ରେଳ ଷ୍ଟେଶନରେ ଲାଗିବ ଜାତୀୟ ପତାକା

ଭୁବନେଶ୍ୱର,୧୮ା୧୦(ବ୍ୟୁରେ) : ଜିଲା ସଦର ମହକୁମା ରେଳ ଷ୍ଟେଶନ, ଐତିହାସିକ ସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବହନ କରୁଥିବା ରେଳ ଷ୍ଟେଶନଗୁଡିକରେ ଲାଗିବ ମନୁମେଣ୍ଟାଲ (ସ୍ମାରକୀ) ଜାତୀୟ ପତାକା। ଭାରତୀୟ ରେଳପଥ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ଆଉ ୨୬ ବଡ଼ ଷ୍ଟେଶନରେ ଜାତୀୟ ପତାକା ସ୍ମାରକୀ ଭାବେ ଲଗାଯିବ। ଏହା ଯାତ୍ରୀଙ୍କ ମଧ୍ୟରେ ଜାତୀୟତାବାଦ ଓ ଦେଶପ୍ରେମ ଭାବନା ଜାଗ୍ରତ କରିବା ସହ ଷ୍ଟେଶନର ସୌନ୍ଦର୍ଯ୍ୟ ବଢ଼ାଇବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ରେଳ ଷ୍ଟେଶନରେ ତ୍ରିରଙ୍ଗା ଉଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ଅନ୍ତର୍ଗତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟେଶନରେ ପତାକା ଲଗାଯାଇଛି। ଏବେ ପ୍ରସ୍ତାବିତ ଷ୍ଟେଶନଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ୧୩ ଷ୍ଟେଶନ, ସମ୍ବଲପୁର ରେଳ ମଣ୍ଡଳର ୬ ଷ୍ଟେଶନ ଏବଂ ଓ୍ବାଲ୍‌ଟିୟର ରେଳ ମଣ୍ଡଳର ୭ ଷ୍ଟେଶନ। ଏହି ଷ୍ଟେଶନଗୁଡ଼ିକ ହେଲା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ଖୋର୍ଦ୍ଧାରୋଡ଼, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ। ସମ୍ବଲପୁର ରେଳ ମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ନୂଆପଡ଼ା ରୋଡ଼, ଭବାନୀପାଟଣା ଓ ମହାସମୁନ୍ଦର ଏବଂ ଓ୍ବାଲ୍‌ଟିୟର ରେଳ ମଣ୍ଡଳର କୋରାପୁଟ, ରାୟଗଡ଼ା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, ଜଗଦଲପୁର ଓ ଦାନ୍ତଓ୍ବୋଡ଼ା ଷ୍ଟେଶନରେ ସ୍ମାରକୀ ଜାତୀୟ ପତାକା ଲାଗିବ। ଏହିସବୁ ଷ୍ଟେଶନ ନିକଟରେ ଥିବା ଉପଯୋଗୀ ଫାଙ୍କା ସ୍ଥାନରେ ୧୦୦ ଫୁଟ ଉଚ୍ଚ ଖୁମ୍ବରେ ଜାତୀୟ ପତାକା ଲାଗିବ। ଆକର୍ଷଣୀୟ ଦୃଶ୍ୟମାନ ହେବା ପାଇଁ ଫୋକସ୍‌ ଲାଇଟ ବ୍ୟବହାର କରାଯିବାକୁ କୁହାଯାଇଛି। ଷ୍ଟେଶନ ପ୍ରଶାସନ ସହ ରେଳ ସୁରକ୍ଷା ବଳ ଏହି ସ୍ମାରକୀ ପତାକାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri