ରାଜ୍ୟରୁ ଉଭେଇଲାଣି ଝୋଟ: ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡୁଛନ୍ତି ଚାଷୀ

ଭୁବନେଶ୍ୱର,୨୫।୮: ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା। ବିଶେଷକରି ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ କରିଥିଲା। ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି। ଫଳରେ ରାଜ୍ୟରୁ ଝୋଟଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି।

ଝୋଟ ପରିବେଶ ଅନୁକୂଳ ହୋଇଥିବାରୁ ଏଥିରୁ କାର୍ପେଟ, ଅଖା, ବ୍ୟାଗ, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ। ସେହିପରି କାଉଁରିଆ କାଠିକୁ ମଧ୍ୟ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଏ। ଜାତିସଂଘ ମଧ୍ୟ ପ୍ଲାଷ୍ଟିକ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାଏ। ହେଲେ ବଜାର ସୁବିଧା ଏବଂ ପ୍ରୋତ୍ସାହନ ଅଭାବରୁ ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଏବେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ବଢାଇବା ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ଅର୍ଥକରୀ ଫସଲ ପାଇଁ ବଜେଟରେ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଝୋଟ ଚାଷ କମୁଥିବା ବିଷୟକୁ ମଧ୍ୟ ସରକାର ସ୍ବୀକାର କରିଛନ୍ତି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଝୋଟ ଚାଷ କମି କମି ଯାଉଛି। ୧୯୭୦ରୁ ୧୯୯୫ ଯାଏ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ନଳିତ ଚାଷ ହେଉଥିଲା। ୨୦୦୦ ପରଠାରୁ ଏହି ଚାଷ ଧୀରେ ଧୀରେ ସୀମିତ ହେବାରେ ଲାଗିଛି। ୨୦୧୪-୧୫ରେ ରାଜ୍ୟରେ ୭.୫୬ ଲକ୍ଷ ହେକ୍ଟର ଜମିରେ ଝୋଟ ଚାଷ ହେଉଥିବା ବେଳେ ୨୦୧୫-୧୬ରେ ଏହା ୫.୬୩, ୨୦୧୬-୧୭ରେ ୩.୮୮, ୨୦୧୭-୧୮ରେ ୪.୩୭ ଏବଂ ୨୦୧୮-୧୯ରେ ୩.୯୯ ଲକ୍ଷ ହେକ୍ଟରକୁ ଖସିଆସିଛି। ଉତ୍ପାଦନ ମଧ୍ୟ ଖସି ଯାଇଛି। ୨୦୧୪-୧୫ରେ ରାଜ୍ୟରେ ୮୬.୩୧ ହଜାର ଝୋଟ ଗାଣ୍ଠି( ଗୋଟିଏ ଗାଣ୍ଠି ୧୮୦ କେ.ଜି) ଉତ୍ପାଦନ ହେଉଥିବା ବେଳେ ୨୦୧୫-୧୬ରେ ୬୨.୮୯, ୨୦୧୬-୧୭ରେ ୪୪.୮୪, ୨୦୧୭-୧୮ରେ ୬୦.୫୭ ଏବଂ ୨୦୧୮-୧୯ରେ ୪୮.୯୪ ହଜାର ଗାଣ୍ଠି ଝୋଟ ଉତ୍ପାଦନ ହୋଇଛି। ଏହି ଚାଷ ପାଇଁ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହାନ୍ତି। ପଲିଥିନ ଓ ପ୍ଲାଷ୍ଟିକ୍‌ ନିଷେଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ଝୋଟର ଚାହିଦା ବଢିବାରେ ଲାଗିଛି। ଝୋଟ ଚାଷକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ-ଅର୍ଥକରୀ ଫସଲ ମାଧ୍ୟମରେ ଚାଷୀଙ୍କୁ ଉନ୍ନତମାନର ଝୋଟ ଚାଷ ପାଇଁ ୨୦ ହଜାର ଟଙ୍କାର, ଆଗଧାଡ଼ି ଚାଷୀ ପାଇଁ ହେକ୍ଟର ପିଛା ୯ହଜାର, ପ୍ରାମାଣିକ ବିହନ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରିହାତି ଦେବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଘାସ ବାଛିବା ଯନ୍ତ୍ର ପାଇଁ ୧୦୦୦ଟଙ୍କା କିମ୍ବା ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ବ୍ଲକ ସ୍ତରରେ ପ୍ରତି ୩୦ଜଣ ଚାଷୀଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହନ ଯୋଗାଇବାକୁ ସେପରି କୌଣସି ବ୍ୟବସ୍ଥା କରିନାହାନ୍ତି। କେବଳ କେନ୍ଦ୍ର ଯୋଜନାରେ ଆସୁଥିବା କିଛି ଅର୍ଥ ସହାୟତା ଆକାରରେ ଯୋଗାଇ ଦେଉଛନ୍ତି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲା କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦିରେ ପ୍ରବଳ ମାତ୍ରାରେ ଝୋଟ ଚାଷ ହେଉଥିଲା। କିଛିବର୍ଷ ହେବ ଏହି ସବୁ ଜିଲାରୁ ନଳିତା ଚାଷ ଉଭାନ ହୋଇଗଲାଣି। ଝୋଟର ଚାହିଦା ବଢୁଥିବାରୁ ଏହି ଅର୍ଥକରୀ ଫସଲକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ କୃଷି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଝୋଟଚାଷ ହେଉଥିବା ଜମିକୁ ଅନ୍ୟ ଫସଲରେ ପରିବର୍ତ୍ତନ କରିବା ଯୋଗୁ ଏହି ଫସଲ ଅସ୍ତିତ୍ୱ ମଧ୍ୟ ହଜିବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ମଧ୍ୟ ଝୋଟ ଉତ୍ପାଦନ କମିଛି। କେନ୍ଦ୍ର ଅର୍ଥନୈତିକ ପରିଂସଖ୍ୟାନ ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ ୨୦୧୪-୧୫ରେ ଦେଶରେ ୧୧୫ ଲକ୍ଷ ଝୋଟ ଗାଣ୍ଠି ଉତ୍ପାଦନ ହେଉଥିବା ବେଳେ ୨୦୧୫-୧୬କୁ ଏହା ୧୦୮ ଲକ୍ଷ ଗାଣ୍ଠିକୁ ଖସି ଯାଇଛି। ଓଡ଼ିଶାର ଜଳବାୟୁ ଝୋଟ ଚାଷ ପାଇଁ ଅନୁକୂଳ ଥିବାରୁ ଆନ୍ତର୍ଜାତିକ ଚାହିଦା ପୂରଣ ପାଇଁ ରାଜ୍ୟରେ ଝୋଟ ଚାଷକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଝୋଟର ଚାହିଦା କମିଯିବାରୁ ନଳିତା ଚାଷ ରାଜ୍ୟରେ ହ୍ରାସ ପାଇଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହ ସ୍ଥାୟୀ ବଜାର ସୁବିଧା ଯୋଗାଇ ପାରିଲେ ଝୋଟ ଚାଷ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଥିବାରୁ ଝୋଟ ଭଳି ପ୍ରାକୃତିକ ତନ୍ତୁର ବ୍ୟବହାର ପୁଣି ବୃଦ୍ଧି ପାଇଛି । ଝୋଟ ଓ ଅନ୍ୟାନ୍ୟ ତନ୍ତୁକୁ ମିଶାଇ ଶାଢି ତିଆରି କରାଯାଉଛି। ସରକାର ଏଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ଦରକାର ବୋଲି ସେ କହିଛନ୍ତି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri