Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ
ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ। ଜମିଜମା ବିବାଦ, ପରିବହନ ଝଗଡ଼ାର ସମାଧାନ ହୋଇପାରିବ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ, ଯାହାକି ଆପଣଙ୍କୁ ସାମୟିକ ଆନନ୍ଦ ପ୍ରଦାନ କରିବ। ଅର୍ଥ, ପ୍ରଶାସନ, ଆଇନ, ସଭାସମିତି, ଆନୁଷ୍ଠାନିକ କାମରେ ଖୁସୀ ରହିବେ।
ବୃଷ
ବୃଷ
ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ସାମାଜିକ ସ୍ତରରେ ଲୋକାଭିମୁଖୀ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ। ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଅନୁରୋଧକ୍ରମେ ସ୍ଥଗିତ କାମକୁ ସମ୍ପନ୍ନ କରିବେ। ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ପାଇଁ ସମର୍ଥନ ଓ ସାହାଯ୍ୟ ଆଶା କରିବେ। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟରେ ମାନ ମନାନ୍ତର ଦେଖାଦେଇପାରେ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାର ନାଁ ଧରି ନ ପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସହାନୁଭୂତି ପ୍ରକାଶ କରିବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବା କାରଣରୁ ମନେମନେ ଅଶାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆଜି ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନା, ଜମିଜମା କାରବାର ଏବଂ ଗାଡ଼ିମୋଟର ମରାମତି ପ୍ରଭୃତି ସକାଶେ ବ୍ୟସ୍ତତା ବଢ଼ିଯିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ, ଯାହାକି ଆପଣଙ୍କ କାମକୁ ବହୁ ପରିମାଣରେ ସାହାଯ୍ୟ କରିବ। ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ଆଜି ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇ ଖୁସୀ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ହେବ ଏବଂ ଏଥିପାଇଁ ବନ୍ଧୁ ମଧ୍ୟରେ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
ତୁଳା
ତୁଳା
ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ସନ୍ତାନଙ୍କ ବୈବାହିକ ପ୍ରସ୍ତାବର ଆଲୋଚନା କରିପାରନ୍ତି। ସଭାସମିତିରେ ଯୋଗଦେଇପାରନ୍ତି। ଗତକାଲିଠାରୁ ସ୍ଥିରୀକୃତ ହୋଇଥିବା ଗସ୍ତ କାର୍ଯ୍ୟକ୍ରମ ଆକସ୍ମିକ ସମସ୍ୟା ହେତୁ ବାତିଲ ହେବାର ଆଶଙ୍କା ଦେଖାଦେବ।
ବିଛା
ବିଛା
ବହୁ ଦିନର ଆଶା ପୂରଣ ହେବା କାରଣରୁ ମନ ଉତ୍‌ଫୁଲ୍ଲିତ ରହିବ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ଅନ୍ୟମାନଙ୍କ ଉଦ୍ଦେଶ୍ୟକୁ ବୁଝତ୍ ନ ପାରି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ ପରିବାର ମଧ୍ୟରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଚେଷ୍ଟାସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ଆଜି ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବ୍ୟାଘାତ ଘଟିପାରେ।
ମକର
ମକର
ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ,ସେଥିରେ ସଫଳତା ଅବଶ୍ୟମ୍ଭାବୀ। ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କୁମ୍ଭ
କୁମ୍ଭ
ଆପଣ ଦୀର୍ଘଦିନହେଲା ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟ ମାନଙ୍କ ବେଖାତିର ମନୋଭାବ ଦୁଃଶ୍ଚିନ୍ତାକୁ ବଢାଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ଅପରାହ୍ନରେ ଟେନସନ୍‌ କମିଯିବ ମାତ୍ର ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଶିକ୍ଷା, ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ। କିନ୍ତୁ ପରିବାର ସକାଶେ ସେମାନେ ଯେତେ ଭଲ କାମ କଲେ ମଧ୍ୟପ୍ରଶଂସା ପାଇବେନି।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Rasifala View All

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri