Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୮ ତାରିଖ – Daily Horoscope

ମେଷ
ଆଜିର ବିରଳଯୋଗ ପ୍ରଭାବରେ ସରକାରୀ ସ୍ତରରେ ସମସ୍ୟା ସମାଧାନ, ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ରବି ଦେଶ ଯାତ୍ରାର ସୁଯୋଗ, ମାଙ୍ଗଳିକ କାମ, ନୂତନ ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ବିଶେଷ ଅନୁକୂଳ ରହିବ। ଅର୍ଥଲାଭ, ବ୍ୟବସାୟିକ ସଫଳତା ଓ କଚେରି ମାମଲା ଫଇସଲା ହେବ।
ବୃଷ
ବୃଷ
ଦୁଃସ୍ଥାନସ୍ଥ ଗ୍ରହଜନିତ କାର୍ଯ୍ୟବ୍ୟସ୍ତତା, ମାନସିକ ଅସୁସ୍ଥତା ଓ ପାରିବାରିକ ଅସ୍ଥିରତା ମଧ୍ୟରେ ସମୟ କଟାଇବେ। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ଏଜେନଶିପ, ବୀମା, ଶେୟାର ବଜାର ପାଇଁ ଦିନଟି ଭଲ। ଆତ୍ମୀୟ ସ୍ୱଜନଙ୍କ ପାଇଁ ନିଜେ ହ‍ଇରାଣରେ ପଡ଼ିପାରନ୍ତି। ଦୂରଯାତ୍ରାରେ ଅଜଣା ଲୋକଙ୍କ ପ୍ରତି ସତର୍କତା ରକ୍ଷା କରିବା ହିତକର ହେବ।
ମିଥୁନ
ମିଥୁନ
ସପ୍ତମ କେନ୍ଦ୍ରରେ ଏକାଧିକ ଗ୍ରହ ଯୋଗୁ ବିବାଦରେ ପରାଜୟ,ପ୍ରତିଦ୍ୱନ୍ଦ୍ୱିତାରେ ଅପଦସ୍ଥ ହୋଇପାରନ୍ତି। ଅର୍ଥ ସାହାଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇପାରନ୍ତି। ସଙ୍ଗଠନ, ଭ୍ରମଣ, ସଭାସମିତି, କଳା, ସାହିତ୍ୟ ଓ ଆନୁଷ୍ଠାନିକ ତଥା ରାଜନୈତିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କର୍କଟ
କର୍କଟ
ବଳବାନ୍‌ ରାଶ୍ୟାଧିପତିଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ବାଭାବିକ କରାଇବାରେ ସାହାଯ୍ୟ କରିବ। ସାମାଜିକ ସ୍ତରରେ ସମସ୍ୟାଗୁଡିକ କ୍ରମଶଃ ଅପସରି ଯିବାର ଲକ୍ଷ୍ୟ କରିବେ। କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ବାକ୍‌ ଅସଂଯମତା ଯୋଗୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁମାନେ ମିଥ୍ୟା ଅଭିଯୋଗ କରି ଭାବମୂର୍ତ୍ତିକୁ କଳଙ୍କିତ କରିବାର ଅପଚେଷ୍ଟା କରିପାରନ୍ତି। ଶିଳ୍ପ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ମନ ଭଲ ରହିବ ନାହିଁ।
କନ୍ୟା
ଆପଣଙ୍କୁ ମିତ୍ର ସାହାଯ୍ୟରେ ଅର୍ଥଲାଭ ସହ କ୍ରୀଡ଼ା, ସାହିତ୍ୟ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭାବପ୍ରବଣତାବଶତଃ ପ୍ରସଙ୍ଗ ବହିର୍ଭୂତ କଥା କହି ଅପଦସ୍ଥ ହୋଇପାରନ୍ତି। ଗୃହ, ଜମିଜମା, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଭଲ ସମ୍ପର୍କ ନ ଥିବା ପାଖ ପଡ଼ୋଶୀମାନେ ସମସ୍ୟା ସୃଷ୍ଟିକାରୀ ମନ୍ତବ୍ୟ ପ୍ରଦାନ କରିପାରନ୍ତି।
ତୁଳା
ତୁଳା
ପରିସ୍ଥିତିର ତାଡ଼ନାରେ ନିଜକୁ ନିୟନ୍ତ୍ରଣ ଭିତରେ ରଖିବା ସକାଶେ ଚେଷ୍ଟା କରିବା ଭଲ। ତଥାପି ସାମାଜିକ ସ୍ତରରେ, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଳକାରଖାନା, ହୋଟେଲ ଶିଳ୍ପ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରୁ ଆଶାଜନକ ସୁଫଳ ପାଇପାରିବେ।
ବିଛା
ବିଛା
ଆଜି ଆପଣଙ୍କୁ ପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କଲେ ନିରାଶ ହେବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ସ୍ତରରେ ନିଜର ବିଚାରବୁଦ୍ଧି ପ୍ରୟୋଗ କରି ସଫଳତା ହାସଲ କରିପାରିବେ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, କଳା, ସାହିତ୍ୟ, ପ୍ରେସ୍‌, ପବ୍ଲିକେଶନ, ଏଜେନ୍ସିପ୍‌, ବ୍ୟବସାୟ ପ୍ରାୟତଃ ଭଲରେ ଚାଲିବ।
ଧନୁ
ଧନୁ
ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟକୁ ପୁନଃ ଆରମ୍ଭ କରିବାକୁ ମନ ବଳାଇବେ। ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଓ ସମସ୍ୟା କ୍ରମଶଃ ଦୂରେଇଯିବ। ବ୍ୟାଙ୍କ, ସୋସାଇଟି ସ୍ତରରେ ଋଣ ପରିଶୋଧ କରିବା ସକାଶେ ମାନସିକ ବ୍ୟଗ୍ରତା ଅନୁଭବ କରିବେ। କଳା, ସାହିତ୍ୟ, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଅତି ଭଲ ସମ୍ପର୍କ ଥିବା ବନ୍ଧୁଟିର ଅନୁପସ୍ଥିତି ମନଃସ୍ଥିତିକୁ ବିକ୍ଷିପ୍ତ କରିବ। ଦୀର୍ଘଦିନ ଧରି ସ୍ଥଗିତ ରହିଯାଇଥିବା କାମକୁ ଆଜି ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଏବଂ ଆଶା କରିଥିବା ଦିଗରୁ ହଠାତ୍‌ କୌଣସି ଖବର ପାଇପାରନ୍ତି। ସଭାସମିତି, ପ୍ରଶାସନ ତଥା ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସୁଯୋଗ ଜୁଟିବ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂରେଇବା ସକାଶେ ନିକଟସ୍ଥ ବନ୍ଧୁବର୍ଗଙ୍କ ସାହାଯ୍ୟପ୍ରାର୍ଥୀ ହେବେ। ଅଟକି ରହିଥିବା କାର୍ଯ୍ୟ ସାଧନ କ୍ଷେତ୍ରରେ ଅର୍ଥ ସଙ୍କଟ କାମକୁ ଅଟକାଇ ରଖିପାରେ। ସ୍ବାର୍ଥ ସାଧନର ଦୂରଭିସନ୍ଧି ରଖି ଆତ୍ମୀୟମାନେ ଅସହଯୋଗ ଆଚରଣ କରିପାରନ୍ତି। ମତାନ୍ତର କିମ୍ବା ଭୁଲ୍‌ ବୁଝାମଣାଜନିତ ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ଦେଖାଦେବାର ଆଶଙ୍କା ରହିଛି।
ମୀନମୀନ
କର୍ମକ୍ଷେତ୍ର କିମ୍ବା ପରିବାରରେ ଅଶ୍ୱସ୍ତିକର ପରିବେଶକୁ ସଜାଡ଼ି ନେବାର ଉପକ୍ରମ କରିପାରନ୍ତି। ରାଜନୀତି, ପ୍ରଶାସନ, ସଙ୍ଗଠନ, କଳକାରଖାନା, କାରବାରରେ ଉନ୍ନତି କରିବେ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥପ୍ରାପ୍ତି ପାଇଁ ଆଲୋଚନାରେ ଅଗ୍ରଗତି ଘଟିପାରେ। ଅମନଯୋଗୀ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri