Posted inRasifala

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଆଜିର ଏକାଦଶସ୍ଥ ଚନ୍ଦ୍ର ଆପଣଙ୍କ ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ, କିନ୍ତୁ କିଛିଟା ପ୍ରତିରୋଧର ସାମ୍ନା କରିବାକୁ ପଡ଼ିପାରେ। ବ୍ୟବସାୟିକ ଦିଗଟି ବେଶ୍‌ ଭଲ ରହିବ, କିନ୍ତୁ ବକେୟା ଋଣ ପରିଶୋଧ କରି ପାରିବେନି। ଆର୍ଥିକ ସ୍ଥିତି ଓ ପାରିବାରିକ ପରିସ୍ଥିତି ପୂର୍ବପରି ବଳବତ୍ତର ରହିବ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ସତର୍କ ରହିବା କାରଣରୁ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ୍‌ ଜିନିଷ କ୍ରୟକରିବା ସକାଶେ ହଠାତ୍‌ ମୋଟା ଅଙ୍କର ଆବଶ୍ୟକତା ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମିଥୁନ
ମିଥୁନ
ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିପାରେ। ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଆଜି ପାଇବେ ଯେତିକି ତାହାଠାରୁ ଅଧିକ କିଛି ହରାଇବାକୁ ପଡ଼ିପାରେ। କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ। ଆଜିର ସକାଳୁଆ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରର ଆର୍ଥିକ ଅବନତିର ସମୀକ୍ଷାକରି ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ପୂର୍ବ ପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତପତ୍ରତା ପ୍ରକାଶ କରିପାରନ୍ତି। ଉଦ୍ଦେଶ୍ୟ ପ୍ରଣୋଦିତ ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ ଲାଗି ରହିବ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଲାଭ କିଛି କମ୍‌ ନ ହେଲେ ମଧ୍ୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପଡ଼ୋଶୀଙ୍କ ମୂଲ୍ୟହୀନ କଥାରେ ମୁଣ୍ଡ ପୂରାଇ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସକାଶେ ଚେଷ୍ଟାକଲେ ଅବଶ୍ୟ ଉପକୃତ ହେବେ।
ତୁଳା
ତୁଳା
ଆଜି ଆପଣଙ୍କ ସକାଶେ କୌଣସି କାମ ଅସାଧ୍ୟ ରହିବ ନାହିଁ । କିନ୍ତୁ ଭୁଲ୍‌ ବୁଝାମଣାଜନିତ ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି।
ବିଛା
ବିଛା
ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହୋଇପାରେ। ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ପାରସ୍ପରିକ ସୁସମ୍ପର୍କ ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଗୃହସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବେ। ଆର୍ଥିକ ପରିସ୍ଥିତି ପୂର୍ବପରି ରହିବା ହେତୁ ମାନସିକ ସ୍ଥିତି ବିଗିଡ଼ିଯିବ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଜନିତ ମାନସିକ ସ୍ଥିରତା ରକ୍ଷାକରିବା କଷ୍ଟକର ହୋଇପାରେ। ବିଭିନ୍ନ ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ଅଫିସ୍‌ରେ ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି।
ମୀନମୀନ
ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବନାହିଁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁକ ମନ ସାମୟିକ ଭଲ ରହି ନ ପାରେ। ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri