି ଫଙ୍କ୍‌ସନ୍‌ ଏପରିକି କଲେଜ ଯାଉଥିବା ଯୁବତୀମାନଙ୍କ ପାଇଁ ବି ଏବେ ମାର୍କେଟ୍‌ରେ ଜୁଟ୍‌ରେ ତିଆରି ବହୁ ଆକର୍ଷଣୀୟ ଡିଜାଇନ୍‌ର ବ୍ୟାଗ୍‌ ବି ଉପଲବ୍ଧ ହେଲାଣି। କେବଳ ସେତିକି ନୁହେଁ ମୋବାଇଲ୍‌ କଭର୍‌, ଟିଫିନ୍‌ କଭର୍‌ ତଥା ବଟଲ୍‌ କଭର୍‌ ପାଇଁ ବି ଏବେ ମାର୍କେଟ୍‌ରେ ସ୍ବତନ୍ତ୍ର ଡିଜାଇନର୍‌ ଜୁଟ୍‌ ବ୍ୟାଗ୍‌ ମିଳିଲାଣି।

ଆଉଟ୍‌ଫିଟ୍‌ ସହ ମ୍ୟାଚିଂ
ଜୁଟ୍‌ ବ୍ୟାଗ୍‌କୁ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ଆଉ ଏହାକୁ ଯେକୌଣସି ବୟସର ମହିଳା ବି ବ୍ୟବହାର କରିପାରିବେ। ସେହିପରି ଏହି ବ୍ୟାଗ୍‌କୁ ଇଣ୍ଡିଆନ୍‌ କିମ୍ବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି କ୍ୟାରି କରିହୁଏ। ହେଲେ ଦେଖିବାକୁ ମିଳେ ଅଧିକାଂଶ ମହିଳା ପାରମ୍ପରିକ ପୋଷାକରେ ଏହି ବ୍ୟାଗ୍‌କୁ ବେଶୀ ବ୍ୟବହାର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri