ମସ୍କୋ/କିଭ୍, ୧୬ା୫: ୟୁକ୍ରେନ ଉପରେ ତୁହାକୁ ତୁହା ମିଶାଇଲ ବର୍ଷା କରିଚାଲିଥିବା ରୁଷିଆ ଉପରେ କଟକଣା ବଢ଼ାଇବାକୁ ଜି୭ ସମିଟ୍ର ସଦସ୍ୟ ଦେଶ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସଂକ୍ରାନ୍ତରେ ଚଳିତ ସପ୍ତାହରେ ଜାପାନରେ ସମିଟ୍ ପକ୍ଷରୁ ବୈଠକ ଆୟୋଜନ କରାଯିବ। ଜି୭ ସମିଟ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଠକ ମେ ୧୯ ଓ ୨୧ରେ କରାଯିବ। ବର୍ତ୍ତମାନ ସୁଦ୍ଧା ବହୁ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ କଟକଣା ଲଗାଇଛନ୍ତି। ୟୁକ୍ରେନ୍କୁ ଜର୍ମାନୀ ୨.୭ ବିଲିୟନ ୟୁରୋ ମୂଲ୍ୟର ସାମରିକ ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଜର୍ମାନ୍ ଗସ୍ତରେ ଥିବାବେଳେ ଅନ୍ୟ ୟୁରୋପୀୟ ଦେଶ ମୁଖ୍ୟମାନଙ୍କୁ ଭେଟିଛନ୍ତି। ରୁଷିଆ ମିଶାଇଲ ମାଡ଼ରେ ସୋମବାର ସକାଳେ ୟୁକ୍ରେନ୍ର ଅଭିଭକାରେ ଏକ ହସ୍ପିଟାଲ ନଷ୍ଟ ହୋଇଯାଇଛି। ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଡୋନେକ୍ସ ରିଜିଓନାଲ ଗଭର୍ନର ପାଭଲୋ କିରିଲେଙ୍କୋ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରୁଷିଆର ଏସ୍ୟୁ-୨୭ ଫାଇଟର ଜେଟ୍ ବାଲଟିକ୍ ସାଗର ଆକାଶରୁ ଜର୍ମାନୀ ଓ ଫ୍ରାନ୍ସର ଦୁଇଟି ଏୟାର କ୍ରାଫ୍ଟକୁ ଘଉଡ଼ାଇ ଥିବା କହିଛି। ରୁଷିଆ ଫେଡେରେଶନ୍ ଷ୍ଟେଟ୍ ସୀମାରୁ ବାହାର କରିବା ପରେ ରୁଷିଆ ଯୁଦ୍ଧବିମାନ ସୁରକ୍ଷିତ ଭାବେ ଏୟାର୍ବେସ୍ରେ ପହଞ୍ଚତ୍ଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Posted inHome Left, ଅନ୍ତର୍ଜାତୀୟ View All
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ପାରାଦୀପରେ ରାସାୟନିକ ଗ୍ୟାସ୍ର ପ୍ରଭାବ: ଅନେକ ଅସୁସ୍ଥ
ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
Archives


