Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ
ଆଜି ବିଶାଖା ନକ୍ଷତ୍ରସ୍ଥ ଚନ୍ଦ୍ର ସ୍ବାସ୍ଥ୍ୟସମସ୍ୟା ଓ ପଡୋଶୀ ସହ ବିବାଦର କାରଣ ହେବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବାର ସୂଚନା ରହିଛି ।

ବୃଷ
ବୃଷ
ମଙ୍ଗଳଙ୍କ ଦ୍ୱାରା ବିପରୀତ ରାଜଯୋଗ ଜମିଜମା ବିବାଦର ଅବସାନ ଘଟାଇବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁ ସହକର୍ମୀଙ୍କୁ ସନ୍ଦେହ କରିପାରନ୍ତି। ପରିବାରରେ ସମ୍ପତିକୁ କେନ୍ଦ୍ରକରି ମତପାର୍ଥକ୍ୟ ଓ କଳହ ଦେଖା ଦେଇପାରେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ।
ମିଥୁନ
ମିଥୁନ
ଲାଭସ୍ଥାନରେ ଶୁକ୍ର ବିଳାସଉପକରଣ ପ୍ରଦାନ କରିବ। କିନ୍ତୁ ଆରଦ୍ରା ନକ୍ଷତ୍ରର ସାଧାରଣ ଘଟଣାରେ ଝଗଡା ଲାଗି ମାନସିକ ସ୍ଥିତି ବିଗିଡି ଯାଇପାରେ। ବାରମ୍ବାର କ୍ଷତିଗ୍ରସ୍ଥ ହୋଇ ବ୍ୟବସାୟରେ କିଛି ନୂତନ ପଦେକ୍ଷପ ନେବା ସକାଶେ ଚିନ୍ତା କରିବେ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ବୃହସ୍ପତି ଦୃଷ୍ଟ ଶୁକ୍ର କର୍ମାରମ୍ଭରେ ଆନନ୍ଦ ଓ ଶେଷ ପର୍ଯ୍ୟାୟରେ କଳହର କାରଣ ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ର ଦୂରଯାତ୍ରା ଓ ବନ୍ଧୁ ମିଳନରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।
ସି˚ହ
ସି˚ହ
ଭାଗ୍ୟଭାବରେ ଶୁକ୍ର ଓ ଚନ୍ଦ୍ରଙ୍କ ଦୃଷ୍ଟି ବିନିମୟ ବନ୍ଧୁ ଓ ଆମତ୍ୀୟମାନଙ୍କ ସାହାଯ୍ୟ, ସହଯୋଗ ପାଇଁ ବାଟ ଫିଟାଇବ । ଫଳତଃ ଦୀର୍ଘ ଦିନର ସୁଚି‘ତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ । କିନ୍ତୁ ବନ୍ଧୁଗହଣରେ ବିରୋଧୀ ହୋଇପାରନ୍ତି।
କନ୍ୟା
ଦ୍ୱିତୀୟରେ ଚନ୍ଦ୍ର ଥିବାରୁ ଆକର୍ଷଣୀୟ ମନଲୋଭା କଥା କହି ବନ୍ଧୁଙ୍କ ମନ କିଣିପାରନ୍ତି। ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି, ହିତୈଷୀଙ୍କ ସହଯୋଗରୁ ସମସ୍ୟାମୁକ୍ତ ରହିବ । କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ରଓ ସାହିତ୍ୟ,ସାମ୍ବାଦିକତା ରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ତୁଳା
ତୁଳା
ରାଶିପ୍ରତି ଶୁକ୍ରଙ୍କ ପୂର୍ଣ୍ଣଦୃଷ୍ଟିରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ହେତୁ ସାମୟିକ ଖୁସୀ ଅନୁଭବ କରିବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସାହାଯ୍ୟ, ସହଯୋଗରେ ଚେଷ୍ଟା କରୁଥିବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ। ଚିତ୍ରା ନକ୍ଷତ୍ର ପରକଥାରେ ପଡି କିମ୍ବା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ପାପଯୁକ୍ତ ବୃହସ୍ପତି ଯୋଗୁ ବାରମ୍ବାର ନିଷ୍ପତି ବଦଳାଇ ହରଡଘଣାରେ ପଡିପାରନ୍ତି। ସ୍ବାସ୍ଥ୍ୟହାନୀ କାରଣରୁ କୈାଣସି କାମକୁ ଦୃଢତାର ସହ କରିବାକୁ ପଶ୍ଚାପତ୍ଦ ହେବାର ସୂଚନା ରହିଛି । ବିବାଦୀୟ ସ୍ଥିତିର ସମସ୍ୟା ସମାଧାନ ହେତୁକ ଆଶ୍ୱସ୍ତି ଅନୁଭବ କରିବେ। ଗସ୍ତ ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭସଂସ୍ଥାନରୁ ଆପଣଙ୍କୁ କୈାଣସି କାମରେ ନିରାଶ ହେବାକୁ ପଡିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗଁ କୌଣସି କାମ ଉସତ୍ାହପ୍ରଦ ନହୋଇପାରେ । ପରିବହନକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ୟାର ସମଧାନ ହୋଇଯିବାରେ ସ୍ଥାନୀୟ ଲୋକେ ସହଯୋଗ କରିବେ।
ମକର
ମକର
ଆଜିର ଗ୍ରହସ୍ଥିତି ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ । ଧନିଷ୍ଠା ନକ୍ଷତ୍ର ସକାଶେ ଆକସ୍ମିକ ଭାବରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆସିପାରେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ଅଳ୍ପ ସମୟ ପରେ ଦୂରୀଭୂତ ହୋଇଯିବ । ପରୋପକାର ମନୋଭାବରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ ।
କୁମ୍ଭ
କୁମ୍ଭ
ପ୍ରଭାବଶାଳୀବ୍ୟକ୍ତିଙ୍କ ସାହାଯ୍ୟ ଓ ସହାୟତାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନ କରିପାରିବେ । ଶତଭିଷା ନକ୍ଷତ୍ର କି‘ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ,ଯଦ୍ୱାରାକି ଏଥି ସକାଶେ କେତେକ କଟୁକ୍ତି ଶୁଣିବାକୁ ପଡିପାରେ। ସାମାଜିକ ସ୍ତରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଭ୍ରମଣ ସୁଯୋଗ ଜୁଟିପାରେ।
ମୀନମୀନ
ଧନଭାବରେ ଶୁକ୍ର ଓ ଏକାଦଶରେ ଶନି ଆପଣଙ୍କୁ ଅର୍ଥ ଓ ସମ୍ମାନ ଦାନସହ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟିକରିବେ । ବନ୍ଧୁ ମାନଙ୍କ ପରାମର୍ଶ ଅନୁଶାରେ ପାରିବାରିକ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରି ପାରନ୍ତିି । ନିଜ ଲୋକ ମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri