Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ
ଆଜି ନିଜ ରାଶିରେ ଶୁକ୍ର ରହିଥିବାରୁ ଦ୍ୱିଜା ନକ୍ଷତ୍ର ପାଇଁ ଅର୍ଥଲାଭ ଓ ମନୋରଞ୍ଜନ ସକାଶେ ମନ ବଳିବ । କିନ୍ତୁ ରାହୁ ଓ କେତୁ ମଧ୍ୟବର୍ତ୍ତୀ ଚନ୍ଦ୍ର ହେତୁ ଅଶ୍ୱିନୀ ନକ୍ଷତ୍ରର ମନଟା ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ । କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ବୃଷ
ବୃଷ
ଏକାଦଶସ୍ଥ ରବିଙ୍କ ପ୍ରଭାବରୁ ପ୍ରଭାବଶାଳୀ ଲୋକଙ୍କ ସୁନଜରରେ ଆସି ଲାଭବାନ୍‌ ହେବେ । ରବିଙ୍କ ପୂର୍ଣ୍ଣକିରଣରେ ଚନ୍ଦ୍ରଙ୍କ ଉଜ୍ଜ୍ୱଳତା ପରି ସେବା ଓ ପରୋପକାର ପ୍ରବୃତ୍ତିରୁ ସାମାଜିକ ସମ୍ମାନ ପାଇବେ । ମୃଗଶିରା ନକ୍ଷତ୍ରାଧିପ ମଙ୍ଗଳ ଅନ୍ୟ ଦୁଇଗ୍ରହ ସଙ୍ଗରେ ରହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି ।
ମିଥୁନ
ମିଥୁନ
ଧନାଧିପ କେନ୍ଦ୍ରସ୍ଥ ହୋଇ ତୃତୀୟାଧିପଙ୍କ ଦୃଷ୍ଟିପଥାରୂଢ ଯୋଗୁଁ ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ଘଟିବ । ମଙ୍ଗଳଙ୍କ ନକ୍ଷତ୍ର ଜାତବ୍ୟକ୍ତି କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହେବେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିପାରେ ।
କର୍କଟ
କର୍କଟ
ଚନ୍ଦ୍ର ଭାଗ୍ୟସ୍ଥାନସ୍ଥ ରବିଙ୍କ ସମ୍ମୁଖରେ ରହି ଅର୍ଥ, ସମ୍ମାନ, ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରିବେ । କିନ୍ତୁ ପୁଷ୍ୟାନକ୍ଷତ୍ର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିପାରନ୍ତି । ବ୍ୟବସାୟ ଓ ପରିବହନ ଭଲରେ ଚାଲିବ କିନ୍ତୁ ନିର୍ମାଣ କାର୍ଯ୍ୟ ଅଟକି ଯାଇପାରେ ।
ସି˚ହ
ସି˚ହ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ମାନସିକ ସୁସ୍ଥତା ରହି ନ ପାରେ । କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବା ସହିତ ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବା ସହ ବନ୍ଧୁ ଆର୍ଥିକ ସହାୟତାରେ କାମ ହାସଲ କରିପାରିବେ ।
କନ୍ୟା
କର୍ମଭାବସ୍ଥ ରାହୁଙ୍କ ଉପସ୍ଥିତିରୁ ଆଜି ଆପଣ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଅଶାନ୍ତ ପରିସ୍ଥିତି ସୃଷ୍ଟିକରିବ । ଲେଖାପଢା, ସାହିତ୍ୟଚର୍ଚ୍ଚା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ । ବ୍ୟବସାୟିକ ସ୍ଥିତି ମନ୍ଦ ହେବନି ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ । ଜମା ପଡୁ ନ ଥିବା ଲୋକମାନଙ୍କ ଦ୍ୱାରା ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଦୀର୍ଘ ଦିନରୁ ଭଟ୍ଟା ପଡିଥିବା ସମ୍ପର୍କ ପୁନଃ ସ୍ଥାପିତ ହେବାର ଆଶା ରହିଛି ।
ବିଛା
ବିଛା
ମୁଖଭାବସ୍ଥ କେତୁ ଆପଣଙ୍କ ମନୋଭାବର ଉପସ୍ଥାପନା ପ୍ରଣାଳୀକୁ ବିକୃତ କରିବ । ଫଳତଃ ସାଧାରଣ କଥାରେ ରାଗି ବିରକ୍ତି ପ୍ରକାଶ କରିବା ଦ୍ୱାରା ନିଜ ପାଇଁ ଅନିଷ୍ଟକର ପରିସ୍ଥିତି ସୃଷ୍ଟି କରିପାରେ । କୌଣସି ମାଙ୍ଗଳିକ କାମରେ ବନ୍ଧୁମାନଙ୍କ ସାହାଯ୍ୟ କଲେ ମଧ୍ୟ ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି ।
ଧନୁ
ଧନୁ
ଶନିକ୍ଷେତ୍ରସ୍ଥ ବୃହସ୍ପତି ଯୋଗୁଁ ପରାଧୀନ ଭାବରେ ରହି ନିଜକୁ ସଂକୁଚିତ ମନେକରିବେ । ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ମକର
ମକର
ଶାରୀରିକସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ମାନସିକ ଅସ୍ଥିରତା ବ୍ୟସ୍ତତା ବୃଦ୍ଧି କରିବ । କୌଣସି ବନ୍ଧୁଙ୍କ ନିକଟରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ । ନିଜ ଲୋକମାନଙ୍କ ଉପରେ ଭରସା କରି ପରିଶେଷରେ ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ ।
କୁମ୍ଭ
କୁମ୍ଭ
ଚତୁର୍ଥକେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ । ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିମାନଙ୍କ ନିକଟରୁ ଆଜି ଯଥା ସମ୍ଭବ ଦୂରେଇ ରହିବା ଭଲ । ଅଯଥା ବିରକ୍ତି ପ୍ରକାଶ ନ କରି ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ।
ମୀନମୀନ
କର୍ମକ୍ଷେତ୍ରର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri