ରାଜପଥ ମନ୍ତ୍ରଣାଳୟ ‘ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ପ୍ରକାଶିତ: ୨.୩୭ ପ୍ରତିଶତ ମୃତ୍ୟୁ ହାର ବଢ଼ିଛି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ ଜାରି କରାଯାଇଛି। ଏହା ହେଉଛି ମନ୍ତ୍ରଣାଳୟ ଅଧୀନ ପରିବହନ ଗବେଷଣା ଶାଖାର ବାର୍ଷିକ ପ୍ରକାଶନୀ, ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସଠାରୁ ମିଳିଥିବା ତଥ୍ୟ ଆଧାରରେ ଦୁର୍ଘଟଣାରେ ମୃତ ଏବଂ ଆହତଙ୍କ ସଂଖ୍ୟାର ବର୍ଷୱାରି ବିବରଣୀ ଉପଲବ୍ଧ କରାଯାଇଥାଏ। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୮ରେ ଦେଶରେ ସଡ଼କ ଦୁର୍ଘଟଣାରେ ୦.୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୪,୬୪,୯୧୦ଟି ଦୁର୍ଘଟଣା ତୁଳନାରେ ୨୦୧୮ରେ ୪,୬୭,୦୪୪ ସଡ଼କ ଦୁର୍ଘଟଣା ଘଟିଛି। ଏହି ସମୟରେ ମୃତ୍ୟୁ ହାର ମଧ୍ୟ ପାଖାପାଖି ୨.୩୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ରେ ୧,୪୭,୯୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ୧,୫୧,୪୭୧ ଜଣ ମୃତ୍ୟୁମୁଖରେ ପଡିଛନ୍ତି। ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ୦.୩୩ ପ୍ରତିଶତ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୦ ପର୍ଯ୍ୟନ୍ତ ଦୁର୍ଘଟଣା, ମୃତକ ଏବଂ ଆହତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଥିଲା। ଏହା ବ୍ୟତୀତ ୨୦୧୦-୨୦୧୮ ମଧ୍ୟରେ ଦୁର୍ଘଟଣାର ବାର୍ଷିକ ବୃଦ୍ଧି ହାର ମଧ୍ୟ ହ୍ରାସ ଘଟିଛି। ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ସତ୍ତ୍ୱେ ଗତ ଦଶନ୍ଧି ତୁଳନାରେ ଦୁର୍ଘଟଣା କମ ରହିଛି। ସମଗ୍ର ସଡ଼କ ନେଟୱର୍କର ୧.୯୪ ପ୍ରତିଶତ ଅଂଶ ହେଉଛି ଜାତୀୟ ରାଜପଥ। ୨୦୧୮ରେ ଏଥିରେ ସଡ଼କ ଦୁର୍ଘଟଣା ୩୦.୨ ପ୍ରତିଶତ ଏବଂ ମୃତ୍ୟୁର ୩୫.୭ ପ୍ରତିଶତ ଘଟଣା ଘଟିଛି। ସେହିପରି ସଡ଼କ ନେଟୱର୍କର ୨.୯୭ ପ୍ରତିଶତ ଅଂଶ ଅକ୍ତିଆର କରିଥିବା ରାଜ୍ୟ ରାଜପଥ ୨୫.୨ ପ୍ରତିଶତ ଦୁର୍ଘଟଣା ଏବଂ ୨୬.୮ ପ୍ରତିଶତ ମୃତ୍ୟୁର କାରଣ ସାଜିଛି। ଅନ୍ୟାନ୍ୟ ସଡ଼କ ମୋଟ ସଡ଼କ ନେଟୱର୍କର ୯୫.୧ ପ୍ରତିଶତ ସ୍ଥାନ ହାସଲ କରିଥିବା ବେଳେ ଏଥିରେ ଯଥାକ୍ରମେ ୪୫ ପ୍ରତିଶତ ଦୁର୍ଘଟଣା ଏବଂ ୩୮ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଘଟିଛି। ମୋଟ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୮ରୁ ୬୦ ବର୍ଷ ବୟସର କର୍ମଜୀବୀଙ୍କ ସଂଖ୍ୟା ୮୪.୭ ପ୍ରତିଶତ ଥିବା ଜଣାପଡ଼ିଛି। ୨୦୧୮ରେ ହିଟ ଆଣ୍ଡ ରନ ମାମଲାରେ ୧୮.୯ ପ୍ରତିଶତ ମୃତ୍ୟୁ ହୋଇଛି। ୨୦୧୭ରେ ଏହା ୧୭.୫ ପ୍ରତିଶତ ଥିଲା। ୨୦୧୮ରେ ପାଖାପାଖି ୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାମ୍ନାସାମ୍ନି ଏବଂ ପଛରୁ ଗାଡ଼ି ଧକ୍କା ହେବା କାରଣରୁ ହୋଇଛି। ୨୦୧୮ରେ ଏହି ଶ୍ରେଣୀରେ ମୃତକଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୮୬% ପୁରୁଷ ଥିବା ବେଳେ ୧୪% ମହିଳା ଅଛନ୍ତି। ମାନବୀୟ ତ୍ରୁଟି, ସଡ଼କ ପରିସ୍ଥିତି ଏବଂ ବାହନର ସ୍ଥିତି ଆଦି ଯୋଗୁ ଦୁର୍ଘଟଣା ଘଟୁଥିବା ଜଣାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ବର୍ଗରେ, ଦ୍ରୁତ ଗାଡ଼ି ଚାଳନା ଯୋଗୁ ୬୪.୪% ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି। ସେହିପରି ଭୁଲ ରାସ୍ତାରେ ଚଳାଇବା ଯୋଗୁ ୫.୮%, ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ୨.୮% ଦୁର୍ଘଟଣା ଘଟୁଛି। ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁ ୧୩%, ହେଲ୍‌ମେଟ ବ୍ୟବହାର ନ କରିବା ଯୋଗୁ ୨୯% ଏବଂ ସିଟ ବେଲ୍ଟ ବ୍ୟବହାର ନ କରିବା ଯୋଗୁ ୧୬% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଯୋଗୁ ୪୧% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। କ୍ଷମତାଠାରୁ ଅଧିକ ମାଲ ଏବଂ ଯାତ୍ରୀ ପରିବହନ କାରଣରୁ ୧୨% ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି। ୨୦୧୮ରେ ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତ୍ତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଦୁର୍ଘଟଣା ରୋକିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ଓ ବାହନ ପାଇଁ ଶିକ୍ଷା ଏବଂ ଇଞ୍ଜିନିୟରିଂ ଆଧାରିତ ବ୍ୟାପକ ସଡ଼କ ସୁରକ୍ଷା ରଣନୀତି କାର୍ଯ୍ୟକାରୀ କରାଯାଉଛି। ପ୍ରବର୍ତ୍ତନ ଏବଂ ଜରୁରିକାଳୀନ ପଦକ୍ଷେପ ଯଥା ଡ୍ରାଇଭର ତାଲିମ ସ୍କୁଲ ପ୍ରତିଷ୍ଠା, ସଚେତନତା ସୃଷ୍ଟି, ଅଟୋମୋବାଇଲ ସୁରକ୍ଷା ମାନକ ସୁଦୃଢ଼ କରିବା, ସଡ଼କ ଭିତ୍ତିଭୂମି ଉନ୍ନତି, ସଡ଼କ ସୁରକ୍ଷା ଅଡିଟ ଆଦି ଗ୍ରହଣ କରାଯାଉଛି। ବ୍ଲାକ ସ୍ପଟ ଚିହ୍ନଟ କରି ସଂଶୋଧନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏସବୁ ପଦକ୍ଷେପ ଯୋଗୁ ୨୦୧୦-୨୦୧୮ ଅବଧିରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଚଳିତ ବର୍ଷ ମୋଟର ଯାନ ସଂଶୋଧନ ବିଧେୟକ ୨୦୧୯ ଲାଗୁ କରାଯାଇଛି। ଏଥିରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଅଧିକ ଜରିମାନା ଲାଗୁ, ବୈଦ୍ୟୁତିକ ନିରୀକ୍ଷଣ, ନାବାଳକଙ୍କ ଗାଡ଼ି ଚାଳନା ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା, ଗାଡ଼ି ଫିଟନେସ ଓ ଡ୍ରାଇଭିଂ ଟେଷ୍ଟର କମ୍ପ୍ୟୁଟରୀକରଣ ଆଦି ବ୍ୟବସ୍ଥା କରାଯାଇଛି। ଏହା ଗାଡ଼ି ଚାଳକ ଏବଂ ସଡ଼କ ଉପଯୋଗକାରୀଙ୍କୁ ଅଧିକ ସଚେତନ କରିବା ସହିତ ସଡ଼କ ଦୁର୍ଘଟଣା ଏବଂ ଏ ସଂକ୍ରାନ୍ତ ମୃତ୍ୟୁ ମାମଲା ହ୍ରାସ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri