Posted inଖେଳ

ଲଡର୍‌ସ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୨୭।୭(ଏଏଫ୍‌ପି)- ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୨ ରନ ପଛରେ ପଡିଥିଲେ ମଧ୍ୟ ଦିନିକିଆ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ୩ ଦିନରେ ବୃହତ୍‌ ୧୪୩ ରନରେ ପରାସ୍ତ କରିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଟେଷ୍ଟରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୩.୪ ଓଭରରେ ମାତ୍ର ୮୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ୫୮.୨ ଓଭରରେ ୨୦୭ ରନ କରି ଅଲଆଉଟ୍‌ ହେବା ସହ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଇଂଲଣ୍ଡ ୭୭.୫ ଓଭରରେ ୩୦୩ ରନ କରି ଅଲଆଉଟ ହୋଇଥିଲା। ଫଳରେ ବିଜୟ ପାଇଁ ଆୟର୍ଲାଣ୍ଡ ସମ୍ମୁଖରେ ୧୮୨ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆୟର୍ଲାଣ୍ଡ ଘରୋଇ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ୧୫.୪ ଓଭରରେ ମାତ୍ର ୩୮ ରନକରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଥିଲା। ଆୟର୍ଲାଣ୍ଡ କ୍ୟାରିୟରର ତୃତୀୟ ଟେଷ୍ଟ ଖେଳିଥିଲା ଓ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇବାର ସୁଯୋଗ ପାଇଥିଲା। ତେବେ ଶେଷରେ ଏହି ସୁଯୋଗ ହାତଛଡ଼ା ହୋଇଛି। ଦ୍ୱିତୀୟ ଇନିଂସରେ ନାଇଟ ଓ୍ବାଚ୍‌ମ୍ୟାନ ଭାବେ ଆସିଥିବା ଇଂଲଣ୍ଡ ବୋଲର ଜ୍ୟାକ ଲିଚ୍‌ ଓପନିଂ କରି ଦଳ ତରଫରୁ ଓ କ୍ୟାରିୟରର ସର୍ବାଧିକ ୯୨ ରନର ଇନିଂସ ଖେଳି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡ ପ୍ରଥମଥର ପାଇଁ ଟେଷ୍ଟ ଖେଳିଛି। ତେବେ ଏହାପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଖେଳିଥିଲା। ଆୟର୍ଲାଣ୍ଡ ସବୁ ୩ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
୧୮୨ ରନ ଟାର୍ଗେଟର ପିଛା କରି ଆୟର୍ଲାଣ୍ଡ ସାଂଘାତିକ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିଲା। ଓପନର ଜେମ୍ସ ମ୍ୟାକୋଲମ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ୪ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ଓ୍ବକ୍ସ ଦମ୍‌ଦାର ବୋଲିଂ କରିଥିଲେ। ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ ଏହି ଦୁଇ ବୋଲରଙ୍କ ସାମ୍ନା କରିପାରି ନ ଥିଲେ। ଓ୍ବକ୍ସ ୬ ଓ ବ୍ରଡ ୪ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୩୦୩/ ୯ରୁ ଖେଳ ଆରମ୍ଭ କରିଥିଲା ଓ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଏହି ସ୍କୋରରେ ଅଲଆଉଟ ହୋଇଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ତରଫରୁ ଲିଚ୍‌ ସର୍ବାଧିକ ୯୨, ଜାସନ ରୟ ୭୨, ଅଧିନାୟକ ଜୋ ରୁଟ ୩୧, ସାମ କୁରାନ ୩୭ ରନ କରି ଆଉଟ ହୋଇଥିବା ବେଳେ ବ୍ରଡ ୨୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆୟର୍ଲାଣ୍ଡ ତରଫରୁ ମାର୍କ ଆଡେର ଓ ଷ୍ଟୁଆର୍ଟ ଥମ୍ପସନ ୩ଟି ଲେଖାଏ, ବୟଡ ରନ୍‌କିନ୍‌ ୨, ଟମ୍‌ ମର୍ଟାଗ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ: ୨୩.୪ ଓଭରରେ ୮୫ ଅଲ୍‌ଆଉଟ୍‌।
ଆୟର୍ଲାଣ୍ଡ ପ୍ରଥମ ଇନିଂସ: ୫୮.୨ ଓଭରରେ ୨୦୭ ଅଲ୍‌ଆଉଟ୍‌।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୭୭.୫ ଓଭରରେ ୩୦୩ ଅଲଆଉଟ୍‌।
ଆୟର୍ଲାଣ୍ଡ ଦ୍ୱିତୀୟ ଇନିଂସ: ୧୫.୪ ଓଭରରେ ୩୮ ଅଲଆଉଟ୍‌
(ମ୍ୟାକୋଲମ- ୧୧, ଓ୍ବକ୍ସ- ୬/୧୭, ବ୍ରଡ- ୪/୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri