ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅବକାରୀ ବିଭାଗର ବ୍ୟୟ ବରାଦ ବିଲ୍‌କୁ ମଞ୍ଜୁରୀ ମିଳିଛି। ଆର୍ଥିକ ବର୍ଷ ୨୦୧୯-୨୦ ବଜେଟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସର୍ବମୋଟ ୧୧୫୮ କୋଟି ୯୩ଲକ୍ଷ ୩୧ ହଜାର ଟଙ୍କାର ବ୍ୟୟବରାଦ ବିଲ୍‌କୁ ମଞ୍ଜୁରୀ ମିଳିଛି। ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ବିଭିନ୍ନ କାର୍ଯ୍ୟାଳୟ ପ୍ରତିଷ୍ଠାନର ପ୍ରଶାସନିକ ବ୍ୟୟ ବାବଦରେ ୧୦୧୨କୋଟି ୩୨ଲକ୍ଷ ୨୬ହଜାର ଟଙ୍କା ବରାଦ କରାଯାଇଛି। ଏହାସହ କାର୍ଯ୍ୟକ୍ରମ ବାବଦରେ ମୋଟ ୧୪୬,୬୧.୦୫ କୋଟି ଟଙ୍କା ଖର୍ଚ୍ଚ ବରାଦ କରାଯାଇଛି। ଏହି ବିଭାଗ ଅଧୀନ ନୂତନ କୋଠାବାଡି ନିର୍ମାଣ, ରାଜସ୍ବ କାର୍ଯ୍ୟାଳୟ ଗୁଡିକର ଭିତ୍ତିଭୂମିର ସୁଦୃଢୀକରଣ, ସରକାରୀ ଜମିର ସୁରକ୍ଷା ଆଦି ବିଭିନ୍ନ ପରିକଳ୍ପନା କାର୍ଯ୍ୟାନ୍ବୟନ କରିବା ପାଇଁ ବଜେଟରେ ସମୁଦାୟ ୧୪୬କୋଟି ୬୧ଲକ୍ଷ ୦୫ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କୁ ମୂଳମନ୍ତ୍ରଭାବେ ଗ୍ରହଣ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ସମସ୍ତ ବିଭାଗ ତରଫରୁ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବିଧାୟକମାନେ ଉଠାଇଥିବା ପ୍ରସଙ୍ଗରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ୪୧୧୬ ପଡାଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାରଙ୍କ ବିଚାରାଧୀନ ରହିଛି। ସମସ୍ତ ତହସିଲରେ ଅନଲାଇନ ଦାଖଲ ଏବଂ ଖାରଜ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି। ଖାରଜ ହେଉଥିବା ମାମଲାଗୁଡିକର ଫଇସଲା ପରେ ଆବେଦନକାରୀଙ୍କ ନିକଟକୁ ଡାକ ମାଧ୍ୟମରେ ପଟ୍ଟା ପଠାଇ ଦିଆଯାଉଛି। ରାଜସ୍ବ ଗ୍ରାମଗୁଡିକରେ ଭ୍ରାମ୍ୟମାଣ ରାଜସ୍ବ ଅଦାଲତ ଶିବିର କରିବା ପାଇଁ ତହସିଲଦାରମାନଙ୍କୁ ପରାମର୍ଶ ଦିଆଯାଇଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ଟୋଲ୍‌ ଫି ନମ୍ବର ଦିଆଯାଇଛି। ବିଭାଗ ଦ୍ୱାରା ଅଣଆବାସିକ ଏବଂ ଆବାସିକ ଗୃହ ନିର୍ମାଣ ପାଇଁ ୧୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୦ କୋଟି ଟଙ୍କା ଯାଜପୁର ଜିଲାରେ ପ୍ରସ୍ତାବିତ ପ୍ରଶାସନ ନଗର ତିଆରି ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ୧୯୯୫ ମସିହା ପୂର୍ବର ଫାଇଲକୁ ଡିଜିଟାଇଜେଶନ କରିବାକୁ ୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜସ୍ବ ରେକର୍ଡ ଗୃହ ପାଇଁ ଆସବାବ ଓ ସଂଲଗ୍ନ ଉପକରଣ ସଂଗ୍ରହ ଏବଂ ଉନ୍ନତୀକରଣ ପାଇଁ ୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜସ୍ବ ଭିତ୍ତିଭୂମିର ସୁଦୃଢ଼ୀକରଣ ଲାଗି ୧୫କୋଟି ୮୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଲଘୁ ଖଣିଜ ଦ୍ରବ୍ୟର ବେଆଇନ କାରବାର ଓ ଚୋରି ରୋକିବା ନିମନ୍ତେ ୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାସହ ଏହି ଲଘୁ ଖଣିଜ ଦ୍ରବ୍ୟର ବେଆଇନ କାରବାର ରୋକିବା ନିମନ୍ତେ ସରକାର ଏକ ନିର୍ଦ୍ଦେଶାଲୟ ପ୍ରତିଷ୍ଠା ପାଇଁ ଚିନ୍ତା କରୁଛନ୍ତି।ରାଜ୍ୟରେ ବାସଗୃହ ନ ଥିବା ୭୧,୭୬୧ ପରିବାର ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୩,୫୨୧ ବାସଗୃହହୀନ ପରିବାରଙ୍କୁ ବାସ ଉପଯୋଗୀ ଜମି ଯୋଗାଇ ଦିଆଯାଇଛି। ଅବଶିଷ୍ଟଙ୍କୁ ଦେବାକୁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri