Posted inRasifala

ରାଶିଫଳ: ଜାନୁଆରି ୬ ତାରିଖ ସୋମବାର – Daily Horoscope

ମେଷ
ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ ଆଶାନୁରୂପ ସୁଫଳ ପାଇବେ । ନିଜ ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ କାମକୁ ଆସିବ ।
ବୃଷ
ବୃଷ
ଶୁକ୍ର ଦ୍ୱାଦଶାଧିପ ମଙ୍ଗଳ ନକ୍ଷତ୍ରରେ ରହି ଆପଣଙ୍କୁ ଖର୍ଚ୍ଚାନ୍ତ କରାଇ କାମ ହାସଲ କରାଇବେ । ଯାହା କରନ୍ତ ନା କାହିଁକି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ । ତଥାପି ସଙ୍ଗକୁ ଶିକ୍ଷା, ପରୀକ୍ଷା, ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ସମ୍ପର୍କୀୟ ବନ୍ଧୁ , ପାଖ ପଡୋଶୀଙ୍କ ସହ କଳହର ଆଶଙ୍କା ରହିଛି ।
ମିଥୁନ
ମିଥୁନ
ଆପଣଙ୍କ ରାଶିର ରାହୁ ସ୍ବନକ୍ଷତ୍ରସ୍ଥ ହେତୁ କଳେ ବଳେ କୌଶଳେ କାର୍ଯ୍ୟହାସଲ କରିପାରିବେ । କିନ୍ତୁ କର୍ମ ପରିସର ବୃଦ୍ଧି ପାଇବା କାରଣରୁ ସାମାନ୍ୟତମ ଅବସର ମଧ୍ୟ ପାଇବେ ନାହିଁ । ଅବଶ୍ୟ ଦୂର ଯାତ୍ରା, ଆନୁଷ୍ଠାନିକ କାମ, ନିର୍ମାଣ କାର୍ଯ୍ୟ,ବାଣିଜ୍ୟ ଓ ପରିବହନ ପ୍ରଭୃତିରେ ଅସୁବିଧା ହେବ ନାହିଁ। ପୂର୍ବରୁ ଲାଗିରହିଥିବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ବ୍ୟାଙ୍କ, ସଞ୍ଚୟ ଜମା କିମ୍ବା କରଜ ମାଧ୍ୟମରେ ଅର୍ଥ ପ୍ରାପ୍ତି କରାଇବେ। କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସହଜ ସରଳ ଢଙ୍ଗରେ ମନ ବୁଝତ୍ଲା ଭଳି କଥା କହି କାମ ହାସଲ କରି ପାରିବେ। ପ୍ରଶାସନିକ କ୍ଷେତ୍ରରେ ବିତର୍କର ଆଶଙ୍କା ଜନିତ ମାନସିକ ଦ୍ୱନ୍ଦ୍ବର ଅବସାନ ଘଟିବ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ଶୁକ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ବିଳାସବ୍ୟସନ ସମ୍ପର୍କିତ ଉପକରଣ କ୍ରୟ କରାଇ ପାରନ୍ତି। କର୍ମକ୍ଷେତ୍ରରେ ମନ ଅନୁଯାୟୀ କାମ ହାସଲ କରିବେ। ଆଜି ଯାହାକୁ ଯାହା କହିବେ ସେମାନେ ଆପଣଙ୍କ କଥାକୁ ଅସ୍ବୀକାର କରିବେ ନାହିଁ । ଯେଉଁ ଆଶଙ୍କାରେ ମନ ବିଚଳିତ ହୋଇ ରହିଛି ତାହା ଅପରାହ୍ନରେ ଦୂରୀଭୂତ ହୋଇଯିବ ।
କନ୍ୟା
ମିତ୍ର ଶୁକ୍ରଙ୍କ ନକ୍ଷତ୍ରସ୍ଥ ବୁଧ ପ୍ରଭାବରେ ବୌଦ୍ଧିକ ଅଭିବୃଦ୍ଧି, ବନ୍ଧୁମିଳନ, ସାମାଜିକ ସମ୍ମାନ ପାଇପାରିବେ। ବନ୍ଧୁଙ୍କ ସାହାଯ୍ୟକାରୀ ମନୋଭାବ, ପାରିବାରିକ ସହଯୋଗ, ପାଇବେ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଦୂର ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ମିଳିବ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର ଓ ରାଶ୍ୟାଧିପ ଶୁକ୍ର କେନ୍ଦ୍ରସ୍ଥ ଯୋଗୁ କାର୍ଯ୍ୟସିଦ୍ଧି, ସମସ୍ୟା ସମାଧାନ ଏବଂ ଆନୁଷ୍ଠାନିକ ସମ୍ମାନ ପାଇପାରନ୍ତି। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଟିର ଦୀର୍ଘ ନୀରବତା ମନରେ ଗଭୀର ଦୁଃଖ ଉଦ୍ରେକ କରିବ । ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନପାରେ । ତଥାପି ବ୍ୟବସାୟିକ ସ୍ଥିତି ଉତ୍ତମ ରହିବ।
ବିଛା
ବିଛା
ରାଶ୍ୟାଧିପ ନିଜ ଗୃହରେ ରହିଥିଲେ ମଧ୍ୟ ଶନିଙ୍କ ନକ୍ଷତ୍ରସ୍ଥ ହୋଇ ଷଷ୍ଠସ୍ଥାନକୁ ଦେଖୁ ଥିବାରୁ ପୂର୍ବଶତ୍ରୁତାକୁ ନେଇ କଳହ ଘଟିପାରେ । କୌଣସି ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ । ବାହ୍ୟ ଲୋକ ମାନଙ୍କ ସ୍ନେହ,ଶ୍ରଦ୍ଧା ଯେଉଁ ପରିମାଣରେ ବଢି ଚାଲିବ, ସେହି ଅନୁପାତରେ ନିଜ ଲୋକ ମାନଙ୍କ ନିକଟରେ ସେତିକି ରହିବ ନାହିଁ ।
ଧନୁ
ଧନୁ
ଶୁକ୍ରଙ୍କ ନକ୍ଷତ୍ରରେ ବୃହସ୍ପତି ଆପଣଙ୍କୁ ବନ୍ଧୁ ମାନଙ୍କ ମାଧ୍ୟମରେ ଉଚ୍ଚସମ୍ମାନ ପ୍ରଦାନ କରିବେ । ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହାର କୈାଣସି ବିଶେଷ କୁପ୍ରଭାବର ଆଶଙ୍କା ରହିବ ନାହିଁ। କର୍ମକ୍ଷେତ୍ର, ସଭାସମିତି, ବନ୍ଧୁ ମିଳନରେ ତଥା ଆନୁଷ୍ଠାନିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର୍‌ କରିପାରିବେ।
ମକର
ମକର
ଆଜିର ଗ୍ରହସ୍ଥିତି ପ୍ରଭାବରେ ସ୍ବାସ୍ଥ୍ୟୋନ୍ନତି ଏବଂ ଆର୍ଥିକ ସ୍ଥିତି ସ୍ଥିର ରହିପାରେ। କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇ ପାର‘ । ଏକ ଭିନ୍ନ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯିବାର ଏକ ପ୍ରକାର ମାନସିକ ଅସ୍ଥିରତା ଦୂର ହୋଇଯିବ । ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହିପାରେ। ଆର୍ଥିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ କୈାଣସି ମୂଲ୍ୟବାନ୍‌ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବାର ସୂଚନା ରହିଛି । କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ
ମୀନମୀନ
ଦ୍ୱିତୀୟସ୍ଥ ଚନ୍ଦ୍ର ପ୍ରଭାବରେ ଜଟିଳ ପରିସ୍ଥିତିରେ ସାମ୍ୟତା ଆଣିବାରେ ସମର୍ଥ ହେବେ । ତଥାପି ଭୁଲ୍‌ ବୁଝାମଣା ସକାଶରୁ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଗୃହ କିମ୍ବା ରାସ୍ଥାଘାଟ ତଥା ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri