Posted inଖେଳ

ରଣଜୀ ଟ୍ରଫି: ରୋମାଞ୍ଚକ ମୋଡରେ ଫାଇନାଲ ମ୍ୟାଚ୍‌

ରାଜକୋଟ୍‌,୧୨।୩ (ପି.ଟି.)- ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଚାଲିଥିବା ଏହି ଫାଇନାଲ ମ୍ୟାଚ୍‌ ଅମୀମାଂସିତ ହେବା ଏକ ପ୍ରକାର ନଶ୍ଚିତ। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଫାଇନାଲ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରାଯିବ। ତେଣୁ ମ୍ୟାଚ୍‌ର ପଞ୍ଚମ ତଥା ଅନ୍ତିମ ଦିବସର ଖେଳ ଉପରେ ସମସ୍ତଙ୍କ ନଜର ରହିଛି।
ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୭୧.୫ ଓଭରରେ ୪୨୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ବେଙ୍ଗଲ୍‌ ଗୁରୁବାର ଚତୁର୍ଥ ଦିବସ ଖେଳି ଶେଷ ସୁଦ୍ଧା ୧୪୭ ଓଭରରେ ୬ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଛି। ଫଳରେ ବେଙ୍ଗଲ ୪ ଉଇକେଟ ହାତରେ ରଖି ୭୧ ରନ ପଛରେ ପଡିଛି। ଇନିଂସ ଅଗ୍ରଣୀ ହେବା ପାଇଁ ବେଙ୍ଗଲ୍‌ ଆଉ ୭୨ ରନ ଆବଶ୍ୟକ କରୁଥିବା ବେଳେ ସୌରାଷ୍ଟ୍ର ୪ ଉଇକେଟ ଦରକାର କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅନୁଷ୍ଟୁପ୍‌ ମଜୁମ୍‌ଦାର ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ ଅର୍ଣ୍ଣବ ନନ୍ଦୀ ୨୮ ରନ କରି ଅପରାଜିତ ରହିଛନ୍ତି। ସପ୍ତମ ଉଇକେଟରେ ନନ୍ଦୀ ଓ ମଜୁମ୍‌ଦାର ଅପରାଜିତ ୯୧ ରନ କରି ସୌରାଷ୍ଟ୍ରକୁ ନିରାଶ କରିଛନ୍ତି। ଜୟଦେବ ଉନାଡ଼କଟଙ୍କ ବୋଲିଂବେଳେ ଅଙ୍ଗୁଳିରେ ଆଘାତ ପାଇଥିଲେ। ଅନ୍ୟପକ୍ଷରେ ମଜୁମ୍‌ଦାର ସାହସ ଦେଖାଇ ଲଢୁଆ ବ୍ୟାଟିଂ କରି ବେଙ୍ଗଲକୁ ବିଜୟ ନିକଟତର କରିଛନ୍ତି। ନନ୍ଦୀ ମଧ୍ୟ ମଜୁମ୍‌ଦାରଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଛନ୍ତି। ଘରୋଇ ସୌରଷ୍ଟ୍ର ଦଳର ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ବେଙ୍ଗଲ ଚତୁର୍ଥ ଦିନ ଅନ୍ତିମ ସେସନରେ ୯୦ ରନ ସଂଗ୍ରହ କରିଥିଲା। ମଜୁମ୍‌ଦାର ୧୦ ରନ କରିଥିବା ବେଳେ ପ୍ରଥମ ସ୍ଲିପ୍‌ରେ ହାର୍ଭିକ ଦେଶାଇ ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହା ସୌରାଷ୍ଟ୍ର ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୩୪/୩ରୁ ଖେଳ ଆରମ୍ଭ କରିଥିଲା ବେଙ୍ଗଲ। ଓଭରନାଇଟ ବ୍ୟାଟ୍ସମ୍ୟାନ ସୁଦୀପ ଚାଟାର୍ଜୀ ଓ ରିଦ୍ଧିମାନ ଶାହା ଯଥାକ୍ରମେ ୪୭ ଓ ୪ ରନରୁ ଖେଳ ଆରମ୍ଭ କରିଥିଲେ। ତେବେ ଚାଟାର୍ଜୀ ୮୧ ରନ କରିଥିବା ବେଳେ ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ଶର୍ଟ ଲେଗ୍‌ରେ ଭିସବରାଜ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ରିଦ୍ଧିମାନ ୬୪ ରନ କରିଥିତ୍ବା ବେଳେ ପ୍ରେରକ ମଙ୍କଡଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଚତୁର୍ଥ ଉଇକେଟରେ ଚାଟାର୍ଜୀ ଓ ରିଦ୍ଧିମାନ ଲଢୁଆ ୧୦୧ ରନର ଭାଗୀଦାରି ସ୍ଥାପନ କରି ବେଙ୍ଗଲ ଆଶା ଉଜ୍ଜୀବିତ ରଖିଥିଲେ ସୌରାଷ୍ଟ୍ର ବୋଲରଙ୍କୁ ହତାଶ କରିଥିଲେ। ମର୍ଣ୍ଣିଂ ସେସନରେ ସୌରାଷ୍ଟ୍ର ଗୋଟିଏ ହେଲେ ବି ଉଇକେଟ ହାସଲ କରିପାରି ନ ଥିଲା। ଏହାପରେ ୧୬ ରନ କରି ଶାହାବାଜ ଅହମ୍ମଦ ଚେତନ ସାକାରିୟାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ବୋଲିଂରେ ସୌରାଷ୍ଟ୍ର ତରଫରୁ ଜାଡେଜା ଓ ମଙ୍କଡ ୨ଟି ଲେଖାଏ, ସାକାରିୟା ଓ ଚିରାଗ ଜାନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସୌରାଷ୍ଟ୍ର ପ୍ରଥମ ଇନିଂସ: ୪୨୫ ଅଲଆଉଟ।
ବେଙ୍ଗଲ ପ୍ରଥମ ଇନିଂସ: ୩୫୪/୬
(ଚାଟାର୍ଜୀ- ୮୧, ରିଦ୍ଧିମାନ- ୬୪, ମଜୁମ୍‌ଦାର- ୫୮*, ନନ୍ଦୀ- ୨୮*, ଧର୍ମେନ୍ଦ୍ରସିନ ଜାଡେଜା- ୨/୧୦୬, ପ୍ରେରକ ମଙ୍କଡ- ୨/୪୫, ସାକରିୟା- ୧/୫୨, ଜାନୀ- ୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri