ଲାଟେଷ୍ଟ ଟ୍ରେଣ୍ଡ୍‌ରେ ଜୁଟ୍‌ ବ୍ୟାଗ୍‌ ଫ୍ୟାଶନ

ପରିବର୍ତ୍ତନଶୀଳ ଫ୍ୟାଶନ ଦୁନିଆରେ ଏବେ ଜୁଟ୍‌ ବ୍ୟାଗ୍‌ର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। କାରଣ ଏହା ପରିବେଶ ଅନୁକୂଳ ହେବା ସଙ୍ଗେସଙ୍ଗେ ଆକର୍ଷଣୀୟ ଲାଗିଥାଏ। ଲେଦର ତଥା ରେକ୍ସିନ୍‌ର ବ୍ୟାଗ୍‌ ତ ଅନେକ ଦେଖିଥିବେ। ହେଲେ ମାର୍କେଟରେ ଏବେ ଜୁଟ୍‌ ବ୍ୟାଗ୍‌ର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। କାରଣ ଏହା ପରିବେଶ ଅନୁକୂଳ ହେବା ସହିତ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହା ଅନେକ ଲାଟେଷ୍ଟ ଡିଜାଇନ୍‌ରେ ବି ମାର୍କେଟ୍‌ରେ ଉପଲବ୍ଧ ହୋଇଥାଏ, ଯାହା ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେବାରେ ବିଶେଷ ସାହାଯ୍ୟ କରିଥାଏ। ତେବେ ଏହି ବ୍ୟାଗ୍‌ର କ’ଣ ସବୁ ସୁବିଧା ରହିଛି ଏବଂ ଏହା କେଉଁକେଉଁ ଡିଜାଇନ୍‌ରେ ଉପଲବ୍ଧ ହେଉଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଇକୋ ଫ୍ରେଣ୍ଡ୍‌ଲି
ଜୁଟ୍‌ ବ୍ୟାଗ୍‌ ପରିବେଶ ଉପରେ କୌଣସି କୁପ୍ରଭାବ ପକାଇ ନ ଥାଏ। ସେଥିପାଇଁ ଅନେକେ ଏହି ବ୍ୟାଗ୍‌କୁ ଇକୋ ଫ୍ରେଣ୍ଡ୍‌ଲି ବ୍ୟାଗ୍‌ ବୋଲି କହିଥାନ୍ତି। ତା’ଛଡ଼ା ସାଧାରଣରେ ଦେଖାଯାଏ ମନ୍ଦିର ତଥା କୌଣସି ଧାର୍ମିକସ୍ଥଳକୁ ବୁଲିଗଲାବେଳେ ଲେଦର ତଥା ରେକ୍ସିନ୍‌ରେ ପ୍ରସ୍ତୁତ ବ୍ୟାଗ୍‌କୁ ସାଙ୍ଗରେ ନେଇ ଯିବା ପାଇଁ ଅନୁମତି ଦିଆଯାଇ ନ ଥାଏ। ହେଲେ ଜୁଟ୍‌ରେ ତିଆରି ବ୍ୟାଗ୍‌କୁ ଆପଣ ଯେକୌଣସି ସ୍ଥାନକୁ ବି ଆରାମରେ ନେଇ ଯାଇପାରିବେ। ଏହି ବ୍ୟାଗ୍‌ ମଜଭୁତ ହେବା ସଙ୍ଗେସଙ୍ଗେ ଆରାମଦାୟକ ବି ହୋଇଥାଏ।

ଶପିଂରେ ସାହାଯ୍ୟ
ବର୍ତ୍ତମାନ ସମୟରେ ପଲିଥିନ୍‌ର ବ୍ୟବହାର ପରିବେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏ କ୍ଷେତ୍ରରେ ଆପଣ ଚାହିଁଲେ ଶପିଂ ପାଇଁ ଗଲାବେଳେ ଜୁଟ୍‌ ବ୍ୟାଗ୍‌କୁ ବ୍ୟବହାର କରିପାରିବେ। ପରିବା ହେଉ କିମ୍ବା ଗ୍ରୋସେରି ଆଇଟମ୍ସ ଇତ୍ୟାଦିକୁ ଧରି ଆଣିବା ପାଇଁ ମାର୍କେଟ୍‌ରେ ଏବେ ସ୍ବତନ୍ତ୍ର ଧରଣର ଜୁଟ୍‌ ବ୍ୟାଗ୍‌ ମିଳିଲାଣି। ଆପଣ ଚାହିଁଲେ ଏହି ବ୍ୟାଗ୍‌କୁ ବି ବ୍ୟବହାର କରିପାରିବେ।

ଜୁଟ୍‌ ବ୍ୟାଗ୍‌ର ଲାଟେଷ୍ଟ ଟ୍ରେଣ୍ଡ୍‌
କେବଳ ଶପିଂ ପାଇଁ ନୁହେଁ ଅଫିସ୍‌, ପାର୍ଟି ଫଙ୍କ୍‌ସନ୍‌ ଏପରିକି କଲେଜ ଯାଉଥିବା ଯୁବତୀମାନଙ୍କ ପାଇଁ ବି ଏବେ ମାର୍କେଟ୍‌ରେ ଜୁଟ୍‌ରେ ତିଆରି ବହୁ ଆକର୍ଷଣୀୟ ଡିଜାଇନ୍‌ର ବ୍ୟାଗ୍‌ ବି ଉପଲବ୍ଧ ହେଲାଣି। କେବଳ ସେତିକି ନୁହେଁ ମୋବାଇଲ୍‌ କଭର୍‌, ଟିଫିନ୍‌ କଭର୍‌ ତଥା ବଟଲ୍‌ କଭର୍‌ ପାଇଁ ବି ଏବେ ମାର୍କେଟ୍‌ରେ ସ୍ବତନ୍ତ୍ର ଡିଜାଇନର୍‌ ଜୁଟ୍‌ ବ୍ୟାଗ୍‌ ମିଳିଲାଣି।

ଆଉଟ୍‌ଫିଟ୍‌ ସହ ମ୍ୟାଚିଂ
ଜୁଟ୍‌ ବ୍ୟାଗ୍‌କୁ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ଆଉ ଏହାକୁ ଯେକୌଣସି ବୟସର ମହିଳା ବି ବ୍ୟବହାର କରିପାରିବେ। ସେହିପରି ଏହି ବ୍ୟାଗ୍‌କୁ ଇଣ୍ଡିଆନ୍‌ କିମ୍ବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି କ୍ୟାରି କରିହୁଏ। ହେଲେ ଦେଖିବାକୁ ମିଳେ ଅଧିକାଂଶ ମହିଳା ପାରମ୍ପରିକ ପୋଷାକରେ ଏହି ବ୍ୟାଗ୍‌କୁ ବେଶୀ ବ୍ୟବହାର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri