ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌: ଉଲ୍ଲଂଘନକାରୀଙ୍କୁ ଧରାଇବ ଡ୍ରୋନ୍‌

ଭୁବନେଶ୍ୱର, ୨୭।୮(ବ୍ୟୁରୋ):ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବାଡ଼ ହେବେ। ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରୁଥିଲେ ଚାଳକଙ୍କୁ ଧରିବ ଡ୍ରୋନ୍‍ କ୍ୟାମେରା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତାକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ଯେଉଁମାନେ ଏହି ରାସ୍ତାରେ ଓଭରଟେକିଂ କରିବାକୁ ଉଦ୍ୟମ କରିବେ, ସେମାନଙ୍କୁ ଡ୍ରୋନ୍‍ ସାହାଯ୍ୟରେ ଧରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏପରି କି ସୋମବାର ସନ୍ଧ୍ୟାରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏଜି ଛକଠାରେ ପରୀକ୍ଷାମୂଳକଭାବେ ଡ୍ରୋନ୍‍ ଉଡ଼ାଯାଇଥିଲା।
କମିଶନର ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଓଭରଟେକିଂ ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବଢୁଛି। ଅନେକ ସମୟରେ କେତେଜଣ ବାଇକ୍‌ ଚାଳକ ସାପ ଗଲା ଭଳି ଗାଡି ଚଳାଇ ବଡ଼ ବଡ଼ ଗାଡ଼ିକୁ ଅତିକ୍ରମ କରି ଆଗକୁ ଯାଇଥାନ୍ତି। ଫଳରେ ଅନ୍ୟଗାଡ଼ିଗୁଡିକ ଦୁର୍ଘଟଣାଗ୍ରସ୍ତ ହେବା ସହ ଟ୍ରାଫିକ୍‌ ଜାମ ହେଉଛି। ତେଣୁ ଏହାକୁ ଆମେ ଗୁରୁତ୍ୱର ସହ ନେଉଛୁ। ସବୁ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ରଖି ଓଭରଟେକିଂକୁ ଅଟକାଇବା ସମ୍ଭବ ନୁହେଁ। ସାପ ଗଲା ଭଳି ଗାଡି ଚଲାଇଲେ ରାସ୍ତା ଯେତେ ଚଉଡା କଲେ କିମ୍ବା ଯେତେ ଟ୍ରାଫିକ କର୍ମଚାରୀ ନିୟୋଜିତ କଲେ ସୁଦ୍ଧା ସ୍ଥିତି ସୁଧୁରିବ ନାହିଁ। ତେଣୁ ସମସ୍ତ ସହରବାସୀଙ୍କୁ ଲେନ୍‌ ଡ୍ରାଇଭିଂ କରିବାକୁ ଅନୁରୋଧ  କରାଯାଉଛି। ଲେନ୍‌ ଡ୍ରାଇଭିଂ କ’ଣ, ଏହାଦ୍ୱାରା କ’ଣ ଫାଇଦା ହେବ ସେନେଇ ବର୍ଷା ଋତୁ ପରେ କିଛି କିଛି ବାଇକ୍‌ ଚାଳକଙ୍କୁ ଅଟକାଇ ୩ ମିନିଟ୍‌ ପ୍ରଶିକ୍ଷଣ ଦିଆଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ରାଜଧାନୀର ସମସ୍ତ ଅଞ୍ଚଳରେ ଲେନ୍‌ ଡ୍ରାଇଭିଂ ଲାଗୁ ହେବ। ଯଦି କୌଣସି ଅଞ୍ଚଳରେ ଚାଳକମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଆଉ ସଚେତନ କରାଯିବ ନାହିଁ, ସିଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଷଡ଼ଙ୍ଗୀ ସତର୍କ କରାଇଛନ୍ତି।
ଭୁବନେଶ୍ୱରରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ପାଇଁ ଅଟୋରିକ୍ସାଗୁଡ଼ିକ ମୁଖ୍ୟ କାରଣ ପାଲଟୁଛନ୍ତିି। ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ତେଣୁ ଏନେଇ ଅଟୋ ଚାଳକ ସଂଘ କର୍ମକର୍ତ୍ତାଙ୍କ ସହ ପୋଲିସ କମିଶନର କଥା ହୋଇଛନ୍ତି। ସଂଘ କର୍ମକର୍ତ୍ତାମାନେ ସମସ୍ତ ଚାଳକଙ୍କୁ ଅବଗତ କରି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଯଦି ଅଟୋ ଚାଳକମାନେ ନ ସୁଧରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜଧାନୀରେ ବଡ଼ ବଡ଼ ମଲ୍‌ ଏବଂ ବିଲ୍ଡିଂ ତିଆରି ହେଉଛି। କିନ୍ତୁ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନାହିଁ। ଏଣୁ ପ୍ରତି ସପ୍ତାହରେ ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ସହ ବୈଠକ କରାଯାଇ ନିରାକରଣ ବ୍ୟବସ୍ଥା କରାଯିବ। ଏହି ବୈଠକରେ ସିପି କିମ୍ବା ଡିସିପି ରହିବେ। ରାଜଧାନୀର ଅନେକ ସ୍ଥାନରେ ଥିବା ମଲ୍‌ଗୁଡିକ ଆଗରେ ବେଆଇନ ପାର୍କିଂ କରାଯାଉଛି। ତେଣୁ ବେଆଇନ ପାର୍କିଂ ହୋଇଥିବା ଗାଡିଗୁଡିକୁ ପୋଲିସ ମୋବାଇଲ୍‌ ଭ୍ୟାନ୍‌ ଉଠାଇ ଆଣିବ। ଅନେକ ଦେଶରେ ନିୟମ ରହିଛି ଯେ, ଧଳା ଗାର ଥିବା ସ୍ଥାନରେ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ପାର୍କିଂ ହୋଇପାରିବ ନାହିଁ। ଯଦି ହଳଦିଆ ଗାର ରହିଥାଏ, ତେବେ ସେଠାରେ ଆଦୌ ପାର୍କିଂ କରିହେବ ନାହିଁ ବୋଲି ସଂକେତ ଦିଆଯାଇଥାଏ। ତେଣୁ ଏଠାରେ ଏପରି ବ୍ୟବସ୍ଥା କରିବା ପାଇଁ ଡିସିପିଙ୍କ ସହ ଆଲୋଚନା କରାଯିବ। ଏହାସହ ରାଜଧାନୀରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ଉଠା ଦୋକାନୀମାନେ ରହି ବ୍ୟବସାୟ କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି। ଏନେଇ ଆମେ ବିଏମ୍‌ସି ସହ ଆଲୋଚନା କରିବୁ। ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରିବା ପରେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଉପସ୍ଥିତ ଥିଲେ।
ବିଦେଶରେ ବି ରହିଛି ଓଭରଟେକିଂ କଟକଣା
ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଡେନ୍‌ମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରି, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ, ପୋଲାଣ୍ଡ, ସ୍ପେନ୍‌, ବ୍ରିଟେନ ଓ ଆମେରିକା ଭଳି କେତେକ ଦେଶରେ ଓଭରଟେକିଂକୁ ନେଇ କଟକଣା କରାଯାଇଛି। ଓଭରଟେକିଂ ପାଇଁ ଏକ ନିର୍ଦ୍ଦିଷ୍ଟ ଜୋନ ରହିଛି, ଯେଉଁ ସ୍ଥାନରେ କି ଚାଳକ ଅନ୍ୟ ଗାଡ଼ିକୁ ସହଜରେ ଅତିକ୍ରମ କରିପାରିବେ। କିନ୍ତୁ ଅନ୍ୟ ସ୍ଥାନରେ ଓଭରଟେକିଂକୁ ସମ୍ପୂର୍ଣ୍ଣ ନିଷେଧ। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଫଳରେ ସେହି ସବୁ ଦେଶରେ ଦୁର୍ଘଟଣା ରୋକିବାରେ ସହାୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri