ଲକ୍‌ଡାଉନ୍‌ ହଟିବାକୁ ଲାଗିପାରେ ସମୟ

ନୂଆଦିଲ୍ଲୀ,୭ା୪: ସାରା ଦେଶରେ କରୋନା ଭୂତାଣୁ କାୟା ମେଲିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଭୂତାଣୁ ଦ୍ୱାରା ସୋମବାର ରାତି ୧୧ଟା ସୁଦ୍ଧା ୪୨୮୧ ଜଣ ସଂକ୍ରମିତ ହୋଇଥିବାବେଳେ ୧୧୧ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ବେସରକାରୀ ସୂତ୍ରରୁ ତଥା https://www.covid19india.org ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ୪୭୭୩ ଏବଂ ମୃତ୍ୟୁସଂଖ୍ୟା ୧୩୫ ରହିଛି। ସୋମବାର ଗୋଟିଏ ଦିନରେ ୪୮୪ଜଣ ଏହି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ୧୪ଜଣ ଆଖିବୁଜିଛନ୍ତି। ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଭାରତ ଅଦ୍ୟାବଧି କରୋନା ସଂକ୍ରମଣର ଷ୍ଟେଜ୍‌-୨ରେ ଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ୍‌ ବା ତାଲାବନ୍ଦ। ରାସ୍ତାଘାଟ, ଦୋକାନବଜାର, ଶିଳ୍ପ, କାରଖାନା ସବୁ ବନ୍ଦ। ସବୁଠି କେବଳ ଶୂନଶାନ୍‌। ଲୋକେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ଏହାର ଗୁରୁତର ପ୍ରଭାବ ରୋଜଗାର ଓ ଅର୍ଥନୀତି ଉପରେ ପଡ଼ିଛି। ଏହି ଲକ୍‌ଡାଉନ୍‌ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି। ହେଲେ ଏହି ଅବଧି ଆହୁରି ଆଗକୁ ବଢ଼ିପାରେ। ଲକ୍‌ଡାଉନ୍‌ ହଟିବା ପାଇଁ ଲୋକଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ସୋମବାର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଲକ୍‌ଡାଉନ୍‌ ଶେଷ ହେବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଜାଭେଡ଼କର କହିଛନ୍ତି ଯେ, ଆମେ ପ୍ରତି ମିନିଟ୍‌ରେ ବିଶ୍ୱର ସ୍ଥିତି ଉପରେ ନଜର ରଖୁଛୁ। ଦେଶର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିିଆଯିବ ଏବଂ ତାହା ଠିକ୍‌ ସମୟରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ଅନେକେ ଭାବୁଛନ୍ତି ଯେ, ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଆର୍ଥିକ ସ୍ଥିତି ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଅସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ କୁହାଯାଉଛି ଯେ, କୃଷି କାର୍ଯ୍ୟକଳାପକୁ କଟକଣାରୁ ମୁକ୍ତ କରାଯାଇପାରେ, ବିମାନ ସେବା ଆଂଶିକ ଭାବେ ଆରମ୍ଭ ହୋଇପାରେ ଏବଂ କୋଭିଡ୍‌-୧୯ ହସ୍ପିଟାଲ ଅଞ୍ଚଳରେ ଲକ୍‌ଡାଉନ୍‌କୁ ସୀମିତ ରଖାଯାଇପାରେ। ଏହାସହିତ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉପରେ ନିଷ୍ପତ୍ତି ଛାଡ଼ିପାରନ୍ତି।
ସୂଚନାଥାଉ କି ଏପ୍ରିଲ ୧୪ରେ ହିଁ ଲକ୍‌ଡାଉନ୍‌ ଶେଷ ହେବା ଜରୁରୀ ନୁହେଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ ଭାବେ କହିସାରିଛନ୍ତି। ଉତ୍ତରପ୍ରଦେଶରେ ୩୦୫ ଜଣ ସଂକ୍ରମିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅଓ୍ବସ୍ତି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବିଶେଷକରି ଅଧିକ ମାମଲା ହେଉଛି ତବଲିଘି ଜମାତ ସମ୍ପର୍କିତ। ତେଣୁ ୧୪ ତାରିଖ ପରେ ଲକ୍‌ଡାଉନ୍‌ ଶେଷ ହେବ ବୋଲି କହିବା ଅସମ୍ଭବ। ଆଗାମୀ ଦିନଗୁଡ଼ିକରେ ଲୋକଙ୍କ ସମର୍ଥନ ନିହାତି ଜରୁରୀ। ସେମାନଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ରାଜ୍ୟ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣମୁକ୍ତ ବୋଲି ସୁନିଶ୍ଚିତ ହେବା ପରେ ହିଁ ଲକ୍‌ଡାଉନ୍‌ ଖୋଲାଯିବ ବୋଲି ଅଓ୍ବସ୍ତି କହିଛନ୍ତି। ଯଦି ଜଣେ ବି ବ୍ୟକ୍ତି କରୋନା ସଂକ୍ରମିତ ଥିବେ ତେବେ ସ୍ଥିତି ଚିନ୍ତାଜନକ। ଏହି କାରଣରୁ ଲକ୍‌ଡାଉନ୍‌ ଖୋଲିବା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି।
ସେହିପରି ଓଡ଼ିଶା କଥା ଦେଖିଲେ, ଲକ୍‌ଡାଉନ୍‌ ଆସନ୍ତା ୧୪ ତାରିଖ ପରେ ଖୋଲିବ କି ନାହିଁ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କିଛି କୁହାଯାଇନାହିଁ। ବିଶେଷକରି ଗତ ଶୁକ୍ରବାରଠାରୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବଢ଼ି ୪୦ ଛୁଇଁଛି। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ସଂକ୍ରମିତ ରହିଥିବାବେଳେ ଭଦ୍ରକରେ ୩ ଏବଂ କଟକ, ପୁରୀ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ରାଜ୍ୟରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଲକ୍‌ଡାଉନ୍‌ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି କହିହେଉନାହିଁ।
ଓଡ଼ିଶାଠାରୁ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, କେରଳ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ଗୁଜରାଟ, ହରିୟାଣା, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ ଓ ପଞ୍ଜାବରେ କରୋନା ସଂକ୍ରମଣ ସ୍ଥିତି ଅଧିକ ଜଟିଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟି-୨୦ ଟୁର୍ଣ୍ଣାମେଣ୍ଟ ‘ସୟଦ ମୁସ୍ତାକ ଅଲି ଟ୍ରଫି’ ରେ ନୂଆ ଇତିହାସ ରଚିଛି ଝାଡ଼ଖଣ୍ଡ। ଗୁରୁବାର ପୁଣେଠାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri