ଲକ୍ଷ୍ୟପଥରୁ ଦୂରଉଛି ଆର୍‌ଏସ୍‌ଏସ୍‌: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୬।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା, ଏବେ ସେଥିରୁ ଦୂରେଇଯାଉଛି ବୋଲି କହିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୋମବାର ଶଙ୍କରାଚାର୍ଯ୍ୟ ମଠରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଆର୍‌ଏସ୍‌ଏସ୍‌ ଉପରେ ବର୍ଷିଛନ୍ତି। ସେ କହିଥିଲେ, ଆର୍‌ଏସ୍‌ଏସ୍‌ ଅଯଥା ଧାର୍ମିକ, ସାଂସ୍କୃତିକ ଓ ରାଜନୀତି କ୍ଷେତ୍ରରେ ହସ୍ତକ୍ଷେପ ନ କରି ସେବା କାର୍ଯ୍ୟରେ ମନୋନିବେଶ କରୁ। ୨୦୨୦ରେ ଆରଏସ୍‌ଏସ୍‌ ଦ୍ୱାରା ସେନା ସ୍କୁଲ ଖୋଲାଯିବା ନେଇ ପ୍ରଶ୍ନର ଉତ୍ତରରେ ସଂଘ ଚାଳକ ମୋହନ ଭାଗବତ୍‌ଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ ତାହା କହିପାରିବେ ବୋଲି ପ୍ରକାଶ କରିଥିଲେ। ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ, ସ୍ବତନ୍ତ୍ର ଭାରତରେ ଭାରତୀୟମାନେ ସ୍ବତନ୍ତ୍ର ନୁହନ୍ତି। ବିଦେଶୀ କୂଟନୀତି ଦ୍ୱାରା ଭାରତ ପରିଚାଳିତ ହେଉଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଇଂରେଜମାନେ ଦେଶକୁ ବିଭାଜନ କରି ପାକିସ୍ତାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପାକିସ୍ତାନରେ ଆତଙ୍କବାଦୀଙ୍କୁ ସୃଷ୍ଟି କରିବା ପଛରେ ବିଦେଶୀ ଖ୍ରୀଷ୍ଟିଆନଙ୍କ ହାତ ରହିଛି। ଭାରତ ସ୍ବାଧୀନ ହେବା ପରଠାରୁ କେତେଜଣ ପ୍ରଧାନମନ୍ତ୍ରୀ ଦେଶକୁ ୯ଥର ବିଭାଜନ କରିଛନ୍ତି। ବିଖଣ୍ଡିତ ଭାରତରେ ହିନ୍ଦୁମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ଆଇପିଏସ୍‌ ଏବଂ ଆଇଏଏସ୍‌ ପାଠ୍ୟକ୍ରମ ବିଦେଶୀ ରାଷ୍ଟ୍ର ଦ୍ୱାରା ଲାଗୁ କରାଯାଇଛି। ଦେଶର ବିକାଶ କ୍ଷେତ୍ରରେ ଆଇପିଏସ୍‌ ଏବଂ ଆଇଏଏସ୍‌ମାନଙ୍କ ରାଷ୍ଟ୍ରୀୟତାର ଅଭାବ ରହିଛି। ଭାରତର ବୈଦିକ ସଂସ୍କୃତି, ବୈଦିକ ଗଣିତ ବିଶ୍ୱକୁ ମାର୍ଗଦର୍ଶନ କରୁଛି। ବିଦେଶରେ ଏହାର ଆଦର ରହିଛି। ଅଥଚ ଭାରତର ମେଧାଶକ୍ତିକୁ ଭାରତରେ ଉପେକ୍ଷା କରାଯାଉଛି। ଭାରତୀୟଙ୍କ ବୁଦ୍ଧି ବିଚାର ବଳରେ ବିଦେଶୀ ରାଷ୍ଟ୍ରର ଅର୍ଥନୈତିକ ବିକାଶ ସମୃଦ୍ଧି ଲାଭ କରିଛି। ମାତ୍ର ଭାରତର ଅର୍ଥନୀତି ପତ୍ତନ ଘଟୁଛି। ଏଥିଲାଗି ବିଚାରବିମର୍ଷ ଜରୁରୀ। ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନକୁ ବିଶ୍ୱ ଗ୍ରହଣ କରୁଛି। ଅଥଚ ଭାରତରେ ଶଙ୍କରାଚାର୍ଯ୍ୟଙ୍କୁ ଉପେକ୍ଷା କରାଯାଉଛି। ଧାର୍ମିକ କ୍ଷେତ୍ରରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଭାରତ ଅତିଥି ଦେବୋ ଭବଃ ନୀତିରେ ବିଶ୍ୱାସ କରେ। ତେଣୁ ଆମେ ଦଲାଇଲାମାଙ୍କୁ ଶରଣ ଦେଲୁ। ଏହା ପ୍ରଭାବରେ ଚାଇନାର ଆତଙ୍କବାଦୀ ଭାରତରେ ପଶିବାର ସୁଯୋଗ ପାଇଲେ। ଚାଇନା ଆମ ଦେଶର ଶତ୍ରୁ। ଭାରତରେ ଚାଇନାର ସମସ୍ତ ସାମଗ୍ରୀ ବର୍ଜନ କରାଯାଉ। ଚାଇନାକୁ କୌଣସି କଞ୍ଚାମାଲ ଦିଆ ନ ଯାଉ। ଭାରତର ପ୍ରାକୃତିକ ଖଣିଜ ସମ୍ପଦକୁ ଭାରତ ନିଜେ ବ୍ୟବହାର କରୁ। ସେ କହିଲେ ଯେ, ଶଙ୍କରାଚାର୍ଯ୍ୟ ପଦରେ ଆସୀନ ହେବା ପରେ ଏବଂ ଏହା ପୂର୍ବରୁ ମୁଁ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କରିନାହିଁ କି କରୁନାହିଁ। ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ପୂର୍ବକ ସନ୍ଦେଶ ଦେବାକୁ ଚାହେଁ ଯେ, ଦେଶର ଷଡ଼ଯନ୍ତ୍ରରୁ କ୍ଷାନ୍ତ ରୁହନ୍ତୁ। ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ସୁଶିକ୍ଷିତ, ସଂସ୍କୃତି ସମ୍ପନ୍ନ ଓ ରାଷ୍ଟ୍ରୀୟତା ଭାବ ଜାଗ୍ରତ କରାଯାଉ। ଏହାଦ୍ୱାରା ରାଷ୍ଟ୍ରୀୟ ଭାବନାର ଗଙ୍ଗା ପ୍ରବାହିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri