ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା: ୩ ବର୍ଷରେ ୧୩୨୮ ନାବାଳିକା ନିଖୋଜ, ବଢ଼ୁଛି ନାବାଳିକା ବଳାତ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ ନାବାଳିକା ଓ ମହିଳା ବଳାତ୍କାର ବୃଦ୍ଧି ପାଇଛି। ଦେଶରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ ୭ଜଣ ମହିଳା ଓ ୬ଜଣ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି। ଅପରାଧୀଙ୍କର ପୋଲିସକୁ ଡ଼ର ନାହିଁ। ଅପରାଧୀଙ୍କୁ ଦଣ୍ଡିତ କରାଯାଉ ନ ଥିବାରୁ ବଳାତ୍କାର ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସ ଉପରେ ଲୋକଙ୍କର ଭରସା ନାହିଁ। ଆଦିବାସୀ, ନିରୀହ ଲୋକମାନେ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି। ସରକାର କହୁଛନ୍ତି ସବୁ ଠିକ୍‌ ଅଛି। ସରକାରୀ ଦଳର ହାତବାରିଶି ସାଜିଛି ପୋଲିସ। ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ନ ଆସିଲେ ଆଗାମୀ ଦିନରେ ଲ ଆଣ୍ଡ ଅର୍ଡର ପରିସ୍ଥିତି ସୃଷ୍ଟି ହେବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି। ନାବାଳିକା ବଳାତ୍କାର, ଶିଶୁ ନିର୍ଯାତନା ଏବଂ ଆଇନଶୃଙ୍ଖଳାକୁ ନେଇ ସୋମବାର, ମଙ୍ଗଳବାର ଦୁଇ ଦିନ ଧରି ବିରୋଧୀମାନେ ଗୃହକୁ ଅଚଳ କରିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ସରକାର ବାଧ୍ୟ ହୋଇଥିଲେ। ବୁଧବାର ଶୂନ୍ୟକାଳ ପରେ ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ନାବାଳିକା ବଳାତ୍କାର ନେଇ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଘମାଘୋଟ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ରଖିବା ଲାଗି ରାଜ୍ୟବାସୀ ୫ଥର ସ୍ଥିର ସରକାର ଦେଇଛନ୍ତି। କିନ୍ତୁ ଏହାର ପରିଣାମ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଦୁର୍ଗମ ଅଞ୍ଚଳ କଥା ଦୂରେ ଥାଉ, ଖୋଦ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଉଛି। ପୋଲିସ ରାଜନେତାଙ୍କ ଚାଟୁକାର ସାଜିଛି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ହେଲେ କିମ୍ବା ନିଜର ଦାବି ଲାଗି କୃଷକମାନେ ରାଜପଥକୁ ଓହ୍ଲାଇଲେ ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଯାଉଛି। ଏପରିକି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଛି। ଏହା ରାଜ୍ୟ ପାଇଁ କେବେ ବି ଶୁଭଙ୍କର ନୁହେଁ। ପୋଲିସକୁ ଚୋର ଡକାୟତଙ୍କ ଡର ନାହିଁ। ମାହାଙ୍ଗାରେ ଜଣେ ସରପଞ୍ଚଙ୍କୁ ମାରି ଦିଆଗଲା। ଯିଏ ମଲେ ତାଙ୍କ ନାମରେ ମାମଲା କରାଯାଉଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ଓ ଜିଲାସ୍ତରରେ ଏକ କମ୍ପ୍ଲେନ୍‌ ଅଥରିଟି ରହିବା କଥା। ୩ ବର୍ଷରେ ୧୩୨୮ଜଣ ଝିଅ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୨ରୁ ୧୪ ବର୍ଷ ଝିଅଙ୍କୁ ଚୋରା ଚାଲାଣ କରାଯାଉଛି ଏବଂ ବିିଭିନ୍ନ ଅସଦକାର୍ଯ୍ୟରେ ଲଗାଯାଉଛି। ରାଜ୍ୟରେ ବଳାତ୍କାର, ହତ୍ୟା ଏବଂ ପକେଟମାର ଘଟଣା ବଢ଼ିଛି। ସରକାର ନିଜେ ବଞ୍ଚିବା ନ୍ୟାୟରେ ଚାଲିଛନ୍ତି। ବିଜେଡି ନିଜର କ୍ଷମତାକୁ ଅପବ୍ୟବହାର କରୁଛି ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri