ରାଜ୍ୟ ଭାଜପାର ନିର୍ବାଚନୀ ସମୀକ୍ଷା

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିପାରିଛି। ଦଳ ରାଜ୍ୟରେ ସରକାର ଗଠନ କରିବାର ଯେଉଁ ଦମ୍ଭୋକ୍ତି ଦେଖାଇଥିଲା, ସେଥିରେ ବିଫଳ ହୋଇଛି। ପ୍ରଥମଥର ବିରୋଧୀ ଦଳ ମାନ୍ୟତା ପାଇବାରେ ସକ୍ଷମ ହୋଇଛି। ଲୋକ ସଭା କ୍ଷେତ୍ରରେ ମଧ୍ୟ ଭାଜପା ୮ଟି ଆସନରେ ବିଜୟୀ ହୋଇଛି। ଓଡିଶାର ଦୁଇ ନେତାଙ୍କୁ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଶନିବାର ଓଡିଶା ଫେରିଛନ୍ତି। ଦୁଇ ନେତାଙ୍କ ସହ ବିଜୟୀ ହୋଇଥିବା ଅନ୍ୟ ଏମ୍‌ପି ଏବଂ ବିଧାୟକମାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ରବିବାର ସବୁ ବରିଷ୍ଠ ନେତାମାନେ ବସି ଦଳର ନିର୍ବାଚନ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳର ୧୨୦ ମିଶନ୍‌ ବିଫଳ ହେବାନେଇ ଭାଜପା ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଖସଡା ପ୍ରସ୍ତୁତ କରିଛି। ଏଥିପାଇଁ ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ଦିଆଯାଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦଳର କୋର୍‌ କମିଟି ବୈଠକ ବସିଥିଲା। ବରିଷ୍ଠ ନେତା ତଥା କୋର୍‌ କମିଟି ସଦସ୍ୟମାନେ ବସି ଦଳର ନିର୍ବାଚନ ଫଳ ସମ୍ପର୍କିତ ଆଲୋଚନା ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହ ଆଗକୁ ହେବାକୁ ଥିବା ପାଟକୁରା ନିର୍ବାଚନ ଏବଂ ବିଜେପୁର ଉପନିର୍ବାଚନ ନେଇ ଆଲୋଚନା ହୋଇଛି। ଏହି ଦୁଇ ଆସନରେ କେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ସରିଛି। ଖୁବ୍‌ଶୀଘ୍ର ଏହି ଦୁଇ ଆସନ ଲାଗି ବହୁ ନେତାଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯିବ ବୋଲି ଜଣାପଡିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ରାଜ୍ୟ ପଦାଧିକାରୀ ଏବଂ ଜିଲା ସଭାପତିମାନଙ୍କ ସହ ବୈଠକ ବସିଥିଲା। ବୈଠକରେ ୧୨୦ ମିଶନ କାହିଁକି ବିଫଳ ହେଲା ତା’ ଉପରେ ଆଲୋଚନା ହୋଇଛି। ଦଳ ୮ଟି ଲୋକ ସଭା ଆସନରେ ସଫଳତା ପାଇଥିବା ବେଳେ ନିଶ୍ଚୟ ଜିତିବା ସମ୍ଭାବନା ଥିବା କେତୋଟି ଆସନରେ କାହିଁକି ଖରାପ ପ୍ରଦର୍ଶନ ହେଲା ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଏଥିପାଇଁ ଦଳ ପକ୍ଷରୁ ଦୁଇଟି ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି। ଦଳର ରାଜ୍ୟ ନେତାମାନଙ୍କ ମଧ୍ୟରୁ ପ୍ରତି ଲୋକ ସଭା କ୍ଷେତ୍ର ପାଇଁ ଦୁଇଜଣ ନେତାଙ୍କୁ ଦାୟିତ୍ୱ ବଣ୍ଟାଯିବ। ସେମାନେ ଆସନ୍ତା ୧୬ ଏବଂ ୧୭ ତାରିଖରେ ପ୍ରତି ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ଗସ୍ତ କରିବେ। ସେଠାରେ ଦଳର ପ୍ରଦର୍ଶନ ସମ୍ପର୍କିତ ରିପୋର୍ଟ ସଂଗ୍ରହ କରିବେ। ଯେଉଁସବୁ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରାର୍ଥୀଙ୍କ ବିରୋଧରେ କାମ କରିଥିବାର ତଥ୍ୟ ମିଳିବ ତା’ର ମଧ୍ୟ ସମୀକ୍ଷା କରିବେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
ଯେଉଁ ନେତାଙ୍କୁ ଦାୟିତ୍ୱ ମିଳିଛି ସେମାନେ ରିପୋର୍ଟ ସଂଗ୍ରହ କରି କୋର୍‌ କମିଟିରେ ଦାଖଲ କରିବେ। ପୁନର୍ବାର କୋର୍‌ କମିଟି ବୈଠକ ବସି ସେହି ରିପୋର୍ଟ ଉପରେ ଆଲୋଚନା କରାଯିବ। ଏହାପରେ ଦଳ ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri