ଲକ୍‌ଡାଉନକୁ ପୂରଣ ହେଲା ୪୦ ଦିନ: ମହାମାରୀ ଶିଖାଇଲା କିଛି ନୂଆ ଶବ୍ଦ

ନୂଆଦିଲ୍ଲୀ,୩।୫: ବିଗତ ପ୍ରାୟ ୫ ମାସ ହେବ ଚାଇନାରେ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ଯାଇନାହିଁ। ଦେଶରେ ମାର୍ଚ୍ଚ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ସରକାର ଲକ୍‌ଡାଉନ ଘୋଷଣା କଲେ। ଏବେ ଏହି ଲକ୍‌ଡାଉନକୁ ୪୦ ଦିନ ପୂରଣ ହୋଇଛି। ଏହାରି ଭିତରେ ଆମେ କିଛି ଶବ୍ଦ ଓ ଏହାର ଅର୍ଥକୁ ବୁଝିଛେ ଯାହା ମଧ୍ୟରୁ ଅନେକ ଶବ୍ଦକୁ ନା ଆମେ କେବେ ଶୁଣିଥିଲେ ନା ଏହାର ଅର୍ଥ ଜାଣିଥିଲେ। ଏହି ଶବ୍ଦ ମଧ୍ୟରେ ରହିଛି ହଟ୍‌ସ୍ପଟ୍‌, କଣ୍ଟେନମେଣ୍ଟ ଜୋନ୍‌, ବଫର ଜୋନ୍‌, ର଼୍ୟାପିଡ ଆଣ୍ଟି ବଡିଜ କିଟ୍ସ, ପ୍ଲାଜମା ଥେରାପି, ରେଡ, ଅରେଞ୍ଜ, ଗ୍ରୀନ୍‌ ଜୋନ୍‌ ଇତ୍ୟାଦି। କେବଳ ସେତିକି ନୁହେଁ କରୋନା ମହାମାରୀ ପାଇଁ ଯାହା ପୂର୍ବରୁ କରାଯାଇ ନ ଥିଲା ତାହା ମଧ୍ୟ କରାଯାଇଛି। ଯେମିତିକି ମେଡିକାଲମାନଙ୍କରେ ବହୁ ସମୟ ଧରି ପ୍ରାୟ ଅପ୍ସିଜେନ ସିଲିଣ୍ଡର କ୍ରୟ କରାଯାଉ ନ ଥିବା ବେଳେ ଏବେ ପ୍ରଥମ କରି ପ୍ରାୟ ୧.୦୨ଲକ୍ଷ ନୂଆ ସିଲିଣ୍ଡର କ୍ରୟ କରାଯାଇଛି। ପ୍ରତିବର୍ଷ ପ୍ରାୟ ୫୦-୭୦ ହଜାରର ପିପିଇ ତିଆରି ହେଉଥିବା ବେଳେ ଏବେ ପ୍ରତିଦିନ ପାଖାପାଖି ଦେଢ ଲକ୍ଷ ପିପିଇ ଓ ୨.୩୦ ଲକ୍ଷ ମାସ୍କ ତିଆରି କରାଯାଉଛି। କରୋନା ପୂର୍ବରୁ ଦେଶରେ ପ୍ରତିମାସରେ ପ୍ରାୟ ୫ ହଜାର ଭେଣ୍ଟିଲେଟର ତିଆରି କରାଯାଉଥିବା ବେଳେ ଏବେ ଏହା ୯ ହଜାରକୁ ବୃଦ୍ଧି ପାଇଛି। ସେହପିରି ମାର୍ଚ୍ଚ ଶେଷ ବେଳକୁ ଆଇସିୟୁ ବେଡ୍‌ ସଂଖ୍ୟା ୪୧,୯୭୪ରୁ ବୃଦ୍ଧି ଘଟି ପାଖାପାଖି ୧,୯୪,୦୨୬ରେ ପହଞ୍ଚିଛି। ୪୦ ଦିନରେ ୧,୭୪୧ କେୟାର ସେଣ୍ଟର, ୧,୨୯୭ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଓ ୭୩୮ ହସ୍ପିଟାଲ ତିଆରି ହୋଇଯାଇଛି ବୋଲି ତଥ୍ୟ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri