Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୦୨ ତାରିଖ – Daily Horoscope

ମେଷ
ବନ୍ଧୁବର୍ଗଙ୍କ ସହାନୁଭୂତି ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ଆପଣଙ୍କ କର୍ମପ୍ରବାହରେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ପାଇଁ ନିଜର ତ୍ୟାଗପୂତ ମନୋଭାବକୁ ପରୋକ୍ଷ ପ୍ରଶଂସା ମିଳିବ। କିନ୍ତୁ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ନିଜ ନିଜର କାମ ହାସଲ ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କୁ ସୁହାଇଲା ଭଳି କଥା କହିପାରନ୍ତି। ଅପରାହ୍ନରେ ପାରିବାରିକ ଅଶାନ୍ତିର ହେତୁ ସ୍ବରୂପ ମନରେ ଭାବନାର ଜୁଆର କେନ୍ଦ୍ରୀଭୂତ ହୋଇପାରେ। ଅଫିସ୍‌ର ଫାଇଲପତ୍ର ସମ୍ବନ୍ଧୀୟ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ।
ମିଥୁନ
ମିଥୁନ
ଅନୁକୂଳ ବାତାବରଣ ମଧ୍ୟରେ ମିଠାକଥା ଓ କାମରେ ସନ୍ତୁଷ୍ଟ କରାଇ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା, ରାଜନୀତି କ୍ଷେତ୍ରରେ ତଥା ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ଆଜିର ପ୍ରତ୍ୟୁଷରୁ ଯାତ୍ରା କରିବା,ବ୍ୟବସାୟ,ସ୍ତ୍ରୀ ସମ୍ପର୍କ,ବିବାଦ ଓ କିଛି ନୂତନ କାମରେ ମନରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ଅପେକ୍ଷା କରିବାକୁ କହିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବା ଦିଗରେ ପାଖପଡ଼ୋଶୀ ସାହାଯ୍ୟ କରିବାର ଆଶା ରହିଛି।
ସି˚ହ
ସି˚ହ
ଶାରୀରିକ ଅସୁସ୍ଥତାଜନିତ ବ୍ୟସ୍ତତା ଆପଣଙ୍କ ମାନସିକ ସ୍ତରକୁ ମଧ୍ୟ ବିକ୍ଷିପ୍ତ କରିପାରେ। କର୍ମକ୍ଷେତ୍ରରେ କିମ୍ବା ଯେକୌଣସି ଆନୁଷ୍ଠାନିକ କ୍ଷେତ୍ର ହେଉନା କାହିଁକି ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ। ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟିର ଆଶଙ୍କା ରହିଛି।
ତୁଳା
ତୁଳା
ଆଜି ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ନିଶ୍ଚିତ ପାଇବେ। ବହୁଦିନରୁ ଚେଷ୍ଟା କରୁଥିବା କାମଟି ଜଣେ ବନ୍ଧୁଙ୍କ ଜରିଆରେ ଫଳବତୀ ହେବ। କୌଣସି ଆତ୍ମୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ବଢ଼ିବ। କିଛି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିପାରେ।
ବିଛା
ବିଛା
ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନ୍‌ସନ ବଢ଼ିପାରେ।
ଧନୁ
ଧନୁ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ବନ୍ଧୁଙ୍କ ମାଧ୍ୟମରେ ଲାଭ କରିବା ସହିତ ଦୀର୍ଘ ସମୟର ବ୍ୟସ୍ତତା ଦୂରହେବ। ବିଗତ ଦିନର ଘଟଣାର ପ୍ରଭାବକୁ କେନ୍ଦ୍ରକରି ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରବାସରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ପ୍ରିୟଜନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସୁଯୋଗ ଜୁଟିପାରେ।
ମକର
ମକର
ନିକଟ ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ଦେଖାଦେବ। ଅଫିସିଆଲି ଟେନ୍‌ସନ ଲାଗି ରହିବା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଧାର କରଜ କରି କାମ ତୁଲାଇ ନେବେ। ଦାୟିତ୍ୱହୀନ ମନ୍ତବ୍ୟର ପରିଣାମ ସ୍ବରୂପ ଅପମାନିତ ହେବେ କିମ୍ବା ମନସ୍ତାପ କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାର ସ୍ଥଗିତ କାମ ହେତୁ ବ୍ୟସ୍ତ ରହିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଏବଂ ଦୀର୍ଘଦିନର ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।
ମୀନମୀନ
ଆଜି ଘରକୁ ଫେରିବା ରାସ୍ତାରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri