Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ
ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ଆପଣଙ୍କୁ ନିରୁତ୍ସାହିତ କରିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ , କାରଣ ଏହି ଦିଗପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବେ । ତଥାପି ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବ।
ବୃଷ
ବୃଷ
ଆପଣ ସ୍ତ୍ରୀଙ୍କ ମତଭେଦ କିମ୍ବା ଅସୁସ୍ଥତା କିମ୍ବା କୈାଣସି ମହିଳାଙ୍କ ପ୍ରତି ଆଶକ୍ତି ଜନିତ ମିଥ୍ୟାରୋପ ଲାଗିପାରେ । ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ । ନୂତନ କାମର ପରିକଳ୍ପନା କରିବେ । ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିପାରନ୍ତି।
ମିଥୁନ
ମିଥୁନ
ଆପଣଙ୍କୁ ନିଜର ଘର କାମ ସଙ୍ଗକୁ ବନ୍ଧୁ ମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତରେ କରିବାକୁ ପଡିବ । ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ । ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କର୍କଟ
କର୍କଟ
ନୂତନ ସ୍ଥାନ, ନୂଆଁ କାମ, ଅଜଣା ଲୋକ ମାନଙ୍କ ସଂସ୍ପର୍ଶରେ ଆସି ଆଜି ଏତେଦୂର ବ୍ୟସ୍ତ ରହିବେ ଖାଇବାକୁ ମଧ୍ୟ ସମୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍‌ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ । ପରିବାର ପ୍ରତି ବିମୁଖ ପରିଲକ୍ଷିତ ହେବ। ବାଣିଜ୍ୟ, ବ୍ୟବସାୟ ,ପରିବହନ, ବାଧାପ୍ରାପ୍ତ ହୋଇପାରେ।
ସି˚ହ
ସି˚ହ
ଆପଣଙ୍କ ପରୋକ୍ଷରେ ଅନ୍ୟମାନେ ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରିପାରନ୍ତି। କେତେକ ପରିସ୍ଥିତିରେ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ, ଅବଶ୍ୟ କିଛି ଘରୋଇ କଥାକୁ କେନ୍ଦ୍ରକରି ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମରିଚିକା ପଛରେ ଗୋଡାଇ ହତାଶ ହେବେ। ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରିବାକୁ ପଡିବ। ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଯାହା ବିଷୟରେ ଆଲୋଚନା କରୁଥିବେ ତାହାକୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇ ପାରନ୍ତି।
ତୁଳା
ତୁଳା
ଆପଣଙ୍କ ସକାଶେ ଘର ଲୋକମାନଙ୍କ ବ୍ୟସ୍ତ ଓ ବିବ୍ରତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୈାଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡକୁ ଅଙ୍ଗୁଳି ଦେଖାଇପାରନ୍ତି। ଆକସ୍ମିକ ଭାବେ ଆର୍ଥିକ ଅଭାବ ଇଚ୍ଛାପୂରଣରେ ବାଧା ସୃଷ୍ଟି କରିବ। ନିର୍ମାଣ ଓ କଳା, ସାହିତ୍ୟ କ୍ଷେତ୍ରରେ ସୁନାମକୁ ନିକଟସ୍ଥ ବ୍ୟକ୍ତିମାନେ ଈର୍ଷାନ୍ବିତ ହୋଇପାରନ୍ତି।
ବିଛା
ବିଛା
ସତର୍କତା ଅଭାବରୁ ଆଜି ଭଲ ରୂପେ ନ ବୁଝି ନ ଶୁଝି ସରଳ ବିଶ୍ୱାସ କରି ଠକିଯାଇ ପାରନ୍ତି। ନିଜ ପରିସରର ଲୋକମାନେ ଅପଯଶ ଗାଇ ବୁଲିବେ ଯଦ୍ୱାରାକି ଆପଣଙ୍କ ମନୋବଳ ହ୍ରାସ ପାଇବ। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତି ନେବାକୁ ବାଧ୍ୟ ହୋଇ ଦ୍ୱନ୍ଦରେ ପଡି ପାରନ୍ତି। ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକ ପ୍ରକାର ଖୁସୀ ରହିବ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରକ୍ଷା ନ କଲେ ଅର୍ଥହାନୀ ଓ ଶରୀର ପୀଡାରୁ କଷ୍ଟ ପାଇବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବେ। ଅଫିସ୍‌ କାମରେ ସହକର୍ମୀ ରାଗି ଦି’ପଦ ଶୁଣାଇ ଦେଇ ପାରନ୍ତି, କିନ୍ତୁ କାମଟି ଶେଷରେ କରିଦେଇପାରନ୍ତି।
ମକର
ମକର
ଆଜି ଏହିଭଳି କୈାଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ଯେପରିକି କଣ କରିବେ କିମ୍ବା କଣ ନ କରିବେ ହଠାତ୍‌ କିଛି ଠିକ୍‌ କରି ପାରିବେ ନାହିଁ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଆର୍ଥିକ ସ୍ଥିତି ଭଲ ରହି ନ ପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବା ସଙ୍ଗକୁ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ସମସ୍ୟା ତ ଆସିବ, ମାତ୍ର ଆପଣ ବ୍ୟସ୍ତ ନ ହୋଇ ଧୀରସ୍ଥିର ଭାବରେ କାମ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ଶିଳ୍ପ,ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ନିଜ ନିଜ ଭିତରେ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇପାରେ।
ମୀନମୀନ
ଆପଣଙ୍କର ଅତୀତରେ ଯିଏ ଶତ୍ରୁତା କରୁଥିଲା ସେ ମଧ୍ୟ ଆପଣା ଆଡୁ ସାହାଯ୍ୟ ସହଯୋଗର ହାତ ବଢାଇବ। କର୍ମକ୍ଷେତ୍ରରେ ସମସ୍ୟାଗୁଡିକ ଆପଣାଛାଏଁ ସୁଧୁରି ଯିବ। ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ। କଳା,ସାହିତ୍ୟ ପ୍ରତି ଅନୁରାଗ ବଢିବ ଓ ପ୍ର୍ରଶଂସିତ ମଧ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri