ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି କରି ବିଚାରପତି ଏ.କେ. ମିଶ୍ର ସୋମବାର ଏହି ଆଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ବିବରଣୀରୁ ପ୍ରକାଶ, ଗତ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ୬୦,୮୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ନିହାର ୫୦,୪୧୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଧାୟକ ନାୟକ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଛନ୍ତି ା ସେ ଲାଭଜନକ ବ୍ୟବସାୟରେ ସାମିଲ ଥିବାବେଳେ ଏ ସମ୍ପର୍କରେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ା ସତ୍ୟପାଠ ଏହା ଲୁଚାଇଥିବାରୁ ସେ ଜନ ପ୍ରତିନିଧି ଆଇନର ଉଲଂଘନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଏଲନ ମସ୍କଙ୍କୁ ଜୋରଦାର ଝଟକା: ରୋକିଲା ଭାରତ

ଓ୍ବାଶିଂଟନ୍‌,୧୦।୬: ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଲାଗିଛି। ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri