Posted inRasifala

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ
ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ ଚାଲିବ।
ବୃଷ
ବୃଷ
ପ୍ରତ୍ୟେକ କାମ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଉପର ଅଧିକାରୀ ମାନେ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ହେତୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ଆଇନ, ଅଦାଲତ, ଯୋଗାଯୋଗ, ସଭାସମିତି, ଗଠନମୂଳକ କାମ ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
ମିଥୁନ
ମିଥୁନ
ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ କଅଁଳିଆ କଥା କହି ମନେଇବାରେ ସମର୍ଥ ହେବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ, କିଛି ସମୟ ପରେ ସଫଳତା ମିଳିବ।
କର୍କଟ
କର୍କଟ
ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ କରିଚାଲିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ। ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଅଭାବବୋଧ ଲାଗି ରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ। ଆର୍ଥିକ ସ୍ଥିତି ମନ୍ଦ ହେବନି ମାତ୍ର କର୍ମକ୍ଷେତ୍ରରେ ଜମା ଫୁରୁସତ୍‌ ପାଇବେ ନାହିଁ।
କନ୍ୟା
ଯାହାକୁ ନିଜର ବୋଲି ଭାବୁଥିବେ ସେହି ବ୍ୟକ୍ତି ହିଁ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ବିଶେଷ ଅସୁବିଧା ହେବ ନାହିଁ। ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଆନୁଷ୍ଠାନିକ କାମରେ ଯୋଗଦେଲେ ସାମାଜିକ ସ୍ତରରେ ସମ୍ମାନିତ ହେବେ ।
ତୁଳା
ତୁଳା
ଅନାଗତ ଭବିଷ୍ୟତର ଅସୁବିଧା କଳ୍ପନା କରି ମାନସିକ ଅବସାଦ ଯୋଗଁୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ।   ମନର ଭାବାବେଗକୁ ବନ୍ଧୁ ନିକଟରେ ପ୍ରକାଶ କରିବା ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ। ଆପଣଙ୍କର ସୁସଂଯତ କାର୍ଯ୍ୟଶୈଳୀ ଜନ ସମାଜରେ ଆଦରଣୀୟ ହୋଇପାରିବ।
ବିଛା
ବିଛା
କୌଣସି କାମରେ ମନ ଲାଗିବ ନାହିଁ। ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସଭାସମିତି ଅଥବା ଗଠନମୂଳକ କାର୍ଯ୍ୟ ପରିପ୍ରେକ୍ଷୀରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ଯୋଗ ରହିଛି।
ଧନୁ
ଧନୁ
ପାରିପାର୍ଶ୍ୱିକ ଚିନ୍ତାଜନକ ପରିସ୍ଥିତି ଆଜିର ଦିନଟିକୁ ନିରୁତ୍ସାହିତ କରିପାରେ। କୌଣସି କାମ ଶୃଙ୍ଖଳିତ ଭାବରେ ନ ହେବା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ରହିଛି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ଫେରନ୍ତା ବାଟରେ ଘର ପାଇଁ ମନଲାଖି ଜିନିଷ କିଣିବା ସକାଶେ ମନ ବଳିବ।
ମକର
ମକର
ଅସ୍ଥିର ମନର ଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ବିଶେଷ ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ। ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିପାରନ୍ତି। ପଡୋଶୀ କିମ୍ବା ଆତ୍ମୀୟଙ୍କ ଛୋଟ କଥାକୁ ବଡକରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କିମ୍ବା କାମ ଗୁଡିକ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ। ଅବଶ୍ୟ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ସମସ୍ୟା ଦୂରେଇ ଯିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ, ମାତ୍ର ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ

କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇ ମନ ଖୁସୀ ରହିବ। ଜନକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି। ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟ ମାନଙ୍କ ଅନୁରାଗ, ପାଖ ପଡୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri