ରାସ୍ତାରେ ପିଲେଟ ନେଉଛି ଜୀବନ: ଲୋକେ ଅସନ୍ତୋଷ

ଯୋଡ଼ା, ୩୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଯୋଡ଼ା-ବାମେବାରୀ ରାଜ୍ୟରାଜପଥ ନଂ ୨ରେ ପ୍ରବଳମାତ୍ରାରେ ପିଲେଟ ପଡ଼ି ରାସ୍ତାଟି ଏକ ମରଣଯନ୍ତାରେ ପାଲଟିଛି। କ୍ରମାଗତ ଭାବେ ଏହିପରି କେନ୍ଦୁଝର ଜିଲାରେ ଘଟିଚାଲିଛି। ବାରମ୍ବାର ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଲୁହାପଥର ଗୋଲି ବା ପିଲେଟ ଅତି ପିଚ୍ଛିଳ ଗୋଲାକାର ହୋଇଥିବାରୁ ପାଦଚଲା ପଥଚାରୀଙ୍କ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ସମେତ ବଡ଼ ବଡ଼ ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ପିଲେଟ ଯୋଗୁ ସର୍ବାଧିକ ବାଇକ୍‌ ଦୁର୍ଘଟଣା ଘଟୁଛି। ପିଲେଟ ଉପରେ ପାଦ ପଡ଼ିଗଲେ ପଥଚାରୀମାନେ ପଡ଼ିଯାଉଛନ୍ତି।
ବାମେବାରୀ-ଯୋଡ଼ା ମଧ୍ୟରେ ଚାଲୁଥିବା କମାଣ୍ଡର ଜିପର ମାଲିକ ଭାଗବତ ମାହାଲା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ ଯୋଗୁଁ ଦୁର୍ଘଟଣାର ଭୟ ବହୁତ। ଗୋଲାକାର ଲୁହାଗୋଲି ହୋଇଥିବାରୁ ଗାଡ଼ିର ଚକ ଖସିଯାଉଛି, ବ୍ରେକ ମଧ୍ୟ ଧରୁ ନାହିଁ। ଯାତ୍ରୀମାନଙ୍କ ମଧ୍ୟରୁ ସୁଶାନ୍ତ ଗିରି, ସୂର୍ଯ୍ୟମଣି ଗୋପ, ପ୍ରଦ୍ୟୁମ୍ନ ମହାନ୍ତ, ନରହରି ପାତ୍ର ପ୍ରମୁଖ କହିଛନ୍ତି ଯେ, ଯୋଡ଼ା-ଜୁରୁଡ଼ି-ବାମେବାରୀ ରାସ୍ତାରେ ଲୁଟେରା ଓ ବନ୍ୟଜନ୍ତୁଙ୍କ ଠାରୁ ଅଧିକ ଭୟ ପିଲେଟ। ରାସ୍ତାରେ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ଯେ,କେଉଁ ମୂହୁର୍ତ୍ତରେ ଦୁର୍ଘଟଣା ଘଟୁଛି ତହା କହି ହେଉ ନ ଥିବା ପ୍ରକାଶ କରିଛନ୍ତି। ପିଲେଟକୁ ନେଇ ଅତୀତରେ ବହୁ ଆନ୍ଦୋଳନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଚମ୍ପୁଆ ଉପଜିଲାପାଳ କିଛି ସର୍ତ୍ତମୂଳକ କଟକଣା ପୋଲିସ ଉପସ୍ଥିତିରେ ପରିବହନକାରୀ ଠିକାଦାରମାନଙ୍କୁ ଜାରି କରାଯାଇଥଲା। ହେଲେ ବର୍ତ୍ତମାନ ଏହି ପିଲେଟ ପରିବହନକାରୀ ସଂସ୍ଥାମାନେ ନିୟମକୁ ଉଲ୍ଲଂଘନ କରି ଅଞ୍ଚଳର କିଛି ଅସାଧୁ ପୋଲିସକୁ ହାତବାରିଶି କରି ପିଲେଟ ପରିବହନ କରୁଛନ୍ତି। ତେଣେ ପ୍ରତିଦିନ ବଡ଼ବିଲ ଠାରୁ ବାଂଶପାଣି, ଜୁରୁଡ଼ି ରେଳସାଇଡିଂକୁ ଶହ ଶହ ଟ୍ରକ ପିଲେଟ ପରିବହନ ହେଉଛି। ଏକ ହିସାବରୁ ଜଣାପଡ଼ିଛି ଯେ,ଏହି ରାସ୍ତାରେ ପ୍ରାୟ ୬ରୁ ୭ମେଟ୍ରିକ ଟନ ପିଲେଟ ଦୈନିକ ରାସ୍ତାରେ ପଡ଼ୁଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ୪୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଖଣି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରତି ମେଟ୍ରିକ ଟନ ପିଛା ପିଲେଟର ମୂଲ୍ୟ ୬ ହଜାର ଟଙ୍କାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ,ପ୍ରଶାସନ ପିଲେଟ ପରିବହନ ଉପରେ ଆବଶ୍ୟକୀୟ ପଦକ୍ଷେପ ନ ନେଲେ ପ୍ରତିଦିନ ପିଲେଟ ନଷ୍ଟ ହେବା ସହ ଧନଜୀବନ ହାନୀ ବୃଦ୍ଧି ପାଇବ। ଏ ସମ୍ପର୍କରେ କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଜିଲା ପୋଲିସ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଖୁବ ଶୀଘ୍ର ପିଲେଟ ପରିବହନ କରୁଥିବା ଟ୍ରକ, ଡମ୍ପର ଗୁଡ଼ିକରେ ସମ୍ପୂର୍ଣ୍ଣ ଘୋଡ଼ଣୀର ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri