ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା

ଉଦଳା/ଖୁଣ୍ଟା, ୧୮।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ, ଚୋରା ଚାଲାଣ, ପଥର ବ୍ଲାଷ୍ଟିଂ ଅବୈଧ କ୍ରସର ସ୍ଥାପନା ଆଦି ରୋକିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତ ୨୯ ତାରିଖରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଶାସନିକ ଏ ଦିଗରେ ପଦକ୍ଷେପ ନେଇ ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା ଜାରି କରିଛି।
ଉପଖଣ୍ଡ ଉପଜିଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟ ଚିଠି ନଂ. ୨୧୭୦/ ତା୮।୮।୨୦୧୯ ରିଖ ମତେ ଖୁଣ୍ଟା ତହସିଲ୍‌ ବଡପଥରା ଆରଆଇ ସର୍କଲ ଅଧୀନ ଗ୍ରାମ ବହଳଦା, ବାଲିପାଳ, ଗଣେଇ, ସୁବର୍ଣ୍ଣମଞ୍ଜରୀ, ସୋନପୋଖରୀ, ଯୋଡିଡିହା, ଡେଙ୍ଗାମ୍‌, ଅଣ୍ଡିଆଟିକିରା, ବିପ୍ରଚରଣପୁର ସମେତ ଭୋଳାଗଡିଆ ସର୍କଲର ଶ୍ରୀରାମପୁରରେ ୧୪୪ ଧାରା ଜାରି କରିବାକୁ ତହସିଲଦାର ଏବଂ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଖୁଣ୍ଟା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ, ଆଇଆଇସି ନବକୃଷ୍ଣ ନାଏକ, ଡୁକୁରା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ଉପସ୍ଥିତିରେ ୧୪୪ ଧାରା ଜାରି କରାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ଏହା ଘୋଷଣା କରାଯାଇ ସେଠାରେ ନାଲି ପତାକା ପୋତାଯାଇଛ। ସେହିପରି ଉପଜିଲାପାଳ କପ୍ତିପଦାର ଶୁଖୁଆପଟା ଅଞ୍ଚଳକୁ ଗସ୍ତ କରି ସମ୍ପୃୃକ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଚିଠି ନଂ.୨୨୦୩/ତା ୧୩।୮।୨୦୧୯ ଅନୁଯାୟୀ ଶୁଖୁଆପଟା ପାହାଡ ଅଞ୍ଚଳ କେତେକ ପ୍ଲଟରେ ୧୪୪ ଧାରା ଜାରି କରାଯାଇଛି ା ବେଆଇନ ଚୋରା ଚାଲାଣ ରୋକିବା ଲାଗି ରାଜସ୍ବ, ପୋଲିସ୍‌ ଏବଂ ବନବିଭାଗକୁ ନେଇ ସ୍କ୍ବାର୍ଡ ଗଠନ କରାଯାଇଛି ା ବେଆଇନ ମାଙ୍କଡା ପଥର ଓ ମୋରମ୍‌ ଖାଦାନ ସମେତ ପଥର ବ୍ଲାଷ୍ଟିଂ, ଅବୈଧ କ୍ରସର ଚାଳନା ଯୋଗୁଁ ସବୁଜ ବନାନୀ ନଷ୍ଟ ହୋଇ ପ୍ରାଣୀ ଜଗତ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଉପଜଲାପାଳ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri