ଲକ୍‌ଡାଉନ ଯୋଗୁ ଆନିମଲ ସ୍ପିରିଟ୍‌ ଧୀମା

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ୍‌କୁ ରୋକିବା ଲାଗି ସରକାର ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଆର୍ଥତ୍କ କାର୍ଯ୍ୟକଳାପ ଏହି ସମୟରେ ବନ୍ଦ ପଡ଼ିଛି। କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ପଡ଼ିଥିବାରୁ ବଜାର ସ୍ଥିତି ବେହାଲ ହୋଇଛି। ଚାହିଦା ନ ଥିବା ବେଳେ ଯୋଗାଣ ଚେନ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଜାର ଉପରେ କରୋନା ମାଡ଼ କରିବା ଦ୍ୱାରା ସବୁ ଯେମିତି ହଠାତ୍‌ ଅଟକି ଗଲା ଭଳି ପ୍ରତୀୟମାନ ହେଉଛି। ବଜାରର ଏଭଳି ସ୍ଥିତି ଲୋକଙ୍କ କ୍ରୟ ଏବଂ ନିବେଶ ଉପରେ ପଡୁଛି। ଭାରତ ବିଶ୍ୱର ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ଦେଶ ଭାବେ ଚଳିତ ବର୍ଷ ଅନ୍ୟ ଦେଶଗୁଡିକ ତୁଳନାରେ ଭଲ ସ୍ଥିତିରେ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଥିଲେ। ହେଲେ କରୋନା ଆସି ଏହି ସ୍ଥିତିକୁ ବିଗାଡ଼ିଦେଇଛି।

ନକାରାତ୍ମକ ଅଭିବୃଦ୍ଧି
ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ବିବେଚିତ ଭାରତ ବଜାର କ୍ୟାଲେଣ୍ଡର ବର୍ଷ ଆରମ୍ଭରୁ ହିଁ ପ୍ରଭାବିତ ହୋଇଛି। ଜାନୁୟାରୀ-ମାର୍ଚ୍ଚରେ ଅଭିବୃଦ୍ଧି ହାର ପ୍ରାୟ ୧.୨% ଖସିବା ନେଇ ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ନକାରାତ୍ମକ ଅଭିବୃଦ୍ଧି ରହିବ ବୋଲି ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟ ଏଜେନ୍ସିଗୁଡିକ ପୂର୍ବାନୁମାନରେ କହିଛନ୍ତି।

ବାଣିଜ୍ୟ କାର୍ଯ୍ୟକଳାପ
ଗତ ମାସରେ ଭାରତର ମୁଖ୍ୟ ସର୍ଭିସ ଇଣ୍ଡେକ୍ସ ହ୍ରାସ ଘଟି ୫.୪%କୁ ଖସିଛି। ଏହା ବିଶ୍ୱ ବଜାର ତୁଳନାରେ ସବୁଠାରୁ ନିମ୍ନ ସ୍ତରକୁ ଖସିଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ୨୭.୪% ଖସିଥିବା ନଜରକୁ ଆସିଛି। ଏହି ୨ଟି କ୍ଷେତ୍ରରେ ହ୍ରାସ ହେବା ଯୋଗୁ କମ୍ପୋଜାଇଟ୍‌ ଇଣ୍ଡେକ୍ସ ୭.୨%କୁ ହ୍ରାସ ଘଟିଛି। ଏହା ପୂର୍ବରୁ ୫୦.୨ ରହିଥିଲା। ୫୦ ଅଙ୍କରୁ ନିମ୍ନକୁ ସୂଚୀ ଖସିଲେ ପର୍‌ଫରମାନ୍ସରେ ହ୍ରାସ ବୋଲି ବିଚାର କରାଯାଇଥାଏ।

ସବୁ କ୍ଷେତ୍ରରେ ପର୍‌ଫରମାନ୍ସ ହ୍ରାସ
ମାର୍ଚ୍ଚ ଶେଷ ସପ୍ତାହରେ ହୋଇଥିବା ଲକ୍‌ଡାଉନ ଯୋଗୁ ସବୁ କ୍ଷେତ୍ରରେ ପର୍‌ଫରମାନ୍ସ ହ୍ରାସ ଦେଖାଯାଇଛି। ଏପ୍ରିଲ ମାସରେ ବାର୍ଷିକ ଭିତ୍ତିରେ ଜିଡିପି ୧୫% ହ୍ରାସ ହୋଇଥିବା ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ଆକଳନ କରାଯାଇଛି। ସେବା କ୍ଷେତ୍ର କାର୍ଯ୍ୟକଳାପ ଏହି ସମୟରେ ଅନେକ ପରିମାଣରେ ହ୍ରାସ ହୋଇଥିବା ଦେଖାଯାଇଛି।

ରପ୍ତାନି
ବିଶ୍ୱ ବଜାରରୁ ରପ୍ତାନି ବନ୍ଦ ହୋଇଯିବା ଫଳରେ ଏପ୍ରିଲରେ ଏହା ୬୦% ହ୍ରାସ ଘଟିଛି। ଜେମ୍‌ସ ଆଣ୍ଡ ଜୁଏଲେରି ରପ୍ତାନି ୯୮.୭% ଏବଂ ବୟନ ସାମଗ୍ରୀ ୭୧.୬% ଖସିଛି। ଚାହିଦା ହ୍ରାସ ହେବା ମଧ୍ୟ ରପ୍ତାନି ଉପରେ ଗଭୀର ପ୍ରଭାବ ପକାଇଛି।

ଖାଉଟି କାର୍ଯ୍ୟକଳାପ
ବିଶ୍ୱର ୪ର୍ଥ ବଡ଼ ଅଟୋମୋବାଇଲ ବଜାର ଭାରତରେ କାର ବିକ୍ରି ବନ୍ଦ ପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଜାଗୁଆର ଲ୍ୟାଣ୍ଡ ରୋଭର ଭଳି କମ୍ପାନୀ ଲକ୍‌ଡାଉନ ପାଇଁ ସେମାନଙ୍କ କାରବାରକୁ ବନ୍ଦ କରି ରଖିଥିଲେ। ବଜାର ଧୀରେ ଧୀରେ ଖୋଲୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କାରବାର ଟ୍ରାକ୍‌କୁ ଫେରିପାରୁ ନାହିଁ। ଯାନବାହନ ନ ଚାଲିବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବୃହତ୍‌ ପରିମାଣରେ ହ୍ରାସ ଘଟିଛି। ୧୨୨ ନିୟୁତ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଛି।

ଔଦ୍ୟୋଗିକ ସ୍ଥିତି
ଦେଶର ଶିଳ୍ପ ଉତ୍ପାଦନ ସୂଚକାଙ୍କକୁ ଭିତ୍ତିଭୂମି ସହ ଜଡ଼ିତ ଶିଳ୍ପଗୁଡିକ ୪୦% ଯୋଗଦାନ ରଖିଥାନ୍ତି। ଏହି ଶିଳ୍ପଗୁଡ଼ିକର କାର୍ଯ୍ୟକଳାପ ୬.୫% ହ୍ରାସ ଘଟିଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ କମିଛି। ଏହା ଫଳରେ ଫ୍ୟାକ୍ଟ୍ରି ଉତ୍ପାଦନ ୧୬.୭% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri