Posted inଖେଳ

ରାବାଡ଼ା କ୍ଷଣକୋପୀ ନୁହନ୍ତି

କୋଲକାତା, ୭ା୬ (ପି.ଟି.)- ଖେଳ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ ଯୋଗୁ ଅନେକ ଥର ଅଡୁଆରେ ପଡ଼ିଛନ୍ତି ଦକ୍ଷିଣଆଫ୍ରିକା ସ୍ପିଡ୍‌ଷ୍ଟର କାଭିସୋ ରାବାଡ଼ା। ଏଥିପାଇଁ ଅନେକେ ତାଙ୍କୁ କ୍ଷଣକୋପୀ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ପ୍ରକୃତରେ ତାହା ନୁହଁନ୍ତି ବୋଲି ଏହି ପେସ୍‌ ବୋଲର କହିଛନ୍ତି। ଜଣେ ବୋଲର ହୋଇଥିବାରୁ ଏହା ଏକ ପ୍ରକାର ମାନିସକ ଉତ୍ତେଜନା ବୋଲି ସେ କହିଛନ୍ତି। ୨୪ ମାସ ମଧ୍ୟରେ ଚତୁର୍ଥ ଥର ଡିମେରିଟ୍‌ ପଏଣ୍ଟ ପାଇବା ଦ୍ୱାରା ୨୫ବର୍ଷୀୟ ରାବାଡ଼ା ଚଳିତ ବର୍ଷ ପ୍ରଥମଭାଗରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚରୁ ସସ୍‌ପେଣ୍ଡ ହୋଇଥିଲେ। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ନେବା ପରେ ତାଙ୍କ ନିକଟକୁ ଯାଇ ନିଜର ଖୁସି ଜାହିର କରିଥିଲେ। ଏଥିପାଇଁ ତାଙ୍କୁ ୪ର୍ଥ ଡିମେରିଟ୍‌ ପଏଣ୍ଟ ମିଳିଥିଲା। ଶୁକ୍ରବାର ସେ ତାଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଇନଷ୍ଟାଗ୍ରାମ୍‌ରେ ଚ୍ୟାଟିଂ କରିବା ସମୟରେ ରାବାଡ଼ା କହିଛନ୍ତି, ଯଦି ସ୍ଲେଜିଂକୁ କ୍ରିକେଟ ଖେଳର ଏକ ଅଂଶବିଶେଷ ବୋଲି କୁହାଯାଉଛି ତେବେ ଜଣେ ଫାଷ୍ଟ ବୋଲର ଏକ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାସଲ କଲାପରେ ଖୁସିରେ ପ୍ରତିକ୍ରିୟା କରିବା ସ୍ବାଭାବିକ। ରାବାଡ଼ା ସସ୍‌ପେଣ୍ଡ ହେବାରୁ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟରେ ପରାଜିତ ହେବା ସହ ସିରିଜ ୧-୩ରେ ହାରିଯାଇଥିଲା। ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର ପୂର୍ବରୁ ତାଙ୍କର ଦୁଇଟି ମେରିଟ୍‌ ପଏଣ୍ଟ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ପାଇଥିଲେ। ଡେଭିଡ ଓ୍ବାର୍ନରଙ୍କୁ ଲକ୍ଷ୍ୟ କରି ସେ ତାଚ୍ଛଲ୍ୟ କରି ହସିଥିଲେ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କ କାନ୍ଧକୁ କାନ୍ଧ ଘସି ହୋଇଥିଲେ। ସେହିବର୍ଷ ତୃତୀୟ ଘଟଣାଟିରେ ସେ ଏକ ଅନ୍ତର୍ଜାତୀୟ ଦିନିକିଆରେ ଭାରତର ଶିଖର ଧାଓ୍ବନଙ୍କୁ ଆଉଟ କରିବା ପରେ ତାଙ୍କୁ ଚିଡ଼ାଇବା ଭଳି କଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri