ରାଜ୍ୟରେ ମୁଣ୍ଡ ପିଛା ଋଣ ୧୭ ହଜାର

ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟବାସୀ ବର୍ତ୍ତମାନ ଋଣଭାରରେ ବୁଡି ରହିଛନ୍ତି। ଏପରିକି ଛୁଆଟିଏ ଜନ୍ମ ହେଉ ହେଉ ମୁଣ୍ଡଭାର ତାକୁ ମୁଣ୍ଡାଇବାକୁ ପଢ଼ୁଛି। ରାଜ୍ୟ ସରକାର ଏମିତି ତଥ୍ୟ ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର ଥିଲା ୭୯,୮୬୬.୦୮ କୋଟି ଟଙ୍କା। ଅର୍ଥାତ୍‌ ସରକାରଙ୍କ ହିସାବ ଅନୁଯାୟୀ ଏହା ମୁଣ୍ଡ ପିଛା ୧୭ ହଜାର ଟଙ୍କାରୁ ଅଧିକ ବୋଲି ଜଣାପଡିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୩,୫୮୪ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ୪,୭୦୭ କୋଟି ଟଙ୍କା ଶୁଝିବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି। ସେହି ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ପୂର୍ବ ଋଣ ସହ ୧୮,୮୭୭ କୋଟି ଟଙ୍କା ଯୋଡ଼ି ହୋଇଯିବ। ସୋମବାର କେନ୍ଦୁଝର ବିଧାୟକ ମୋହନ ମାଝୀ ପଚାରିଥିବା ଏକ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଋଣ ଆହରଣ ସୀମା ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୩ ପ୍ରତିଶତ ହେବ। ଏନେଇ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ କରିଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ୨୦୦୫-୦୬ଠାରୁ କ୍ରମାଗତଭାବେ ପ୍ରତ୍ୟେକ ବର୍ଷ ରାଜସ୍ବ ବଳକା ସୃଷ୍ଟି କରିଆସୁଛନ୍ତି। ତେଣୁ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ କରାଯାଉଛି। ୨୦୧୭-୧୮ରେ ସରକାର ୧୪,୪୧୯. ୪୧ କୋଟି ଟଙ୍କା ଋଣ କରିଥିବା ବେଳେ ୨୫,୬୭୪.୧୮ ପୁଞ୍ଜି ଖର୍ଚ୍ଚ କରିଥିଲେ। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୯,୯୩୬.୩୦ ହଜାର କୋଟି ଟଙ୍କା ଋଣ କରିଥିବା ବେଳେ ୨୮,୭୮୯.୧୩ ପୁଞ୍ଜି ଖର୍ଚ୍ଚ କରିଛନ୍ତି।
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୩୧ ମାର୍ଚ୍ଚ ୨୦୧୯ ଶେଷସୁଦ୍ଧା କେନ୍ଦ୍ର ସରକାରଙ୍କ ଠାରୁ ୭୮୩୬.୫୪ କୋଟି ଟଙ୍କା, ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୯୧୭୨.୯୯ କୋଟି ଟଙ୍କା, ଖୋଲା ବଜାରରୁ ୨୮,୦୩୦.୯୦ କୋଟି, ଭାରତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ୧୩୦୯୨.୨୯ କୋଟି, ଜୀବନ ବୀମା ନିଗମରୁ ୦.୪୭ କୋଟି, ସାଧାରଣ ବୀମା ନିଗମରୁ ୬.୩୬ କୋଟି, ଜାତୀୟ ସମବାୟ ଉନ୍ନୟନ ନିଗମରୁ ୭.୩୦ କୋଟି, ଗ୍ରାମ୍ୟ ବିଦ୍ୟୁତ୍‌କରଣ ନିଗମ ଓ ଅନ୍ୟାନ୍ୟରୁ ୧୧୦.୭୧ କୋଟି, ଭବିଷ୍ୟନିଧି ପାଣ୍ଠିରୁ ୨୧,୬୦୮.୫୨ କୋଟି ଟଙ୍କା ଋଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri