ରାଜେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, ୨୪।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳମଣୀ ବାଗଙ୍କୁ ପୋଲିସ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଗତ ଦେସିଲର ଉଜ୍ଜ୍ୱଳମଣୀଙ୍କର ମୃତକଙ୍କ ପରିବାର ସହ ୨୦୦୭ରୁ ସମ୍ପର୍କ ରହିଥିଲା। ହେଲେ ପରେ ଉଜ୍ଜ୍ୱଳମଣୀଙ୍କ ତାଙ୍କ ଘରକୁ ଯିବା ଆସିବା ନେଇ ରାଜେନ୍ଦ୍ର ବିରୋଧ କରୁଥିଲେ। ଏହାକୁ ନେଇ ବହୁ ସମୟରେ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଥିଲା। ଗତ ୧୯ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଘଣ୍ଟବାହାଲି ଗ୍ରାମ ନିକଟସ୍ଥ ବନ୍ଧ ପାଖରେ ଥିଲେ। ସେହି ରାସ୍ତାଦେଇ ଅପରାହ୍ନ ପ୍ରାୟ ୪ଟାରେ ରାଜେନ୍ଦ୍ର ଏକ ବାଇକରେ ଯିବା ବେଳେ ଉଜ୍ଜ୍ୱଳମଣୀ ତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରୁ ଉଭୟେ ଗଁାପାଖ ଏକ ବ୍ରିଜ ପାଖକୁ ଯାଇ ମଦ ପିଇଥିଲେ। ଏହି ସମୟରେ ସେମାନଙ୍କ ସହ ସେଠାରେ ଉଜ୍ଜ୍ୱଳମଣୀଙ୍କର ଜଣେ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ମଦ ପିଇବା ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଜ୍ଜ୍ୱଳମଣୀ ଏକ ଗାମୁଛାରେ ରାଜେନ୍ଦ୍ରଙ୍କ ବେକକୁ ଚିପି ମାରି ଦେଇଥିଲେ। ପରେ ବାଇକ ଓ ମୃତଦେହକୁ ଘଟଣାସ୍ଥଳରୁ ଆଣି ରାସ୍ତାକଡ ଜମିକୁ ଫିଙ୍ଗି ଦେଇଥିଲେ। ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ବାଇକକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପୋଲିସ ଅନୁସନ୍ଧାନରେ ସମସ୍ତ ତଥ୍ୟ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା, ପଥର, ଖାଲି ଥିବା ମଦ ପାଉଚ ଜରି, କୋଲ୍ଡଡ୍ରିଙ୍କ ବୋତଲ ଆଦି ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ପୋଲିସ ଦଫା ୩୦୨, ୩୪ରେ ଏକ ମାମଲା(ନଂ. ୧୧୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତକଙ୍କ ସ୍ତ୍ରୀଙ୍କୁ ହତ୍ୟା ସମ୍ପର୍କରେ ପୋଲିସ ପଚରାଉଚରା କରିଥିଲା। ତାଙ୍କ ବୟାନରେ ତାଳମେଳ ନ ଥିବା ଉପଲବ୍ଧି କରି ପୋଲିସ ତାଙ୍କୁ ସନ୍ଦେହ ପରିସରକୁ ଆଣିଥିଲା। ପରେ ତାଙ୍କ ମୋବାଇଲ ଫୋନ କଲ ରେକର୍ଡକୁ ଯାଞ୍ଚ କରାଯାଇଥିଲା। ହତ୍ୟା ପୂର୍ବରୁ ଓ ପରେ ଉଜ୍ଜ୍ୱଳମଣୀଙ୍କ ସହ ସେ ଏକାଧିକ ଥର କଥା ହୋଇଥିବା ଯାଞ୍ଚରୁ ଜଣାପଡିଥିଲା। ଏହି ତଥ୍ୟ ପାଇବା ପରେ ପୋଲିସ ଉଜ୍ଜ୍ୱଳମଣୀଙ୍କୁ ସୋମବାର ସକାଳେ ତାଙ୍କ ଗଁା ଦେସିଲରୁ ଧରିଥିଲା। ତାଙ୍କୁ ଜେରା ବେଳେ ସେ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ହତ୍ୟାକାଣ୍ଡରେ ମୃତକଙ୍କ ସ୍ତ୍ରୀ ଏବଂ ମଦ ପିଇବା ସମୟରେ ଉପସ୍ଥିତ ଫେରାର ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମୋହିନି ମଲ୍ଲିକ, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସକାଳେ ରାଜେନ୍ଦ୍ରଙ୍କ ମୃତଦେହ ଘଣ୍ଟବାହାଲି ନିକଟ ବାଗଡେର ଗଁା ପାଖ ରାସ୍ତାକଡରେ ପଡିଥିବା ଦେଖି ଲୋକେ ପୋଲିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର,୩।୧: ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ...

ଘରୁ ଔଷଧ ଆଣିବାକୁ ବୁଲେଟ୍‌ରେ ବାହାରିଥିଲେ ୨ ଭାଇ, ବୁଲାଣିରେ କାର ସହ ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ..

ଜି.ଉଦୟଗିରି,୩।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଓ ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବୁଲେଟ...

ତୈମୂର କ୍ଷେପଣାସ୍ତ୍ର ପରୀକ୍ଷାକଲା ପାକିସ୍ତାନ: ଜାଣନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା…

ଇସ୍‌ଲାମାବାଦ,୩ା୧: ପାକିସ୍ତାନ ବାୟୁସେନା ଶନିବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।...

୧୨୭ ବର୍ଷ ପରେ ଭାରତ ଫେରିଲା ପିପରହଓ୍ବା ବୁଦ୍ଧ ରତ୍ନ

ନୂଆଦିଲ୍ଲୀ,୩ା୧: ଭଗବାନ ବୁଦ୍ଧ ପ୍ରଦାନ କରିଥିବା ଜ୍ଞାନ ଓ ଦେଖାଇଯାଇଥିବା ମାର୍ଗ ସମସ୍ତ ମାନବଜାତିର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ବୁଦ୍ଧଙ୍କ ପବିତ୍ର...

ଚାଳକଙ୍କୁ ଦୁର୍ବ୍ୟବହାର କରି ବସ୍‌ ଭଙ୍ଗାରୁଜା

ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର): ରାଜ୍ୟ ପରିବହନ ନିଗମର ଏକ ସରକାରୀ ଯାତ୍ରୀବାହୀ ବସ୍‌କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ହୋଟେଲ ରୁମ୍‌ରେ ଚାଲିଥିଲା ଜୁଆଖେଳ: ଚଢ଼ାଉ କଲା ପୋଲିସ, ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ୯ ଅଟକ…

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୯ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ...

ଦାରିଙ୍ଗବାଡ଼ିରେ ବଢୁଛି ଫେରିବାଲାଙ୍କ ଉପଦ୍ରବ: ଦିନରେ ବେପାର, ସନ୍ଧ୍ୟାରେ ଲୁଟ୍‌ ପାଇଁ ଯୋଜନା…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ବୁଲା ବିକାଳୀ। ସେମାନଙ୍କ ଗତିବିଧି ଉପରେ ପୋଲିସର ନଜର ପଡୁ ନ...

ଭଲିବଲ ଟୁର୍ନାମେଣ୍ଟ: ଫାଇନାଲରେ ପହଞ୍ଚିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି, ୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡ଼ିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟର ୬ଷ୍ଠ ଦିବସ ଶନିବାର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri