Posted inଖେଳ

ରୁଷୀୟ ଆଥଲେଟଙ୍କ ନମୁନା ହେରଫେର ହେବା ନେଇ ଆଶଙ୍କା

ପ୍ୟାରିସ, ୨୩।୯(ପି.ଟି.)- ରୁଷୀୟ ଆଥଲେଟଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ଟ୍ୟାମ୍ପରିଂ ବା ହେରଫେର ହେବା ନେଇ ବିଶ୍ୱ ନିବାରଣ ସଂସ୍ଥା (ନାଡ଼ା) ସନ୍ଦେହ ପ୍ରକଟ କରିଛି। ରୁଷୀୟ ରାଜଧାନୀ ମସ୍କୋରେ ଥିବା ଲାବୋରେଟୋରିରେ ସଂଗୃହୀତ ହୋଇଥିବା ନମୁନାଗୁଡିକ ହେରଫେର ହୋଇଛି ଓ ରୁଷିଆ ଦ୍ୱାର ଏହା କରାଯାଇଛି ବୋଲି ବିଶ୍ୱସ୍ତସୂତ୍ରରୁ ଓ୍ବାଡ଼ା ଜାଣିବାକୁ ପାଇଛି। ସୋମବାର ଟୋକିଓରେ ଆୟୋଜନ ହେବାକୁ ଥିବା ବୈଠକରେ କମ୍ପ୍ଲିଆନ୍ସ ରିଭ୍ୟୁ କମିଟି (ସିଆରସି) ବାସନ୍ଦ କରିବାକୁ ପ୍ରାସ୍ତାବ ଦେବା ସହ ଏ ନେଇ ଓ୍ବାଡ଼ାକୁ ଏକ ରିପୋର୍ଟ ଦେବାକୁ ପ୍ରସ୍ତୁତି ଚଳାଇଛି। ଏହି ବୈଠକ ପରେ ସିଆରସି ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଳି ଓ୍ବାଡ଼ାର ଜଣେ ମୁଖପାତ୍ର କହିଛନ୍ତି। ତେବେ ଏବେ ସବୁ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ରୁଷିଆ ପ୍ରାୟୋଜିତ ଏକ ବଡ଼ ଡୋପିଂ ସ୍କାଣ୍ଡାଲ ପରେ ମସ୍କୋ ଲାବୋରେଟୋରିରେ ନମୁନା ତଥା ଫାଇଲଗୁଡିକୁ ପୁନଃ ଅବସ୍ଥାପିତ କରାଯାଇଥିଲା। ଏବେ ଯାଞ୍ଚ୍‌ କରିବା ପାଇଁ ଓ୍ବାଡ଼ା ଅନୁମତି ପାଇବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି।
ଯଦି ଏହି ସମ୍ପୂର୍ଣ୍ଣ ପ୍ରକରଣରେ କୌଣସି ଠକାମି ହୋଇଥିବାର ପ୍ରମାଣ ମିଳେ ତାହେଲେ ରୁଷିଆକୁ ଅଲିମ୍ପିକ୍ସ ସମେତ ଆଗକୁ ଆୟୋଜନ ହେବାକୁଥିବା ବଡ଼ ବଡ଼ ଇଭେଣ୍ଟରୁ ବାସନ୍ଦ କରାଯିବ। ଉଲ୍ଲେଖଥାଉ କି, ୨୦୧୫ ପରଠାରୁ ରୁଷିଆକୁ ସବୁ ପ୍ରକାର ଅନ୍ତର୍ଜାତୀୟ ଆଥଲେଟିକ ଇଭେଣ୍ଟରୁ ବାସନ୍ଦ କରାଯାଇଛି। ଯଦିଓ କେତେକ ଆଥଲେଟଙ୍କୁ ନିରପେକ୍ଷ ପତାକା ତଳେ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇଛି। ସେପ୍ଟେମ୍ବର ୨୭ରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ରେ ରୁଷୀୟ ଖେଳାଳିଙ୍କୁ ପୁଣି ସାମିଲ କରିବା ନେଇ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ପୁଣି ଥରେ ଗୁରୁତର ସହ ଚିନ୍ତା କରୁଛି। ଚଳିତ ବର୍ଷ ଶେଷ ଆଡକୁ ଓ୍ବାଡ଼ା ସବୁ ଦୃଷ୍ଟିକୋଣରୁ ବିଚାର କରି ସବୁ ଡୋପିଂ ମାମଲାଗୁଡିକର ବିଶ୍ଳେଷଣ କରିବ। ମସ୍କୋରେ ଥିବା ଡ୍ରଗ୍‌ ଟେଷ୍ଟିଂ ଲାବୋରେଟୋରିରେ ୨୯୮ଜଣଙ୍କ ନମୁନାରେ ହେରଫେର ହୋଇଥିବା ପ୍ରମାଣ ମିଳିଥିବା କଥା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri