ରୋଗୀ ମୃତ୍ୟୁକୁ ନେଇ ରାୟଗଡ଼ା ମେଡିକାଲ ପରିସରରେ ଉତ୍ତେଜନା

ରାୟଗଡ଼ା ଅଫିସ,୧୫ା୬: ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ସୋମବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ନାୟଡ଼ୁପେଟା ଅଞ୍ଚଳର ସୀମାଞ୍ଚଳ ସଗଡ଼ିଆ କୌଣସି କାରଣରୁ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ସଗଡିଆ ଜୀବିତ ଥିବାବେଳେ ଉପଯୁକ୍ତ ଚିକିତ୍ସା ନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେମାନେ ଡାକ୍ତରଖାନାରେ ଚେୟାର ଟେବୁଲ ଫୋପଡା ଫିଙ୍ଗା କରିଥିଲେ। ମୃତଦେହ ବାହାରେ ରଖି ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ। ୨ଘଣ୍ଟା ପରେ ପୁଣି ମୃତଦେହ ମେଡିକାଲ ଭିତରକୁ ନେଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିବାରୁ ଡାକ୍ତରଖାନା ପରିସରରେ ପୁଣି ପାଟିତୁଣ୍ଡ କରିଥିଲେ। ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri