ରାସ୍ତା, କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ ଉପଜିଲାପାଳ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟାରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର ସମୀକ୍ଷା କରିଛନ୍ତି। ଉପଜିଲାପାଳ ପ୍ରତାପ ପ୍ରିତୀମୟ ପ୍ରଥମେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀ, କଲ୍ୟାଣମଣ୍ଡପର ଘରୋଇ ସଦସ୍ୟ ଦୁଃଶାସନ ସାହୁ, ମାତା ପ୍ରସାଦ ଜୟସ୍ବାଲ, ନିରଞ୍ଜନ ବହିଦାର, ଶିରିଶ ଚନ୍ଦ୍ର ମହାନ୍ତିଙ୍କ ସହିତ କଲ୍ୟାଣ ମଣ୍ଡପର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିଥିଲେ। କଲ୍ୟାଣ ମଣ୍ଡପର ପ୍ରମୁଖ ସମସ୍ୟା ଥିବା ଇକୋ ସିଷ୍ଟମ୍‌, ଶୌଚାଳୟ ମରାମତି, ଅଗ୍ନୀ ନିର୍ବାପକ ଯନ୍ତ୍ରର ସଂଯୋଗୀକରଣ କିପରି କରାଯିବ ଏନେଇ ଆଲୋଚନା ହୋଇଥିଲା। ଏହାପରେ ଉପଜିଲାପାଳ ଯୋଡା ସହରର ମୁଖ୍ୟ ରାସ୍ତା ସୁନାନଦୀ ପୋଲଠାରୁ ମଙ୍ଗଳା ମନ୍ଦିର ଛକ, ମହାବୀର ଛକ, ସରକାରୀ ଡାକ୍ତରଖାନା ଛକରେ ହୋଇଥିବା ରାସ୍ତାର ଦୂରାବସ୍ଥା ଓ ଖାଲଖମାକୁ ଅନୁଧ୍ୟାନ କରି ପିଡବ୍ଲ୍ୟୁଡିକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ା ପରିଶେଷରେ ଯୋଡା ପୌରପାଳିକା କାର୍ଯ୍ୟାଳୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ବହୁ ପ୍ରତିକ୍ଷିତ ଯୋଡା ଟାଉନ ହଲ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି ଓ ଯୋଡାଠାରେ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭରର ମଧ୍ୟ ପ୍ରକ୍ରିୟାକରଣ ଆଗେଇ ଚାଲିଛି ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri