ଲକ୍‌ଡାଉନ ଖୋଲିବା ପରେ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ଲାଗିଲା ଲମ୍ବା ଲାଇନ୍‌ !

ବେଜିଂ,୧୨।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଚାଇନାର ଉହାନ ସହରରେ ଲାଗିଥିବା ୭୮ ଦିନିଆ ଲକ୍‌ଡାଉନ୍‌ ଏବେ ଶେଷ ହୋଇଛି। ଏହାପରେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ସହ ସହର ବଜାର ସବୁ ଖୋଲାଥିବା ଦେଖିବାକୁ ମିଳିଛି। ଚାଇନା ସରକାରଙ୍କ ସୂଚନା ଅନୁଯାୟୀ, କରୋନା ଭାଇରସ ସଂକ୍ରମଣରେ ଉହାନ ସହରରେ ୨,୬୦୦ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ଲକ୍‌ଡାଉନ ଖୋଲିଥିବାରୁ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସେଠାରେ ଲମ୍ବା ଲାଇନ ଲାଗିଥିବା ଜଣାପଡିଛି। ସିଏନ୍‌ଏନ୍‌ର ଏକ ରିପୋର୍ଟ ଅନୁଯାୟୀ, ଉହାନରେ ୨୫ ଜାନୁୟାରୀରୁ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ଏବେ ଲକ୍‌ଡାଉନ୍‌ ଖୋଲିବାରୁ ପୁଣିଥରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଲାଇନରେ ଥିବା ଜଣେ ବ୍ୟକ୍ତି କହିଛନ୍ତି କରୋନା ସଂକ୍ରମଣ ସମୟରେ ତାଙ୍କର ୭୬ ବର୍ଷ ପିତାଙ୍କର ଗୋଡ ଭାଙ୍ଗିଯିବାରୁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ସେ କରୋନାରେ ସଂକ୍ରମିତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଲକ୍‌ଡାଉନ ଥିବାରୁ ସେ ତାଙ୍କ ପିତାଙ୍କର ଅନ୍ତିମ ସଂସ୍କାର କରିପାରି ନ ଥିଲେ। ଏବେ ସେ ପ୍ରାୟ ୫ଶହ କିଲୋମିଟର ଅତିକ୍ରମ କରି ନିଜ ପିତାଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିବା କହିଛନ୍ତି। ସୂଚନାଯୋଗ୍ୟ, ଉହାନରେ ଯେତେବେଳେ କରୋନା ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା ସେତେବେଳେ ତାଙ୍କର ପରିବାର ସହ ଆଉ କୌଣସି ସମ୍ପର୍କ ରହୁ ନ ଥିଲା। ଏମିତିକି ମୃତ୍ୟୁ ପରେ ବି ପରିବାର ଲୋକେ ସେମାନଙ୍କୁ ଶେଷ ଦର୍ଶନ କରିପାରୁ ନ ଥିଲେ। ଏବେ ଏମିତି ସଂକ୍ରମିତଙ୍କୁ ସ୍ବତନ୍ତ୍ର ଭାବେ ସଂସ୍କାର କରାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri