ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ

ଯାଜପୁର ଅଫିସ,୨୮।୯:  ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଯାଜପୁର ଜିଲାରେ ସାରର ଅଭାବୀ ପରିସ୍ଥିତି ଲାଗି ରହିଛି। ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ ହେଉଛି । ଏପରିକି ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡା ଆଦି ଜିଲାକୁ ବେଆଇନ ଭାବେ ୟୁରିଆ ସାର ଚାଲାଣ ହେଉଥିବା ଅଭିଯୋଗ ହୋଇଛି । କେତେକ ବ୍ୟବସାୟୀ ଏକଥାକୁ ସ୍ବୀକାର କରିଛନ୍ତି । ଏହି ସୁଯୋଗରେ ନକଲି ସାର ବ୍ୟବସାୟୀମାନେ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। କେତେକ ସ୍ଥାନରେ ସରକାରୀ ଦରରୁ କମ୍‌ ମୂଲ୍ୟରେ ସାର ବିକ୍ରି ହେଉଥିବା ଘଟଣା ନଜରକୁ ଆସିବା ପରେ ଚାଷୀଙ୍କ ମନରେ ଏଭଳି ସନ୍ଦେହ ଜାତ ହୋଇଛି ।
ଯାଜପୁର ଜିଲାରେ ସାର କାରବାର ପାଇଁ ୨୫ଜଣ ଡିଲର ଓ ୪୪୮ଜଣ ରିଟେଲରଙ୍କୁ ଲାଇସେନ୍ସ ମିଳିଛି । ଜିଲାରେ ସାର ଯୋଗାଣ ପାଇଁ ଇଫ୍‌କୋ, ନାଗାର୍ଜୁନ, ପିପିଏଲ ଭଳି କମ୍ପାନୀ ଗୁଡିକ ଜିଲା ପ୍ରଶାସନ ସହ ଚୁକ୍ତି କରିଛନ୍ତି। ବିଶେଷ କରି ଖରିଫ ଋତୁରେ ଧାନ ଓ ଆଖୁଚାଷ ପାଇଁ ୟୁରିଆ ସାରର ଯଥେଷ୍ଟ ଆବଶ୍ୟକତା ରହିଛି। ଏହିକ୍ରମରେ ସମଗ୍ର ଜିଲାର କୋରେଇ, ଧର୍ମଶାଳା, ବିଞ୍ଝାରପୁର, ଦଶରଥପୁର, ବରୀ ଓ ବଡ଼ଚଣା ବ୍ଲକର ଚାଷୀଙ୍କ ଧାନ ଚାଷ କ୍ଷେତ୍ରରେ ଅଗ୍ରଣୀ ଭୂମିକା ରହିଛି। ଏହିସବୁ ବ୍ଲକ ପାଇଁ ଅନ୍ୟୁନ ୨୦ଜଣ ଡିଲର ନିଯୁକ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କୋରେଇ ବ୍ଲକର ୮ଜଣ ଡିଲର ଯାଜପୁର ରୋଡ ରେଲୱେ ଷ୍ଟେଶନରୁ ସର୍ବାଧିକ ସାର ଉଠାଣ କରିଛନ୍ତି। ତେବେ ସାର କାରବାରରେ ହୋଇଥିବା ଅନିୟମିତତାରେ କୋରେଇ ଅଞ୍ଚଳର ସାର ଡିଲରଙ୍କ ସର୍ବାଧିକ ସମ୍ପୃକ୍ତି ରହିଛି ବୋଲି କୁହାଯାଉଛି। ଏଥିମଧ୍ୟରୁ ଓମଶ୍ରୀ କୋ-ଅପରେଟିଭ ସୋସାଇଟିକୁ ଇଫ୍‌କୋ ସାର କମ୍ପାନୀ ପକ୍ଷରୁ ଶେଷ କୋଟା ଭାବରେ ଗତ ୧୯ ତାରିଖରେ ୨୫୦.୧୫୫ଟନ (୫,୭୫୦ ବସ୍ତା) ସାର ମିଳିଥିଲା । କମ୍ପାନୀ ପକ୍ଷରୁ ନିଜ ଖର୍ଚ୍ଚରେ ଡିଲର ଗୋଦାମରେ ସାର ପହଞ୍ଚାଇବା ନିୟମ ଥିବାବେଳେ ର଼୍ୟାକ୍‌ ପଏଣ୍ଟରୁ ରିଟେଲରଙ୍କୁ ପ୍ରଦାନ କରାଯିବାର ସୁଯୋଗ ସୃଷ୍ଟି କରାଯାଇଛି । ଏଥିରେ କମ୍ପାନୀକୁ ଲାଭ ମିଳିଛି । ଏ କୋଟା ପାଇଁ କମ୍ପାନୀ ପକ୍ଷରୁ ଡିଲରକୁ ୨୪ ତାରିଖରେ ବିଲ ପ୍ରଦାନ କରାଯାଇଥିଲା। କମ୍ପାନୀ ଇନଭଏସ୍‌ ମିଳିବା ପର୍ବରୁ ୪୦ଟି ରିଟେଲରଙ୍କ ମଧ୍ୟରେ ସାର ବାଣ୍ଟି ଦିଆଯାଇଥିବା ସୂଚନା ମିଳିଛି । ନିୟମାନୁଯାଇ ଡିଲରମାନେ ସାର ଉଠାଣ ପରେ ନିଜ ଷ୍ଟକ୍‌ ସହ ଯୋଡିବେ ଏବଂ ପିଓଏସ ମେଶିନ ବ୍ୟବହାର କରି ସାର ବାଣ୍ଟିବେ। ଚାଷୀଙ୍କଠାରୁ ଆଧାର ସଂଗ୍ରହ କରି ଅଙ୍ଗୁଳି ଛାପ ନେବା ସହ ରିଟେଲରଙ୍କୁ ସାର ପ୍ରଦାନ କରିବା ପୂର୍ବରୁ ଡିଲରମାନେ ଓ-ଫର୍ମ ସହ ନିଜକୁ ଯୋଡିବା ପରେ ସାର କାରବାର କରିବେ। ଏହି ସୋସାଇଟି ପକ୍ଷରୁ ଏ ସବୁ ନୀତି ନିୟମକୁ ଖିଲାପ କରାଯାଇଛି । ସାର ଗୋଦାମକୁ ନ ଆଣି ସିଧାସଳଖ ରିଟେଲରଙ୍କୁ ପ୍ରଦାନ କରାଯାଇଛି। ଫଳରେ ସାର ବଣ୍ଟନରେ ଚାଷୀଙ୍କୁ ଯେଉଁ ପ୍ରଧାନ୍ୟ ଦିଆଯିବା କଥା ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ବିଡମ୍ବନା ଯେ, ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ବସ୍ତାଏ ସାର ମହଜୁଦ୍‌ ନ ରଖିବା ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ। ଏଥିସହ ଉକ୍ତ ଡିଲର ପକ୍ଷରୁ ଜିଲାର ସୀମାନ୍ତ ଅଞ୍ଚଳରେ ଥିବା ରିଟେଲରଙ୍କୁ ସାର ବିକ୍ରି କରିବାରେ ଗୁରୁତ୍ୱ ଦିଆଯାଉଛି। ଏ ସଂକ୍ରାନ୍ତରେ ଓମ୍‌ଶ୍ରୀ କୋ-ଅପରେଟିଭ ସୋସାଇଟିର ପ୍ରୋପାଇଟର ସତ୍ୟାନନ୍ଦ ମହାପାତ୍ରକୁ ପଚାରିବାରୁ, ଶେଷ କୋଟାକୁ ସେ ବିକ୍ରି କରିସାରିଛନ୍ତି । ତାଙ୍କ ନିକଟରେ ବସ୍ତାଏ ସାର ବି ମହଜୁଦ ନାହିଁ । ଏଥିସହ କାରବାର ସମୟରେ ପିଓଏସ ମେଶିନ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି । ମୋବାଇଲ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (ଏମ୍‌ଏଫ୍‌ଏମ୍‌ଏସ୍‌) କାହିଁକି ଠିକ୍‌ ଭାବେ ପରିଚାଳନା ହେଉନାହିଁ ବୋଲି ପଚାରିବାରୁ ସେ ଏଥିପାଇଁ ନେଟ୍‌ୱାର୍କକୁ ଦାୟୀ କରିଛନ୍ତି। ଏଆରସିଏସ୍‌ ଶରତ କୁମାର ମଲିକଙ୍କୁ ପଚାରିବାରେ, ସ୍ବୟଂସହାୟିକା ଗୋଷ୍ଠୀ ନାଁରେ ଲାଇସେନ୍ସ ପାଇଥିବା କୋ-ଅପରେଟିଭ ସୋସାଇଟିଗୁଡିକୁ କଟକରୁ ଲାଇସେନ୍ସ ପ୍ରଦାନ କରାଯାଇଛି । ସେମାନଙ୍କ ଉପରେ ସିଧାସଳଖ ସେମାନଙ୍କର ନିୟନ୍ତ୍ରଣ ନାହିଁ । ମାତ୍ର ଅଭିଯୋଗ ଆସିଲେ ତଦନ୍ତ କରାଯିବା ସହ ଅନିୟମିତତା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

କାର୍‌ ସହ ଭାଜପା ନେତାଙ୍କୁ ଜାଳିଦେଲେ

ରାୟପୁର, ୧୯।୬: ଛତିଶଗଡ଼ କୋରିଆ ଜିଲାରେ ବାଲି ଖନନକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଏକ ଜଘନ୍ୟ ହିଂସାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଏକ କାର୍‌କୁ ଧକ୍କା ଦେଇ…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri