ରୋଡ୍‌ଶୋ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ସୋମବାର ପୂର୍ବାହ୍ନରେ ପ୍ରଦୀପ ଦୀକ୍ଷିତ(୨୭) ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶହୀଦ ଭଗତସେନା ପକ୍ଷରୁ ଜଳଙ୍ଗା ନିକଟରେ ପ୍ରଦୀପଙ୍କ ନେତୃତ୍ୱରେ ଏକ ଜଳଛତ୍ର ଖୋଲାଯାଇଛି। ସୋମବାର ବିଜେଡି ପକ୍ଷରୁ ଉକ୍ତ ରାସ୍ତା ଦେଇ ରୋଡ୍‌ଶୋ ଯିବା ସମୟରେ ଜଳଛତ୍ର ସମ୍ମୁଖରେ କୌଣସି ଏକ ବିବାଦକୁ ନେଇ କିଛି ସମୟ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଦୀପ ଗଣ୍ଡଗୋଳକାରୀଙ୍କୁ ଜଳଛତ୍ର ସମ୍ମୁଖରେ ଗଣ୍ଡଗୋଳ ନ କରି ଅନ୍ୟତ୍ର ଯିବାକୁ କହିଥିଲେ। ଫଳରେ ନିର୍ଦ୍ଦିଷ୍ଟ କେତେକ ଲୋକ ସଂଘବଦ୍ଧ ଭାବେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଶହୀଦ ଭଗତସେନାର ଆବାହକ ସୀତାଂଶୁ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଜିଲା ଚିକିତ୍ସାଳୟରେ ପହଞ୍ଚି ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri