Posted inଖେଳ

ରଣ୍‌ଜୀ ଭେନ୍ୟୁ ଘୋଷିତ: ଘରୋଇ ଗ୍ରାଉଣ୍ଡରେ ୫ ମ୍ୟାଚ୍‌ ଖେଳିବ ଓଡ଼ିଶା

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚଳିତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଭେନ୍ୟୁ ତାଲିକା ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୯ରୁ ଆରମ୍ଭ ହେବ ରଣ୍‌ଜୀ ସିଜନ ୨୦୧୯-୨୦। ଚଳିତ ସଂସ୍କରଣରେ ଏଲିଟ ଗ୍ରୁପ-ସିରେ ସ୍ଥାନ ପାଇଥିବା ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ୫ଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବ । ୩ବର୍ଷର ବ୍ୟବଧାନ ପରେ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡ ବାରବାଟୀ ଷ୍ଟାଡିୟମରେ ରଣ୍‌ଜୀ ମ୍ୟାଚ୍‌ ଦେଖିବାକୁ ମିଳିବ। ଲୋଧା କମିଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟ କ୍ରିକେଟ ସଂଘର ଅଚଳାବସ୍ଥା ଯୋଗୁଁ ଏଠାରେ ମ୍ୟାଚ୍‌ ଆୟୋଜନ କରିବା ପାଇଁ ଓସିଏ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଥିଲେ। ଘୋଷିତ ମ୍ୟାଚ୍‌ ସୂଚୀରେ ବାରବାଟୀ ଷ୍ଟାଡିୟମରେ ୨ଟି, ଡ୍ରିମ୍ସ ଗ୍ରାଉଣ୍ଡରେ ୨ଟି ଓ କିଟ୍‌ରେ ଗୋଟିଏ ମ୍ୟାଚ୍‌ ହେବ ବୋଲି ଉଲ୍ଲେଖ ରହିଛି ।
୨୦୧୬-୧୭ ସିଜନରେ ବାରବାଟୀ ଷ୍ଟାଡିୟମରେ ଶେଷଥର ପାଇଁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳାଯାଇଥିଲା। ଏହି ସିଜନର ୩ଟି ମ୍ୟାଚ୍‌ ଏଠାରେ ହୋଇଥିଲା। ୨୦୧୬ ନଭେମ୍ବର ୨୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ହୋଇଥିବା କେରଳ-ତ୍ରିପୁରା ମ୍ୟାଚ୍‌ ହେଉଛି ବାରବାଟୀରେ ଶେଷ ରଣଜୀ ମ୍ୟାଚ୍‌। ସେହିବର୍ଷ ନଭେମ୍ବର ୫ରୁ ୮ ଛତିଶଗଡ଼-ଗୋଆ, ନଭେମ୍ବର ୧୩ରୁ ୧୬ ପର୍ଯ୍ୟନ୍ତ ହରିୟାଣା-ଜମ୍ମୁ କଶ୍ମୀର ମ୍ୟାଚ୍‌ ଏଠାରେ ଖେଳାଯାଇଥିଲା। ବାରବାଟୀ ଷ୍ଟାଡିୟମରେ ୪ବର୍ଷ ବ୍ୟବଧାନ ପରେ ଓଡ଼ିଶା ଦଳ ରଣଜୀ ଟ୍ରଫି ଖେଳିବାର ସୁଯୋଗ ପାଇବ। ୨୦୧୫ ଅକ୍ଟୋବର ୧୫ରେ ଓଡ଼ିଶା ଏହାର ଶେଷ ମ୍ୟାଚ୍‌ ଆସାମ ବିପକ୍ଷରେ ଏଠାରେ ଖେଳିଥିଲା ଓ ୮ ଉଇକେଟରେ ବିଜୟୀ ମଧ୍ୟ ହୋଇଥିଲା । ୨୦୧୫ ସଂସ୍କରଣରେ ଓଡ଼ିଶା-ମହାରାଷ୍ଟ୍ର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଓ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା।
ଡିସେମ୍ବର ୯ରୁ ୧୨ ପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ ବିପକ୍ଷରେ ଛତିଶଗଡ଼ ଗ୍ରାଉଣ୍ଡରେ ଆସନ୍ତା ରଣ୍‌ଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିବ। ପରେ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଡିସେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ସର୍ଭିସେସ ସହିତ ହେବ। ଡିସେମ୍ବର ୨୫ରୁ ୨୮ ଓଡ଼ିଶାର ପରବର୍ତ୍ତୀ ମ୍ୟାଚ୍‌ ମଧ୍ୟ ଡ୍ରିମ୍ସ ଗ୍ରାଉଣ୍ଡରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳାଯିବ୍‌। ଜାନୁୟାରୀ ୩ ଓ ୧୧ ତାରିଖରେ ଯଥାକ୍ରମେ ତ୍ରିପୁରା, ହରିୟାଣା ବିପକ୍ଷରେ ଓଡ଼ିଶା ବିପକ୍ଷ ଦଳର ଘରୋଇ ମାଟିରେ ମ୍ୟାଚ୍‌ ଖେଳିବ। ଜାନୁୟାରୀ ୧୯ରୁ ୨୨ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀର ବିପକ୍ଷ ଓ ୨୭ରୁ ୩୦ ଆସାମ ବିପକ୍ଷ ୨ଟି ଯାକ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଫେବୃୟାରୀ ୪ରୁ ମହାରାଷ୍ଟ୍ର ଗ୍ରାଉଣ୍ଡରେ ଘରୋଇ ମହାରାଷ୍ଟ୍ର ଦଳକୁ ଭେଟିବ ଓଡ଼ିଶା । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଓଡ଼ିଶା ଝାଡ଼ଖଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ଏହା କିଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

ଓଡ଼ିଶାର ରଣ୍‌ଜୀ ମ୍ୟାଚ୍‌ ସୂଚୀ
ତାରିଖ ବିପକ୍ଷ ଭେନ୍ୟୁ
ଡିସେମ୍ବର ୯ରୁ ୧୨ ଛତିଶଗଡ଼ ଛତିଶଗଡ଼
ଡିସେମ୍ବର ୧୭ରୁ ୨୦ ସର୍ଭିସେସ ଡ୍ରିମ୍ସ
ଡିସେମ୍ବର ୨୫ରୁ ୨୮ ଉତ୍ତରାଖଣ୍ଡ ଡ୍ରିମ୍ସ
ଜାନୁୟାରୀ ୩ରୁ ୬ ୍‌ତ୍ରିପୁରା ତ୍ରିପୁରା
ଜାନୁୟାରୀ ୧୧ରୁ ୧୪ ହରିୟାଣା ହରିୟାଣା
ଜାନୁୟାରୀ ୧୯ରୁ ୨୨ ଜମ୍ମୁ-କଶ୍ମୀର ବାରବାଟୀ
ଜାନୁୟାରୀ ୨୭ରୁ ୩୦ ଆସାମ ବାରବାଟୀ
ଫେବୃୟାରୀ ୪ରୁ ୭ ମହାରାଷ୍ଟ୍ର ମହାରାଷ୍ଟ୍ର
ଫେବୃୟାରୀ ୧୨ରୁ ୧୫ ଝାଡ଼ଖଣ୍ଡ କିଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri