ଲକ୍‌ଡାଉନ୍‌ ସମୟରେ ଘରେ ଓ୍ବର୍କଆଉଟ୍‌ କରୁଛନ୍ତି ବିଗ୍‌ ବି, ଫଟୋ ଭାଇରାଲ

ମୁମ୍ବାଇ: ବିଗ୍‌ ବି ନିଜର ଫ୍ୟାନ୍‌ମାନଙ୍କୁ କରୋନା ଭାଇରସ୍‌ ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଟ୍ବିଟ୍‌ କରୁଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କଲେ ବିଗ୍‌ ବି ସଙ୍ଗେ ସଙ୍ଗେ ଟ୍ବିଟ୍‌ କରି ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏବେ ଅମିତାଭଙ୍କର ଏକ ଜବରଦସ୍ତ ଫଟୋ ନଜର ଆସିଛି। ଫଟୋରୁ ଜଣାପଡୁଛି ସେ ସ୍ବାସ୍ଥ୍ୟର ଖୁବ୍‌ ଯତ୍ନ ନେଉଛନ୍ତି। ଖାସ୍‌ ଏଥିପାଇଁ ସେ ଓ୍ବର୍କଆଉଟ୍‌ ମଧ୍ୟ କରୁଛନ୍ତି। ବିଗ୍‌ ବି ତାଙ୍କ ଘରେ ଥିବା ଜିମ୍‌ର ଏକ ଫଟୋ ଶେୟାର କରିଛନ୍ତି। ୭୭ ବର୍ଷ ବୟସରେ ଫିଟ୍‌ ରହିବା ପାଇଁ କେତେ କ’ଣ ତରିକା ଆପଣାଉଛନ୍ତି। ସେଥିପାଇଁ ତ ଏ ବୟସରେ ବି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

ବୁଧବାର ଏକ ଫଟୋ ଶେୟାର କରି ବିଗ୍‌ ବି’ କ୍ୟାପ୍‌ଶନ ଲେଖିଛନ୍ତି, ‘ଜିମ୍‌ କରିବା ଜାରି ରଖ। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଅ। ଏହି ଫଟୋରେ ଅମିତାଭ ଏକ ଜିମ୍‌ ପୋଷାକରେ ନଜର ଆସିଥିବା ବେଳେ ତାଙ୍କ ପଛରେ ଜିମ୍‌ ସେଣ୍ଟର ରହିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।

କେବଳ ଅମିତାଭ ନୁହନ୍ତି, ବଲିଉଡ୍‌ର ସମସ୍ତ କଳାକାର ମଧ୍ୟ ନିଜ ନିଜର ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି। ଅନିଲ କପୁର ମଧ୍ୟ ଓ୍ବର୍କଆଉଟ୍‌ କରୁଥିବା ଫଟୋ ସୋସିଆଲ ମିିଡିଆରେ ଫଟୋ ଶେୟାର କରିଛନ୍ତି। ଏଥିରେ ଅନିଲ୍‌ କ୍ୟାପ୍‌ଶନ ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ମୋ’ ଟ୍ରେନର ଅଛନ୍ତି, ସେପର୍ଯ୍ୟନ୍ତ ମୋ’ର ଟ୍ରେନିଂ ଶେଷ ହେବ ନାହିଁ। ସେହିପରି ଦୀପିକା ପାଦୁକୋନ୍‌, ରଣବୀର ସିଂହ, ଶିଳ୍ପା ସେଟ୍ଟୀ, ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌, ଶାହିଦ୍‌ କପୁର ନିଜ ନିଜର ଓ୍ବାର୍କଆଉଟ୍‌ ଫଟୋ ଶେୟାର କରି କରୋନା ଭାଇରସ୍‌ରୁ ରକ୍ଷା ପାଇଁ ଫ୍ୟାନ୍‌ମାନଙ୍କୁ ସଚେତନ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri