Posted inଖେଳ

ରୁଷୀୟ ଆଥଲେଟଙ୍କ ନମୁନା ହେରଫେର ହେବା ନେଇ ଆଶଙ୍କା

ପ୍ୟାରିସ, ୨୩।୯(ପି.ଟି.)- ରୁଷୀୟ ଆଥଲେଟଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ଟ୍ୟାମ୍ପରିଂ ବା ହେରଫେର ହେବା ନେଇ ବିଶ୍ୱ ନିବାରଣ ସଂସ୍ଥା (ନାଡ଼ା) ସନ୍ଦେହ ପ୍ରକଟ କରିଛି। ରୁଷୀୟ ରାଜଧାନୀ ମସ୍କୋରେ ଥିବା ଲାବୋରେଟୋରିରେ ସଂଗୃହୀତ ହୋଇଥିବା ନମୁନାଗୁଡିକ ହେରଫେର ହୋଇଛି ଓ ରୁଷିଆ ଦ୍ୱାର ଏହା କରାଯାଇଛି ବୋଲି ବିଶ୍ୱସ୍ତସୂତ୍ରରୁ ଓ୍ବାଡ଼ା ଜାଣିବାକୁ ପାଇଛି। ସୋମବାର ଟୋକିଓରେ ଆୟୋଜନ ହେବାକୁ ଥିବା ବୈଠକରେ କମ୍ପ୍ଲିଆନ୍ସ ରିଭ୍ୟୁ କମିଟି (ସିଆରସି) ବାସନ୍ଦ କରିବାକୁ ପ୍ରାସ୍ତାବ ଦେବା ସହ ଏ ନେଇ ଓ୍ବାଡ଼ାକୁ ଏକ ରିପୋର୍ଟ ଦେବାକୁ ପ୍ରସ୍ତୁତି ଚଳାଇଛି। ଏହି ବୈଠକ ପରେ ସିଆରସି ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଳି ଓ୍ବାଡ଼ାର ଜଣେ ମୁଖପାତ୍ର କହିଛନ୍ତି। ତେବେ ଏବେ ସବୁ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ରୁଷିଆ ପ୍ରାୟୋଜିତ ଏକ ବଡ଼ ଡୋପିଂ ସ୍କାଣ୍ଡାଲ ପରେ ମସ୍କୋ ଲାବୋରେଟୋରିରେ ନମୁନା ତଥା ଫାଇଲଗୁଡିକୁ ପୁନଃ ଅବସ୍ଥାପିତ କରାଯାଇଥିଲା। ଏବେ ଯାଞ୍ଚ୍‌ କରିବା ପାଇଁ ଓ୍ବାଡ଼ା ଅନୁମତି ପାଇବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି।
ଯଦି ଏହି ସମ୍ପୂର୍ଣ୍ଣ ପ୍ରକରଣରେ କୌଣସି ଠକାମି ହୋଇଥିବାର ପ୍ରମାଣ ମିଳେ ତାହେଲେ ରୁଷିଆକୁ ଅଲିମ୍ପିକ୍ସ ସମେତ ଆଗକୁ ଆୟୋଜନ ହେବାକୁଥିବା ବଡ଼ ବଡ଼ ଇଭେଣ୍ଟରୁ ବାସନ୍ଦ କରାଯିବ। ଉଲ୍ଲେଖଥାଉ କି, ୨୦୧୫ ପରଠାରୁ ରୁଷିଆକୁ ସବୁ ପ୍ରକାର ଅନ୍ତର୍ଜାତୀୟ ଆଥଲେଟିକ ଇଭେଣ୍ଟରୁ ବାସନ୍ଦ କରାଯାଇଛି। ଯଦିଓ କେତେକ ଆଥଲେଟଙ୍କୁ ନିରପେକ୍ଷ ପତାକା ତଳେ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇଛି। ସେପ୍ଟେମ୍ବର ୨୭ରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ରେ ରୁଷୀୟ ଖେଳାଳିଙ୍କୁ ପୁଣି ସାମିଲ କରିବା ନେଇ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ପୁଣି ଥରେ ଗୁରୁତର ସହ ଚିନ୍ତା କରୁଛି। ଚଳିତ ବର୍ଷ ଶେଷ ଆଡକୁ ଓ୍ବାଡ଼ା ସବୁ ଦୃଷ୍ଟିକୋଣରୁ ବିଚାର କରି ସବୁ ଡୋପିଂ ମାମଲାଗୁଡିକର ବିଶ୍ଳେଷଣ କରିବ। ମସ୍କୋରେ ଥିବା ଡ୍ରଗ୍‌ ଟେଷ୍ଟିଂ ଲାବୋରେଟୋରିରେ ୨୯୮ଜଣଙ୍କ ନମୁନାରେ ହେରଫେର ହୋଇଥିବା ପ୍ରମାଣ ମିଳିଥିବା କଥା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?