ରୋମାନ୍ସବେଳେ ଗୁଳି ଫୁଟି ଯୁବତୀ ଆହତ ଘଟଣା: ପୋଲିସକୁ ଭୁଆଁ ବୁଲାଇ ଗିରଫ ହେଲେ ରାଜେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଇନ୍‌ଫୋସିଟି ଥାନା ବଜରଙ୍ଗବିହାରରେ ଗତ ୧୦ ତାରିଖରେ ରୋମାନ୍ସବେଳେ ଗୁଳି ଫୁଟି ଯୁବତୀଙ୍କ ଜଙ୍ଘରେ ପଶିଯିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବନ୍ଧୁକ ଜବତ କରିପାରିନାହିଁ। ଏପରି କି ବନ୍ଧୁକ ଲୁଚାଇ ରଖିଥିବା ରାଜେଶ ତରାଇ ପ୍ରଥମ ଦିନରୁ ହିଁ ପୋଲିସକୁ ଭୁଆଁ ବୁଲାଇଥିଲେ। ତାଙ୍କର ଭିନ୍ନ ଭିନ୍ନ ବୟାନ ଆଧାରରେ ପୋଲିସ ରଘୁନାଥପୁର ଗଙ୍ଗୁଆନାଳରେ ବନ୍ଧୁକ ଖୋଜିଥିଲେ। ଏପରିକି ପୋଲିସ ରାଜେଶଙ୍କୁ ନେଇ ଉକ୍ତ ସ୍ଥାନ ବୁଲାଇଥିଲେ ମଧ୍ୟ ବନ୍ଧୁକ ପାଇ ନ ଥିଲେ। ପରେ ପୁଣି ସେ ବନ୍ଧୁକକୁ ଅନ୍ୟଜଣେ ସାଙ୍ଗକୁ ଦେଇଦେଇଥିବା କହିଥିଲେ। ଏହିଭଳି ପୋଲିସ ତଦନ୍ତ ପାଇଁ ତାଙ୍କୁ ସକାଳେ ଥାନାକୁ ଡାକିବା ସହ ସନ୍ଧ୍ୟାରେ ଘରକୁ ଛାଡୁଥିଲେ। କିନ୍ତୁ ସେ ବନ୍ଧୁକ କେଉଁଠି ଲୁଚାଇ ରଖିଛନ୍ତି, ସେନେଇ ସତ କଥା କହୁ ନ ଥିବାବେଳେ ଶେଷରେ ରବିବାର ପୋଲିସ ରାଜେଶଙ୍କୁ ଗିରଫ କରିଛି। ରାଜେଶଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବାବେଳେ ସେ ରଘୁନାଥପୁର ମାରୁତିଭିଲା ଆପାର୍ଟମେଣ୍ଟରେ ରହୁଛନ୍ତି। ତେବେ ରାଜେଶ ଉକ୍ତ ବନ୍ଧୁକକୁ ତାଙ୍କର ଜଣେ ସାଙ୍ଗଙ୍କୁ ଦେଇଥିବା ପୋଲିସକୁ ଶେଷ ମୁହୂର୍ତ୍ତରେ କହିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ବନ୍ଧୁକ ନେଇଥିବା ରାଜେଶର ସାଙ୍ଗ ଏବେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌କୁ ଉକ୍ତ ମାମଲା ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜେଶଙ୍କ ବିରୋଧରେ ପୋଲିସ ଦଫା ୩୦୭, ୨୦୧, ୩୪ ଏବଂ ୨୫, ୨୭ ଆମର୍‌ସ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ଗୁଳିମାଡ଼ ମାମଲା ପୋଲିସ ଜଗତ୍‌ସଂହପୁର ଜିଲାର ଆଶିଷ କୁମାର ନାୟକ ଏବଂ ପ୍ରଦୀପ ଅଗସ୍ତିଙ୍କୁ ଗିରଫ କରିଛି।
ତେବେ ଗିରଫ ରାଜେଶଙ୍କଠାରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପଚରାଉଚରାବେଳେ ଘଟଣା ସଂକ୍ରାନ୍ତରେ ସେ କହିଛନ୍ତି, ଗୁଳି ଫୁଟିବା ପୂର୍ବ ରାତିରେ ପ୍ରଦୀପ ଯୁବତୀଙ୍କ ରୁମ୍‌ରେ ରହୁଥିଲେ। ପରଦିନ ସକାଳ ୧୧ଟାରେ ପ୍ରଦୀପ ଫୋନ୍‌ କରି ଖାଇବା ଆଣିବା ପାଇଁ ଆଶିଷଙ୍କୁ କହିଥିଲେ। ଆଶିଷ ଖାଇବା ଆଣି ଉକ୍ତ ରୁମ୍‌କୁ ଯାଇଥିଲେ। ହେଲେ ତାଙ୍କ ଅଣ୍ଟାରେ ବନ୍ଧୁକ ଦେଖି ଯୁବତୀ ଜଣକ କିଭଳି ଫୁଟୁଛି ବୋଲି ପଚାରିଥିଲେ। ବନ୍ଧୁକ ଦେଖାଦେଖି ଭିତରେ ଅସାବଧାନତା ବଶତଃ ଟ୍ରିଗର ଉପରେ ହାତ ପଡିଯାଇଥିଲା। ଫଳରେ ଗୁଳିଟି ଫୁଟିଯିବା ସହ ସିଧା ଯୁବତୀଙ୍କ ଜଙ୍ଘରେ ପଶିଯାଇଥିଲା। ଯୁବତୀଙ୍କୁ ଉଦ୍ଧାର କରି ପ୍ରଦୀପ ଓ ଆଶିଷ ହସ୍ପିଟାଲ ନେଇଥିବା ବେଳେ ରାଜେଶ ଉକ୍ତ ରୁମ୍‌କୁ ଯାଇ ବନ୍ଧୁକ ନେଇ ଲୁଚାଇ ଦେଇଥିଲେ। ପରେ ଜଣେ ସାଙ୍ଗଙ୍କୁ ଉକ୍ତ ବନ୍ଧୁକ ଦେଇଥିଲେ ବୋଲି ପୋଲିସ ନିକଟରେ ରାଜେଶ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?