ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ନାମଲେଖାରେ ଅସନ୍ତୋଷ: ନିର୍ଦ୍ଧାରିତ ସିଟ୍‌ର ଦୁଇଗୁଣା ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ

କଟକ ଅଫିସ,୨୦ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆଇଏସ୍‌ଟି ଓ ଆଇଟିଏମ୍‌ ବିଭାଗରେ ନାମଲେଖା ସମୟରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନିର୍ଦ୍ଧାରିତ ସିଟ୍‌ଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାମଲେଖା ନିମନ୍ତେ ନିମନ୍ତ୍ରଣ କରିଥିଲେ। ସିଟ୍‌ ପୂରଣ ହୋଇଯିବା ଯୋଗୁ ବହୁସଂଖ୍ୟକ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଦୂରଦୂରାନ୍ତରୁ ଆସିଥିବା ଅଭିଭାବକମାନେ ନାମଲେଖା ପ୍ରକୋଷ୍ଠ ବାହାରେ ହୋହଲ୍ଲା କରିବା ଦେଖିବାକୁ ମିଳିଥିଲା।
ଶୁକ୍ରବାର ବିଶ୍ୱବିଦ୍ୟାଳୟରେ ଆଇଏସଟି ଓ ଆଇଟିଏମ୍‌ (ସେଲ୍ଫ ଫାଇନାନ୍‌ସିଂ) ବିଭାଗରେ ସାଧାରଣବର୍ଗ ଓ ସଂରକ୍ଷିତବର୍ଗଙ୍କୁ ମିଶାଇ ମୋଟ ୪୦୦ ସିଟରେ ନାମଲେଖା ଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋଟ ୮୦୦ ଛାତ୍ରୀଛାତ୍ରଙ୍କୁ ନାମଲେଖା ପ୍ରକ୍ରିୟା ପାଇଁ ନିମନ୍ତ୍ରଣ ଦିଆଯାଇଥିଲା। କମ୍‌ ସମୟ ଭିତରେ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସିଟ୍‌ ପୂରଣ ହୋଇଯାଇଲା। ପରେ ସଂରକ୍ଷଣ ଭିତିରେ ଆଇଏସଟି ବିଭାଗରେ ୫୩ ଏବଂ ଆଇଟିଏମ୍‌ ବିଭାଗରେ ୮୭ଟି ସିଟ ବଳକା ରହିଥିଲା। ନାମଲେଖା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଛାତ୍ରୀଛାତ୍ର ଓ ସେମାନଙ୍କ ସାଥିରେ ଅଭିଭାବକ ବିଶ୍ୱବିଦ୍ୟାଳୟ ଆସିଥିଲେ। ନାମଲେଖା ପାଇଁ ଅଳ୍ପ ସଂଖ୍ୟକ ସିଟ୍‌ ଥିବାବେଳେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ କାହିଁକି ଡକାଯାଇଥିଲା ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ନାମଲେଖା ଲାଗି ଆଇଏସ୍‌ଟି ଓ ଆଇଟିଏମ୍‌ ବିଷୟ ପାଇଁ ଯଥାକ୍ରମେ ୩୦ହଜାର ଓ ୩୫ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଆଣିବା ପାଇଁ ନିର୍ଦ୍ଦେଶ ରହିଥିଲା। ତେଣୁ ନାମ ଲେଖାଇ ପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ଏବେ ଉକ୍ତ ଡ୍ରାଫ୍ଟକୁ ବ୍ୟାଙ୍କ୍‌ରେ କ୍ୟାନ୍‌ସଲ କରିବାକୁ ପଡିବ। ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ର ସକାଳୁ ସନ୍ଧ୍ୟାଯାଏ ଅପେକ୍ଷା କରି ନିରାଶ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri