ରାଜ୍ୟରୁ ଉଭେଇଲାଣି ଝୋଟ: ପ୍ରୋତ୍ସାହନ ଅଭାବରୁ ମୁହଁ ମୋଡୁଛନ୍ତି ଚାଷୀ

ଭୁବନେଶ୍ୱର,୨୫।୮: ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଥିଲା ଓଡ଼ିଶା। ବିଶେଷକରି ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ କରିଥିଲା। ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି। ଫଳରେ ରାଜ୍ୟରୁ ଝୋଟଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି।

ଝୋଟ ପରିବେଶ ଅନୁକୂଳ ହୋଇଥିବାରୁ ଏଥିରୁ କାର୍ପେଟ, ଅଖା, ବ୍ୟାଗ, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ। ସେହିପରି କାଉଁରିଆ କାଠିକୁ ମଧ୍ୟ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଏ। ଜାତିସଂଘ ମଧ୍ୟ ପ୍ଲାଷ୍ଟିକ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାଏ। ହେଲେ ବଜାର ସୁବିଧା ଏବଂ ପ୍ରୋତ୍ସାହନ ଅଭାବରୁ ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଏବେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ବଢାଇବା ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ଅର୍ଥକରୀ ଫସଲ ପାଇଁ ବଜେଟରେ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଝୋଟ ଚାଷ କମୁଥିବା ବିଷୟକୁ ମଧ୍ୟ ସରକାର ସ୍ବୀକାର କରିଛନ୍ତି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଝୋଟ ଚାଷ କମି କମି ଯାଉଛି। ୧୯୭୦ରୁ ୧୯୯୫ ଯାଏ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ନଳିତ ଚାଷ ହେଉଥିଲା। ୨୦୦୦ ପରଠାରୁ ଏହି ଚାଷ ଧୀରେ ଧୀରେ ସୀମିତ ହେବାରେ ଲାଗିଛି। ୨୦୧୪-୧୫ରେ ରାଜ୍ୟରେ ୭.୫୬ ଲକ୍ଷ ହେକ୍ଟର ଜମିରେ ଝୋଟ ଚାଷ ହେଉଥିବା ବେଳେ ୨୦୧୫-୧୬ରେ ଏହା ୫.୬୩, ୨୦୧୬-୧୭ରେ ୩.୮୮, ୨୦୧୭-୧୮ରେ ୪.୩୭ ଏବଂ ୨୦୧୮-୧୯ରେ ୩.୯୯ ଲକ୍ଷ ହେକ୍ଟରକୁ ଖସିଆସିଛି। ଉତ୍ପାଦନ ମଧ୍ୟ ଖସି ଯାଇଛି। ୨୦୧୪-୧୫ରେ ରାଜ୍ୟରେ ୮୬.୩୧ ହଜାର ଝୋଟ ଗାଣ୍ଠି( ଗୋଟିଏ ଗାଣ୍ଠି ୧୮୦ କେ.ଜି) ଉତ୍ପାଦନ ହେଉଥିବା ବେଳେ ୨୦୧୫-୧୬ରେ ୬୨.୮୯, ୨୦୧୬-୧୭ରେ ୪୪.୮୪, ୨୦୧୭-୧୮ରେ ୬୦.୫୭ ଏବଂ ୨୦୧୮-୧୯ରେ ୪୮.୯୪ ହଜାର ଗାଣ୍ଠି ଝୋଟ ଉତ୍ପାଦନ ହୋଇଛି। ଏହି ଚାଷ ପାଇଁ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହାନ୍ତି। ପଲିଥିନ ଓ ପ୍ଲାଷ୍ଟିକ୍‌ ନିଷେଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ଝୋଟର ଚାହିଦା ବଢିବାରେ ଲାଗିଛି। ଝୋଟ ଚାଷକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ-ଅର୍ଥକରୀ ଫସଲ ମାଧ୍ୟମରେ ଚାଷୀଙ୍କୁ ଉନ୍ନତମାନର ଝୋଟ ଚାଷ ପାଇଁ ୨୦ ହଜାର ଟଙ୍କାର, ଆଗଧାଡ଼ି ଚାଷୀ ପାଇଁ ହେକ୍ଟର ପିଛା ୯ହଜାର, ପ୍ରାମାଣିକ ବିହନ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରିହାତି ଦେବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଘାସ ବାଛିବା ଯନ୍ତ୍ର ପାଇଁ ୧୦୦୦ଟଙ୍କା କିମ୍ବା ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ବ୍ଲକ ସ୍ତରରେ ପ୍ରତି ୩୦ଜଣ ଚାଷୀଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହନ ଯୋଗାଇବାକୁ ସେପରି କୌଣସି ବ୍ୟବସ୍ଥା କରିନାହାନ୍ତି। କେବଳ କେନ୍ଦ୍ର ଯୋଜନାରେ ଆସୁଥିବା କିଛି ଅର୍ଥ ସହାୟତା ଆକାରରେ ଯୋଗାଇ ଦେଉଛନ୍ତି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲା କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦିରେ ପ୍ରବଳ ମାତ୍ରାରେ ଝୋଟ ଚାଷ ହେଉଥିଲା। କିଛିବର୍ଷ ହେବ ଏହି ସବୁ ଜିଲାରୁ ନଳିତା ଚାଷ ଉଭାନ ହୋଇଗଲାଣି। ଝୋଟର ଚାହିଦା ବଢୁଥିବାରୁ ଏହି ଅର୍ଥକରୀ ଫସଲକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ କୃଷି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଝୋଟଚାଷ ହେଉଥିବା ଜମିକୁ ଅନ୍ୟ ଫସଲରେ ପରିବର୍ତ୍ତନ କରିବା ଯୋଗୁ ଏହି ଫସଲ ଅସ୍ତିତ୍ୱ ମଧ୍ୟ ହଜିବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ମଧ୍ୟ ଝୋଟ ଉତ୍ପାଦନ କମିଛି। କେନ୍ଦ୍ର ଅର୍ଥନୈତିକ ପରିଂସଖ୍ୟାନ ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ ୨୦୧୪-୧୫ରେ ଦେଶରେ ୧୧୫ ଲକ୍ଷ ଝୋଟ ଗାଣ୍ଠି ଉତ୍ପାଦନ ହେଉଥିବା ବେଳେ ୨୦୧୫-୧୬କୁ ଏହା ୧୦୮ ଲକ୍ଷ ଗାଣ୍ଠିକୁ ଖସି ଯାଇଛି। ଓଡ଼ିଶାର ଜଳବାୟୁ ଝୋଟ ଚାଷ ପାଇଁ ଅନୁକୂଳ ଥିବାରୁ ଆନ୍ତର୍ଜାତିକ ଚାହିଦା ପୂରଣ ପାଇଁ ରାଜ୍ୟରେ ଝୋଟ ଚାଷକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଝୋଟର ଚାହିଦା କମିଯିବାରୁ ନଳିତା ଚାଷ ରାଜ୍ୟରେ ହ୍ରାସ ପାଇଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହ ସ୍ଥାୟୀ ବଜାର ସୁବିଧା ଯୋଗାଇ ପାରିଲେ ଝୋଟ ଚାଷ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଥିବାରୁ ଝୋଟ ଭଳି ପ୍ରାକୃତିକ ତନ୍ତୁର ବ୍ୟବହାର ପୁଣି ବୃଦ୍ଧି ପାଇଛି । ଝୋଟ ଓ ଅନ୍ୟାନ୍ୟ ତନ୍ତୁକୁ ମିଶାଇ ଶାଢି ତିଆରି କରାଯାଉଛି। ସରକାର ଏଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ଦରକାର ବୋଲି ସେ କହିଛନ୍ତି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri