Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆପଣଙ୍କ ରାଶିରେ ଶୁକ୍ର ଅବସ୍ଥାନ କରି ଆଭ୍ୟନ୍ତରୀଣ ସୈାନ୍ଦର୍ଯ୍ୟ ପ୍ରତି ମନକୁ ପ୍ରଲୋଭିତ କରିବେ। ଫଳତଃ କଳାନୁରାଗୀ, ସାହିତ୍ୟରସିକତା ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ମଙ୍ଗଳଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। କାମଗୁଡିକ ଯଥା ସମୟରେ ଅଶ୍ୱିନୀ ନକ୍ଷତ୍ରର ହେଉ ନ ଥିବାରୁ ମନ ବିରକ୍ତ ରହିବ।
ବୃଷ
ବୃଷ
ସ୍ବନକ୍ଷତ୍ରସ୍ଥ ଶୁକ୍ର ଦ୍ୱାଦଶ ଭାବସ୍ଥ ଯୋଗୁଁ ମନୋରନ କାର୍ଯ୍ୟ ପ୍ରତି ରୁଚି ବଳିବ। ଏକାଦଶସ୍ଥ ରବି ଅର୍ଥ ଓ ସମ୍ମାନ ପ୍ରଦାନ କରିବା ସହ ପାରିବାରିକ ଶାନ୍ତି ଫେରାଇ ଆଣିବ। ଅନେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ କରିପାରନ୍ତି । ଯାହା କିଣିବା ପାଇଁ ମନ ବଳାଇଛନ୍ତି ଆଜି ନ ପାଇବା କାରଣରୁ ଫେରି ଆସିବାକୁ ପଡିପାରେ।
ମିଥୁନ
ମିଥୁନ
ରାହୁ ରାଶିରେ ଅବସ୍ଥାନ କରି ଅସ୍ଥିରତା ଜନିତ ମାନସିକ ସ୍ବାସ୍ଥ୍ୟ ଓ ପାରିବାରିକ ଶାନ୍ତିକୁ ବିନଷ୍ଟ କରିପାରନ୍ତି। ଭୁଲ୍‌ବୁଝାମଣାର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ବନ୍ଧୁ କହିଥିବା କଥାଟିକୁ ଆପଣ ବୃହତାକାରରେ କଦର୍ଥ କରି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଚତୁର୍ଥଭାବ ଶୁକ୍ର ଦୃଷ୍ଟ ଯୋଗୁ ପାରିବାରିକ ସ୍ଥିରତା, ଯାନାବହନ କିମ୍ବା ବିଳାସବ୍ୟସନ ଉପକରଣ ଖରିଦ କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ବନ୍ଧୁ ବାନ୍ଧବ ମାନଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଆଜିର ଯାତ୍ରା, ଭ୍ରାତୃ ସମ୍ପର୍କ, ଋଣ ପରିଶୋଧ ଜନିତ ଆମତ୍ତୃପ୍ତି ଅନୁଭବ କରିପାରନ୍ତି। ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ।
ସି˚ହ
ସି˚ହ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣମୂଳ କାମରେ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ପରିସ୍ଥିତିରେ ପଡି ବହୁତ ଗୁଡିଏ ଟଙ୍କା ଖର୍ଚ୍ଚକରିବାକୁ ବାଧ୍ୟହେବେ।
କନ୍ୟା
ରାଶ୍ୟାଧିପ ବୁଧ ଷଷ୍ଠସ୍ଥ ହୋଇ ବ୍ୟୟାଧିପ ଯୁକ୍ତ ହୋଇଥିବାରୁ ପ୍ରତିଦ୍ୱନ୍ଦିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବ ନାହିଁ। ପରିସ୍ଥିତିବଶତଃ ଆୟ ଅପେକ୍ଷା ବ୍ୟୟ ଅଧିକ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ଦିନଟି ସାମଗ୍ରିିକ ଦୃଷ୍ଟିକୋଣରୁ ଖୁସୀରେ ଅରିବାହିତ ହେବ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଗୁରୁତ୍ୱପୂର୍ଣ୍ଣ କାମରେ ଇଚ୍ଛା ନଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଶିକ୍ଷା, ପରୀକ୍ଷା, ବିଦେଶ ଯାତ୍ରା ପ୍ରଭୃତି ସଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ବିଛା
ବିଛା
ବୃହସ୍ପତି ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମାନସିକ ଅବସ୍ଥା ଭଲ ରହିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସହକର୍ମୀ ମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ପାରନ୍ତି। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ କିନ୍ତୁ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍‌ବଡ୍‌ ହୋଇପାରେ।
ଧନୁ
ଧନୁ
ଚନ୍ଦ୍ର ସହ କର୍ମାଧିପତିଙ୍କ ସ୍ବଗୃହକୁ ଦୃଷ୍ଟି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉତ୍ପନ୍ନ କରିପାରେ। ନିକଟସ୍ଥ ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଯେ କୈାଣସି କ୍ଷେତ୍ର ହେଉନା କାହିଁକି, ଆପଣ କିଛି କରନ୍ତୁ, ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ମକର
ମକର
ରାଶିରେ ଶନି ସହ ମଙ୍ଗଳଙ୍କ ସ୍ଥିତି ଦୈହିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରେ। କିଛି ନବୁଝି ନସୁଝି କୈାଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ରାସ୍ଥାରେ ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ, କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହୋଇପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଦୂରୀଭୂତ ହେବାରୁ ଆଶ୍ୱସ୍ଥି ଅନୁଭବ କରିବେ। ଆଜି କର୍ମକ୍ଷେତ୍ରରୁ ଫେରିବା ବାଟରେ ଜଣେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସଭାସମିତି, ସାହିତ୍ୟଚର୍ଚ୍ଚା, କଳା,ସଂଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ। ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମଧ୍ୟ ଉତ୍ତମ ରହିବ।
ମୀନମୀନ
କର୍ମକ୍ଷେତ୍ରରେ ଏକାଧିକଗ୍ରହ ଥିବାରୁ ବିଭିନ୍ନ ପ୍ରକାରର କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ପରଷ୍ପର ମଧ୍ୟରେ ଆପୋସ ଆଲୋଚନା ଦ୍ୱାରା ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଅର୍ଥ ଲାଭ, ଶାରିରୀକ ସୁସ୍ଥତା ଯୋଗୁ ମନ ଖୁସି ରହିବ। ବିବାଦ ସମ୍ପର୍କୀୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri