Posted inRasifala

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ପ୍ରଭାବରୁ ଉଚ୍ଚ ମନ ଓ ଦୃଢ ଆତ୍ମବଳ ନେଇ କାମ କରିବେ। ପାରିବାରିକ,ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ଲାଭ ପାଇଁ ଚିନ୍ତା ବଢ଼ିପାରେ। ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।
ବୃଷ
ବୃଷ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ଅଶାନ୍ତିର ମୁଖ୍ୟ କାରଣ ପାଲଟିଯିବ। ବାହାର ଲୋକଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଦ୍ୱାଦଶସ୍ଥ ଶୁକ୍ରଙ୍କ ପ୍ରଭାବରୁ ଖୁସୀ ମିଜାଜରେ କାମ କରିବାକୁ ଭଲ ପାଇବେ। ମନରେ ବିଭିନ୍ନ ପ୍ରକାର କଳ୍ପନାର ରଙ୍ଗିନ୍‌ ପ୍ରତିଛବି ଉଙ୍କି ମାରିପାରେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ ଯୋଗଯୋଗ କରିପାରନ୍ତି। ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ମଧ୍ୟ ହେବେ।
କର୍କଟ
କର୍କଟ
ବୁଧାଦିତ୍ୟ ଯୋଗ କର୍ମଭାବସ୍ଥ ଯୋଗୁଁ କୌଣସି ସୂଚନା ଲାଭ କରି ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ। ଅଫିସ୍‌ କାମକୁ ନେଇ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଶୁକ୍ରଜନିତ ପଦସ୍ଥ ବ୍ୟକ୍ତି ବିଶେଷଙ୍କର ସହଯୋଗ ପାଇ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡିପାରେ। ଦୀର୍ଘସମୟଧରି ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ମାଙ୍ଗଳିକ କାର୍ଯ୍ୟ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତିର ସମ୍ଭାବନା ରହିଛି।
କନ୍ୟା
ଅଷ୍ଟମସ୍ଥ ବୁଧ ଓ ରବି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ପରିସ୍ଥିତିକୁ ସରଗରମ କରି ରଖିପାରନ୍ତି। ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପୂର୍ବ ଆଲୋଚନା ପ୍ରକାରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ ା ରଚନାମତ୍କ କାର୍ଯ୍ୟ,ସାହିତ୍ୟ,ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆମତ୍ତୃପ୍ତି ପାଇବେ।
ତୁଳା
ତୁଳା
ଚନ୍ଦ୍ର ରାଶିରେ ରହିଥିବାରୁ ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ହଠାତ୍‌ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଆତ୍ମୀୟଙ୍କଠାରୁ ସାହାଯ୍ୟ,ସହଯୋଗ ସହିତ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଅବଶ୍ୟ ଅସୁବିଧା ହେବନାହିଁ।
ବିଛା
ବିଛା
ମାନସିକ ସ୍ତରରେ ପ୍ରବଳ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡିବା ଫଳରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା, କ୍ରୀଡା, ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଗତ କେତେଦିନ ହେଲା ମନରେ ଯାହା ଚିନ୍ତା କରୁଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଯିବ। ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁଁ ଅଗ୍ରଗତି ହୋଇପାରିବ ନାହିଁ। ଅର୍ଥଲାଭ,କଚେରି ମାମଲାରେ ବିଜୟ ଏବଂ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
ମକର
ମକର
ଦ୍ୱିତୀୟସ୍ଥ ମଙ୍ଗଳଜନିତ ରୁକ୍ଷଭାଷା ପ୍ରୟୋଗ ଜନିତ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଚତୁର୍ଥକେନ୍ଦ୍ରସ୍ଥ ଯୋଗ ପ୍ରଭାବରେ ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବେ। ସାମାଜିକ ସ୍ତରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଜମିଜମା ଓ ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ମଙ୍ଗଳଙ୍କ ପ୍ରଭାବରେ ସାମାଜିକ ସ୍ତରରେ ମରମ କଥାଟି କହି ପରୋକ୍ଷ ଶତ୍ରୁତାକୁ ଡାକି ଆଣିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ବନ୍ଧୁ ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇ ପାରନ୍ତି।
ମୀନମୀନ
ବୃହସ୍ପତିଙ୍କ ଦୁର୍ବଳତା ହେତୁ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବାକୁ ପଡିପାରେ। ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇ ପାରନ୍ତି। ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତାର ଅନୁଭବ ହୋଇପାରେ। କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri