Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ଆନୁସଙ୍ଗିକ ଅଭାବ ଅସୁବିଧାକୁ ନେଇ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ । ଭୁଲ୍‌ ବୁଝାମଣା ଜନିତ ବିନା କାରଣରେ ମଧ୍ୟ ଅଶାନ୍ତି,କଳହର ସୂତ୍ରପାତର ଆଶଙ୍କା ରହିଛି । ସାହିତ୍ୟ,କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଯେତେ ଭଲରେ ରହି ଅନ୍ୟମାନଙ୍କୁ ମଧ୍ୟ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡି ଦେବ ।ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବା ସଙ୍ଗକୁ ପାରିବାରିକ କ୍ଷେତ୍ରରେ ମଧ୍ୟ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ।
ମିଥୁନ
ମିଥୁନ
ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପୂରଣ କରିବାରେ ସମର୍ଥ ହୋଇପାରିବେ । ଯାଉଥିବା ରାସ୍ତାରେ ଚୋରି, ପକେଟମାର କିମ୍ବା ନିଜର ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଧନହାନୀ ଘଟିବାର ପୂର୍ଣ୍ଣସୂଚନା ରହିଛି । ବୃଥା ସନ୍ଦେହ ଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ ।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ। ବକେୟା ଅର୍ଥ ଆଦାୟ କରିବା ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡିପାରେ। ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା, ସନ୍ତାନ ଓ ପ୍ରେମ କାରବାରରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ରହଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ତାହାକୁ କାହା ସମ୍ମୁଖରେ ମଧ୍ୟ ପ୍ରକାଶ କରି ପାରିବେ ନାହିଁ। ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
କନ୍ୟା
ବିଭିନ୍ନ ସୂତ୍ରରୁ ଅର୍ଥ ରୋଜଗାର କରିବେ କିନ୍ତୁ ଚନ୍ଦ୍ର ପଭାବରୁ ମନରେ ଅସ୍ଥିରତା ପ୍ରାୟତଃ ଲାଗି ରହିବ । ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗଦର୍ଶନ ଦେଇ ଲୋକମାନଙ୍କ ପ୍ରିୟଭାଜନ ହେବେ।
ତୁଳା
ତୁଳା
ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ରହିବ ନାହିଁ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କଡା କଥା ପ୍ରକାଶ କରିପାରିବେ ନାହିଁ। ପାନ ମସଲା, ତେଜରାତି ଦୋକାନ, ହୋଟେଲ ଓ ଷ୍ଟେସନାରୀ ବ୍ୟବସାୟରୁ ଆଜି ଭଲ ବେପାର ହେବ ।
ବିଛା
ବିଛା
କୈାଣସି ଅଭାବ ଅସୁବିଧା ନଥିଲେ ମଧ୍ୟ କଣ ହେଲା ଏଣୁତେଣୁ ଗୁଡାଏ ବେକାର କଥାରେ ମନ ଅଶା‘ ରହିବ । ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତି ପଛରେ ମାତ୍ର ଗାଳିମନ୍ଦ ପୂର୍ବକ ବିଭିନ୍ନ ପ୍ରକାର ଅଶାଳୀନ ମନ୍ତବ୍ୟ ପ୍ରଦାନ କରିପାରନ୍ତି। ଆତ୍ମୀୟମାନେ ପରୋକ୍ଷ ଭାବରେ ବିରୁଦ୍ଧାଚରଣ କରିବାର ସମ୍ଭାବନା ରହିଛି ।
ଧନୁ
ଧନୁ
ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିିପାରେ। ଘରେ ଅଶାନ୍ତିର ବାତାବରଣ ସହ ପରିବହନରେ ଝଗଡା, କର୍ମକ୍ଷେତ୍ରରେ ଉତ୍ତେଜନା, ଜମିଜମା କଳହକୁ ମଧ୍ୟ ଏଡି ହେବନି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ ।
ମକର
ମକର
ଆଜି ଆପଣ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରନ୍ତୁ, କାରଣ ସଫଳତା ଆପଣଙ୍କୁ ଚାହିଁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ । ରୋଗ ଶଯ୍ୟାରେ ପଡିଥିବା ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କୁମ୍ଭ
କୁମ୍ଭ
ଆଜି କାମର ଚାପ ବୃଦ୍ଧି ପାଇବା କାରଣରୁ ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ ସମସ୍ୟାକୁ ସମାଧାନ କରିବେ ଏବଂ ଦୀର୍ଘ ଦିନର ଅଭୀଳାଷ ପୂର୍ଣ୍ଣ ହେବାରୁ ଆନନ୍ଦିତ ହେବେ।
ମୀନମୀନ
ପୂର୍ବ ଯୋଜନାନୁଯାୟୀ ପ୍ର୍ରତ୍ୟେକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡିପାରେ। ପାଖ ପଡୋଶୀ ଈର୍ଷାପର ମନୋଭାବ ପୋଷଣ ପରୋକ୍ଷଭାବରେ ସମାଲୋଚନା କରପାରନ୍ତି। ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନ କ୍ଷେତ୍ରରେ ସହଯୋଗ ଲାଭ କରି ଖୁସୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri