ଲକ୍‌ଡାଉନ ଯୋଗୁ ଆନିମଲ ସ୍ପିରିଟ୍‌ ଧୀମା

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ୍‌କୁ ରୋକିବା ଲାଗି ସରକାର ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଆର୍ଥତ୍କ କାର୍ଯ୍ୟକଳାପ ଏହି ସମୟରେ ବନ୍ଦ ପଡ଼ିଛି। କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ପଡ଼ିଥିବାରୁ ବଜାର ସ୍ଥିତି ବେହାଲ ହୋଇଛି। ଚାହିଦା ନ ଥିବା ବେଳେ ଯୋଗାଣ ଚେନ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଜାର ଉପରେ କରୋନା ମାଡ଼ କରିବା ଦ୍ୱାରା ସବୁ ଯେମିତି ହଠାତ୍‌ ଅଟକି ଗଲା ଭଳି ପ୍ରତୀୟମାନ ହେଉଛି। ବଜାରର ଏଭଳି ସ୍ଥିତି ଲୋକଙ୍କ କ୍ରୟ ଏବଂ ନିବେଶ ଉପରେ ପଡୁଛି। ଭାରତ ବିଶ୍ୱର ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ଦେଶ ଭାବେ ଚଳିତ ବର୍ଷ ଅନ୍ୟ ଦେଶଗୁଡିକ ତୁଳନାରେ ଭଲ ସ୍ଥିତିରେ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଥିଲେ। ହେଲେ କରୋନା ଆସି ଏହି ସ୍ଥିତିକୁ ବିଗାଡ଼ିଦେଇଛି।

ନକାରାତ୍ମକ ଅଭିବୃଦ୍ଧି
ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ବିବେଚିତ ଭାରତ ବଜାର କ୍ୟାଲେଣ୍ଡର ବର୍ଷ ଆରମ୍ଭରୁ ହିଁ ପ୍ରଭାବିତ ହୋଇଛି। ଜାନୁୟାରୀ-ମାର୍ଚ୍ଚରେ ଅଭିବୃଦ୍ଧି ହାର ପ୍ରାୟ ୧.୨% ଖସିବା ନେଇ ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ନକାରାତ୍ମକ ଅଭିବୃଦ୍ଧି ରହିବ ବୋଲି ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟ ଏଜେନ୍ସିଗୁଡିକ ପୂର୍ବାନୁମାନରେ କହିଛନ୍ତି।

ବାଣିଜ୍ୟ କାର୍ଯ୍ୟକଳାପ
ଗତ ମାସରେ ଭାରତର ମୁଖ୍ୟ ସର୍ଭିସ ଇଣ୍ଡେକ୍ସ ହ୍ରାସ ଘଟି ୫.୪%କୁ ଖସିଛି। ଏହା ବିଶ୍ୱ ବଜାର ତୁଳନାରେ ସବୁଠାରୁ ନିମ୍ନ ସ୍ତରକୁ ଖସିଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ୨୭.୪% ଖସିଥିବା ନଜରକୁ ଆସିଛି। ଏହି ୨ଟି କ୍ଷେତ୍ରରେ ହ୍ରାସ ହେବା ଯୋଗୁ କମ୍ପୋଜାଇଟ୍‌ ଇଣ୍ଡେକ୍ସ ୭.୨%କୁ ହ୍ରାସ ଘଟିଛି। ଏହା ପୂର୍ବରୁ ୫୦.୨ ରହିଥିଲା। ୫୦ ଅଙ୍କରୁ ନିମ୍ନକୁ ସୂଚୀ ଖସିଲେ ପର୍‌ଫରମାନ୍ସରେ ହ୍ରାସ ବୋଲି ବିଚାର କରାଯାଇଥାଏ।

ସବୁ କ୍ଷେତ୍ରରେ ପର୍‌ଫରମାନ୍ସ ହ୍ରାସ
ମାର୍ଚ୍ଚ ଶେଷ ସପ୍ତାହରେ ହୋଇଥିବା ଲକ୍‌ଡାଉନ ଯୋଗୁ ସବୁ କ୍ଷେତ୍ରରେ ପର୍‌ଫରମାନ୍ସ ହ୍ରାସ ଦେଖାଯାଇଛି। ଏପ୍ରିଲ ମାସରେ ବାର୍ଷିକ ଭିତ୍ତିରେ ଜିଡିପି ୧୫% ହ୍ରାସ ହୋଇଥିବା ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ଆକଳନ କରାଯାଇଛି। ସେବା କ୍ଷେତ୍ର କାର୍ଯ୍ୟକଳାପ ଏହି ସମୟରେ ଅନେକ ପରିମାଣରେ ହ୍ରାସ ହୋଇଥିବା ଦେଖାଯାଇଛି।

ରପ୍ତାନି
ବିଶ୍ୱ ବଜାରରୁ ରପ୍ତାନି ବନ୍ଦ ହୋଇଯିବା ଫଳରେ ଏପ୍ରିଲରେ ଏହା ୬୦% ହ୍ରାସ ଘଟିଛି। ଜେମ୍‌ସ ଆଣ୍ଡ ଜୁଏଲେରି ରପ୍ତାନି ୯୮.୭% ଏବଂ ବୟନ ସାମଗ୍ରୀ ୭୧.୬% ଖସିଛି। ଚାହିଦା ହ୍ରାସ ହେବା ମଧ୍ୟ ରପ୍ତାନି ଉପରେ ଗଭୀର ପ୍ରଭାବ ପକାଇଛି।

ଖାଉଟି କାର୍ଯ୍ୟକଳାପ
ବିଶ୍ୱର ୪ର୍ଥ ବଡ଼ ଅଟୋମୋବାଇଲ ବଜାର ଭାରତରେ କାର ବିକ୍ରି ବନ୍ଦ ପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଜାଗୁଆର ଲ୍ୟାଣ୍ଡ ରୋଭର ଭଳି କମ୍ପାନୀ ଲକ୍‌ଡାଉନ ପାଇଁ ସେମାନଙ୍କ କାରବାରକୁ ବନ୍ଦ କରି ରଖିଥିଲେ। ବଜାର ଧୀରେ ଧୀରେ ଖୋଲୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କାରବାର ଟ୍ରାକ୍‌କୁ ଫେରିପାରୁ ନାହିଁ। ଯାନବାହନ ନ ଚାଲିବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବୃହତ୍‌ ପରିମାଣରେ ହ୍ରାସ ଘଟିଛି। ୧୨୨ ନିୟୁତ ଲୋକଙ୍କୁ ଚାକିରି ହରାଇବାକୁ ପଡ଼ିଛି।

ଔଦ୍ୟୋଗିକ ସ୍ଥିତି
ଦେଶର ଶିଳ୍ପ ଉତ୍ପାଦନ ସୂଚକାଙ୍କକୁ ଭିତ୍ତିଭୂମି ସହ ଜଡ଼ିତ ଶିଳ୍ପଗୁଡିକ ୪୦% ଯୋଗଦାନ ରଖିଥାନ୍ତି। ଏହି ଶିଳ୍ପଗୁଡ଼ିକର କାର୍ଯ୍ୟକଳାପ ୬.୫% ହ୍ରାସ ଘଟିଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ କମିଛି। ଏହା ଫଳରେ ଫ୍ୟାକ୍ଟ୍ରି ଉତ୍ପାଦନ ୧୬.୭% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri