Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ
ଚରରାଶିସ୍ଥ ଜନ୍ମଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟି କରିବ। ସତର୍କତାର ସହ ଆଜିର ଯାତ୍ରା, ବିବାଦୀୟ କ୍ଷେତ୍ର, ଗୃହାରମ୍ଭ ପ୍ରଭୃତି କରିବା ବିଧେୟ। କିନ୍ତୁ ଶ୍ରୀଚନ୍ଦ୍ରଜନିତ ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଅସନ୍ତୋଷ ବୃଦ୍ଧି କରିବ। ଦୂରଦର୍ଶିତାବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରଭାବରେ ନିଜ ସମ୍ପର୍କୀୟ ବନ୍ଧୁମାନଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ସୂଚନା ରହିଛି। ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ସମସ୍ୟା ସୃଷ୍ଟି ହେବ ଓ ପାରିବାରିକ ସମସ୍ୟା ସାମୟିକ ଅଶାନ୍ତିର କାରଣ ହେବ ।
ମିଥୁନ
ମିଥୁନ
ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ। ପଡ଼ୋଶୀମାନେ ଆପଣଙ୍କ କାର୍ଯ୍ୟାବଳୀର ଭୁରିଭୁରି ପ୍ରଶଂସା କରିପାରନ୍ତି। ପ୍ରକାଶନ ଓ ପ୍ରଶାସନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ରାଶ୍ୟାଧିପ ହେତୁ କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରମାଣିତ କରିପାରିବେ। ପରିବାରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। ସଭାସମିତି କିମ୍ବା ଅଫିସ କାମରେ ନୂତନ ଦାୟିତ୍ୱ ହାତକୁ ନେବା ସକାଶେ ଆଦେଶନାମା ମିଳିପାରେ। ବହୁ ଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଶନି ଓ କେତୁଙ୍କ ପ୍ରଭାବରେ ପରୋକ୍ଷ ଶତ୍ରୁତା ଯୋଗୁ କାର୍ଯ୍ୟହାନି କାରଣରୁ ବିଚଳିତବୋଧ କରିବେ । ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ଆଶା ରହିଛି। ଆନୁଷ୍ଠାନିକ କାମରେ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସା ପାଇପାରନ୍ତି।
କନ୍ୟା
ଲାଭାଧିପତି ଅଷ୍ଟମଭାବସ୍ଥ ହେତୁ ଯେତେ ଚେଷ୍ଟା କଲେ ମଧ୍ୟ ଆଶା ଚରିତାର୍ଥ ହୋଇ ନ ପାରେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଯାନବାହନ, ବିବାଦୀୟ ସ୍ଥାନ,ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ। କଳା, କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ତୁଳା
ତୁଳା
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ଆଜି ସଫଳତା ଅବଶ୍ୟମ୍ଭାବୀ । କେତେକ କ୍ଷେତ୍ରରେ ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି। ଅସମର୍ଥତ୍ତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ତରବରିଆ ପଦକ୍ଷେପ ନ ନେଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ଅବଶ୍ୟ ହୋଇପାରିବେ। ବିଗତ ଦିନର କୌଣସି ଘଟଣା ଲାଗି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ। ମାତ୍ରାଧିକ ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିପାରନ୍ତି। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମୂଲ୍ୟବାନ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇବେ।
ଧନୁ
ଧନୁ
ପୂର୍ବ ପରିକଳ୍ପିତ ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବନାହିଁ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସାମାନ୍ୟ ବିଳମ୍ବରେ ସୁଫଳ ମିଳିବାର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଦୂରରେ ରହିଥିବା ପ୍ରିୟଜନଙ୍କ ସ୍ମୃତିଚାରଣ କରି ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି। ରାଶିର ଗୁଣଧର୍ମାନୁସାରେ ଥଣ୍ଡାଜନିତ ରୋଗପୀଡ଼ାରୁ କଷ୍ଟ ପାଇବେ। ସଭାସମିତି, ନିର୍ମାଣ, ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ମାନସିକ ଅସୁସ୍ଥତା ମନକୁ ବିକ୍ଷିପ୍ତ କରି ରଖିବ । ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହେବ । କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।ସତ୍‌ସଂଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହୀ ହେବେ । ବାଣିଜ୍ୟ, ବ୍ୟବସାୟ,ପରିବହନ କ୍ଷେତ୍ରରୁ ସୁଫଳ ମିଳିବ ।
ମୀନମୀନ
ପାରିବାରିକ ସମସ୍ୟାର ସମାଧାନ ଚିନ୍ତାକରି ଦୁର୍ଭାବନା ବଢ଼ିଚାଲିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେନାହିଁ। ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଶତ୍ରୁତା ଓ ସ୍ବାସ୍ଥ୍ୟହାନି ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ। କିନ୍ତୁ ଯାତ୍ରା, ଆନୁଷ୍ଠାନିକ କାମ, ସଭାସମିତି, କଚେରି ମାମଲା କ୍ଷେତ୍ରରେ ସାମୟିକ ଆଶ୍ୱସ୍ତି ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri