ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ, ଯାହାକୁ ଖାଇବା ଦ୍ୱାରା କାନ୍‌ସର ହେବାର ଆଶଙ୍କା ଅଧିକ।

ପପ୍‌କର୍ନ: ପପ୍‌କର୍ନକୁ ମାଇକ୍ରୋଓଭେନରେ ତିଆରି କରିବା ସମୟରେ ଏଥିରେ ବଟର ଫ୍ଲେବର ଦିଆଯାଇଥାଏ। ଏହି କାରଣରୁ ଏଥିରେ ଏକ ଟକ୍ସିନ୍‌ ସୃଷ୍ଟି ହୋଇଥାଏ, ଯାହାକି କ୍ୟାନ୍‌ସର ସେଲ୍‌କୁ ଜନ୍ମ ଦେଇଥାଏ। ଏଥିରେ ପରଫ୍ଲୋରୋଟୋନିକ ଏସିଡ୍‌ ମଧ୍ୟ ବ୍ୟବହାର କରାଯାଏ। ଏହା ମଧ୍ୟ କ୍ୟାନ୍‌ସରର କାରଣ ହୋଇପାରେ। ତେଣୁ କେବଳ ନିଆଁରେ ସାମାନ୍ୟ ଲୁଣ ଦେଇ ଏହାକୁ ଭାଜି ଖାଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ।

ଡବା ବନ୍ଦ ପରିବା: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଡବାରେ ବନ୍ଦ ହୋଇ ରହିଥିବା ପରିବା କିଣିବାକୁ ପସନ୍ଦ କରିଥାଆନ୍ତି। ତେବେ ଡବାରେ ବନ୍ଦ ଥିବା ଟମାଟୋ ଖାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଟମାଟୋକୁ ଡବାରେ ବନ୍ଦକରି ରଖିବା ପାଇଁ ବିପିଏ ନାମକ ଏକ କେମିକାଲ ବ୍ୟବହାର କରାଯାଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା  ଅଧିକ ଥାଏ। ତେଣୁ ଡବା ବନ୍ଦ ବା ପ୍ୟାକେଟ୍‌ ଖାଦ୍ୟଠାରୁ ଦୂରେଇ ରହିବା ଭଲ।

ତେଲ: ବଜାରରେ ଅନେକ ପ୍ରକାରର ଖାଇବା ତେଲ ମିଳୁଛି। ଅଧିକାଂଶ ଖାଇବା ତେଲ ତିଆରି ବେଳେ ବିଭିନ୍ନ ପ୍ରକାର କେମିକାଲ ମିଶାଯାଇଥାଏ। ଭବିଷ୍ୟତରେ ଏହା କ୍ୟାନ୍‌ସରର କାରଣ ହୋଇଥାଏ। ତେଣୁ ତେଲ କିଣିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସଲ୍‌ମୋନ ମାଛ: ମାଛ ଆମ ଶରୀର ପାଇଁ ଲାଭଦାୟକ। ମାତ୍ର ତାହା ଫାର୍ମ ମାଛ ହୋଇଥିଲେ ସାବଧାନ ହୋଇଯିବା ଆବଶ୍ୟକ। କାରଣ ମାଛ ଶୀଘ୍ର ବଢ଼ିବା ପାଇଁ ସେମାନଙ୍କଠାରେ କେମିକାଲର ପ୍ରୟୋଗ କରାଯାଇଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। ତେଣୁ ସମୁଦ୍ର ଏବଂ ନଦୀମାଛ ଶରୀର ପାଇଁ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?